logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ଅନୁରୋଧ ରକ୍ଷା କରି ଅଲୋଡ଼ା ଶବସତ୍କାର କଲା ଭରସା ପରିବାର ଟ୍ରଷ୍ଟ।

ଅନୁରୋଧ ରକ୍ଷା କରି ଅଲୋଡ଼ା ଶବସତ୍କାର କଲା ଭରସା ପରିବାର ଟ୍ରଷ୍ଟ।

କେନ୍ଦୁଝର -୧୭/୦୪(ଖଣ୍ଡାଧାର ନିଉଜ) କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ଅବସ୍ଥାରେ ଥିବା ପିଙ୍ଗୁଆ, ଢେଙ୍କାନାଳର /ରୀନା ପ୍ରଧାନ ନାମକ ରୋଗୀଙ୍କ ଅସ୍ୱାଭାବିକ ଅବସ୍ଥାରେ ମୃତ୍ୟୁବରଣ ଘଟିଥିଲା। ଶବ ବ୍ୟବଚ୍ଛେଦ ପରେ ଶବକୁ ନେବାକୁ ଅସମର୍ଥ ଅସହାୟ ସ୍ୱାମୀ ଜଗା ପ୍ରଧାନ ଅଗ୍ରଣୀ ସ୍ବେଛାସେବୀ ସଙ୍ଗଠନ ଭରସା ପରିବାରକୁ ସହଯୋଗ ପାଇଁ ଅନୁରୋଧ କରିଥିଲେ। ସଙ୍ଗଠନର ସଭାପତି ଲମ୍ବୋଦର ମହାନ୍ତଙ୍କ ନିର୍ଦ୍ଦେଶକ୍ରମେ ମେଡିକାଲ ଫାଣ୍ଡି କର୍ମଚାରୀ ରାଜେନ୍ଦ୍ର ନାରାୟଣ ସାହୁ, ରକ୍ତଦାତା ସଂଯୋଜକ ସେକ ତହିଦ, ଶ୍ମଶାନରକ୍ଷକ ସିଧେଶ୍ଵର ନାଏକ, ଗୌତ୍ତମ ଦାସ, ନିର୍ମଳ ନାଏକ, ଶୁଭମ ଦେହୁରୀ, ଶିବୁ ସେନ, ଶ୍ରୀତମ ପାତ୍ର ଓ ତୁଷାର ପାତ୍ର ପ୍ରମୁଖ କର୍ମକର୍ତ୍ତା ଶବବ୍ୟବଚ୍ଛେଦ କକ୍ଷରୁ ଶବକୁ ଧାଙ୍ଗରପଡାସ୍ଥିତ ଆଦର୍ଶ ଶ୍ମଶାନକୁ ସମ୍ମାନପୂର୍ବକ ନେଇ ବିଦ୍ଧି ମୁତାବକ ଅନ୍ତେଷ୍ଟି କ୍ରିୟା କରିଥିଲେ। ଏପର୍ଯ୍ୟନ୍ତ ସଙ୍ଗଠନ ପକ୍ଷରୁ ୧୬୭ ଅଲୋଡ଼ା ଶବସତ୍କାର କରି ସାମାଜିକ ଦାୟିତ୍ୱ ନିର୍ବାହ କରିଚାଲିଛନ୍ତି। କେନ୍ଦୁଝରରେ ଅଲୋଡ଼ା ଶବ ନଜରରେ ଆସିଲେ ଲୋକେ ଭରସା ପରିବାର ଟ୍ରଷ୍ଟକୁ ଅନୁରୋଧ କରିଚାଲିଛନ୍ତି। ମୃତକଙ୍କ ସ୍ୱାମୀଙ୍କ ପାଖରେ ଘରକୁ ଯିବାପାଇଁ ବସ ଭଡା ନଥିବାରୁ ସଂଗଠନ ପକ୍ଷରୁ ଭଡା ଟଙ୍କା ଦିଆଯାଇଥିଲା।ଅଲୋଡ଼ା ଶବସତ୍କାର ପାଇଁ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ଫୋନ ଆସୁଥିବାରୁ ଯୁବସମାଜ ଭରସା ପରିବାର ସହିତ ଜଡିତ ହୋଇ ମହାନ କାର୍ଯ୍ୟରେ ସାମିଲ ହେବାକୁ ସଭାପତି ଲମ୍ବୋଦର ମହାନ୍ତ ଆହ୍ୱାନ କରିଛନ୍ତି। ସଂଗଠନର ସେବାକାର୍ଯ୍ୟକୁ ପ୍ରଶାସନ ତଥା ବୁଦ୍ଧିଜୀବୀ ମହଲରୁ ପ୍ରଶଂସାର ସୁଅ ଛୁଟୁଛି।

ଡମ୍ବରୁଧର ମହାନ୍ତ ଙ୍କ ରିପୋର୍ଟ।

12
996 views

Comment