logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ତୁରୁମୁଙ୍ଗା ଗିରିଜା ଶଙ୍କର ମନ୍ଦିର ପ୍ରାଙ୍ଗଣରେ ଚବିଶ ପ୍ରହର ନାମଯଜ୍ଞ ଉଦଯାପିତ।

ତୁରୁମୁଙ୍ଗା ଗିରିଜା ଶଙ୍କର ମନ୍ଦିର ପ୍ରାଙ୍ଗଣରେ ଚବିଶ ପ୍ରହର ନାମଯଜ୍ଞ ଉଦଯାପିତ।

ପାଟଣା :୧୭/୦୪, ତୁରୁମୁଙ୍ଗା ସ୍ଥାନୀୟ ଗିରିଜା ଶଙ୍କର ମନ୍ଦିର ପ୍ରାଙ୍ଗଣରେ ଗତ ୧୪-୦୪ ୨୬ ମହାବିଷୁବ ପଣା ସଂକ୍ରାନ୍ତି ଦିନ ଆରମ୍ଭ ହୋଇ ଥିବା ଚବିଶ ପ୍ରହର ନାମଯଜ୍ଞ ୧୭ -୦୪ -୨୬, ଶୁକ୍ରବାର ଦିନ ୧ ଘଟିକା ସମୟରେ ପୂର୍ଣ୍ଣାହୁତି ହୋଇଛି। ଶହ ଶହ ଭକ୍ତଙ୍କ ଉପସ୍ଥିତିରେ ହରିବୋଲ ହୁଳହୁଳି ଧ୍ଵନି ସହ ରାଧା କୃଷ୍ଣ ହୋଲି ଖେଳିଥିଲେ ଓ ଦଧିହାଣ୍ଡି ଭାଙ୍ଗି ଘଟ ବିସର୍ଜନ କରିଥିଲେ। ପୂଜକ ଅରୁଣ ମିଶ୍ର ଓ ଜିତେନ୍ଦ୍ର କୁମାର ମିଶ୍ର ଚବିଶ ପ୍ରହର ଯଜ୍ଞ କାର୍ଯ୍ୟ କରିଥିବା ବେଳେ ସେବାୟତ ମଙ୍ଗଳୁ ନାଏକ ସହାୟତା କରିଥିଲେ। ଗୌତମ ସାହୁ ସଂକଳ୍ପ କାର୍ଯ୍ୟ ତୁଲାଇଥିବା ବେଳେ ଜୟକୃଷ୍ଣ ସାହୁ, ପରମେଶ୍ବର ସାହୁ,ସୁଦର୍ଶନ୍ ସାହୁ,ଗୋଲକ ନାଏକ, ଗୌତମ ବେହେରା ଓ ସଚ୍ଚିଦାନନ୍ଦ ଦେହୁରୀ ପୁଣ୍ୟତୋୟା ବୈତରଣୀ ନଦୀରୁ ଘଟ ବୁଡାଇ ମଣ୍ଡପକୁ ଆଣିଥିଲେ। ଏଥିରେ ସୁଦୂର ବେଙ୍ଗଲର ବ୍ରାହ୍ମଣ କୋଳ, ବରଗଡ, ଝିନେଇଁ ନୂଆଗାଁ( ବାରିପଦା), ଖଡିଆଶୁଲି (ବାରିପଦା) ଓ କେନ୍ଦୁଝର ର ଲୁଙ୍ଗା ସଙ୍କୀର୍ତ୍ତନ ମଣ୍ଡଳୀ ଯୋଗଦେଇ ହରି ନାମ ଗାନକରି ଦର୍ଶକମାନଙ୍କ ମନରେ ଭକ୍ତି ଭାବ ସଂଚାର କରିଥିଲେ। ଗ୍ରାମବାସୀ ତଥା ଏ ଅଞ୍ଚଳ ବାସୀଙ୍କ ସହଯୋଗରେ ପ୍ରତ୍ୟେକ ଦିନ ସମସ୍ତ ଭକ୍ତଙ୍କ ପାଇଁ ପ୍ରସାଦ ସେବନର ଆୟୋଜନ ହୋଇଥିଲା। ଗିରିଜା ଶଙ୍କର ମନ୍ଦିର କମିଟିର ସଦସ୍ୟ, ଗ୍ରାମର ଉତ୍ସାହୀ ଯୁବଗୋଷ୍ଠୀ ତଥା ସମସ୍ତ ଗ୍ରାମବାସୀ ମାନେ ସହଯୋଗ କରି ଉକ୍ତ ଚବିଶ ପ୍ରହର ନାମଯଜ୍ଞ କାର୍ଯ୍ୟକ୍ରମକୁ ପୂର୍ଣ୍ଣ ମାତ୍ରାରେ ସଫଳ କରାଇଥିଲେ।

ଖଣ୍ଡାଧାର ନିଉଜ- ସାମ୍ବାଦିକ ବିଜୟ ରତ୍ନ ପତିଙ୍କ ରିପୋର୍ଟ।

5
835 views

Comment