logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ବିଜୁ ବାବୁଙ୍କ ୨୯ ତମ ତିରୋଧାନ ଦିବସ ପାଳିତ।

ବିଜୁ ବାବୁଙ୍କ ୨୯ ତମ ତିରୋଧାନ ଦିବସ ପାଳିତ।

ପାଟଣା-୧୭/୦୪, ପାଟଣା ନିର୍ବାଚନ ମଣ୍ଡଳୀ ବିଜୁଜନତା ଦଳ ପକ୍ଷରୁ ଆଜି ପାଟଣା ବ୍ଲକ ରାଜନଗର ପୁଣ୍ୟତ୍ୱୟା ବୈତରଣୀ ତଟ ଶୈବ୍ୟା କାବେରୀ ତଟରେ ଏକ ନିରାଡ଼ମ୍ବର ପରିବେଶରେ କଳିଙ୍ଗ ବୀର ବିଜୁ ପଟ୍ଟନାୟକଙ୍କ ୨୯ ତମ ତିରୋଧାନ ଦିବସ ପୂର୍ବତ ବିଧାୟକ ଜଗନ୍ନାଥ ନାଏକଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଠିତ ହୋଇ ଯାଇଛି।ପାଟଣା ବ୍ଲକ ବିଜୁ ଜନତା ଦଳ ସଭାପତି ମାଧବାନନ୍ଦ ପୃଷ୍ଟି ଆୟୋଜିତ କାର୍ଯ୍ୟକ୍ରମ ରେ ସଭାପତିତ୍ୱ କରିଥିଲେ।ପ୍ରାମ୍ଭରେ ସ୍ବର୍ଗତ ବିଜୁ ବାବୁଙ୍କ ଫୋଟ ଚିତ୍ରରେ ମାଲ୍ୟାର୍ପଣ ଓ ଧୂପ ପ୍ରଦାନ ପୂର୍ବକ ନେତୃବୃନ୍ଦ ଓ କର୍ମୀ ମାନେ ବିଜୁ ବାବୁଙ୍କ ପ୍ରତି ଶ୍ରଦ୍ଧା ସୁମନ ଜଣାଇଥିଲେ।ଜଦୁନାଥ ବାରୀଙ୍କ ସଂଯୋଜନା ରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ରାଜ୍ୟ ମହିଳା ବିଜୁ ଜନତା ଦଳରେ ନୂତନ ଭାବେ ସମ୍ପାଦିକା ଦାଇତ୍ଵ ମିଳି ଥିବାରୁ ରୁନୁ ମହାନ୍ତ, ମଞ୍ଜୁ ଓରାମ ଙ୍କୁ ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ଦେଇ ଦଳ ତରଫରୁ ସ୍ୱାଗତ କରାଯାଇଥିଲା। କାର୍ଯ୍ୟକ୍ରମ ରେ ପୂର୍ବତ ବିଧାୟକ ଜଗନ୍ନାଥ ନାଏକ, ବରିଷ୍ଠ ନେତା ସତ୍ୟବ୍ରତ ନାଏକ, ସାହାରପଡା ବ୍ଲକ ସଭାପତି ଦିଲ୍ଲୀପ ସାହୁ, ବରିଷ୍ଠ କାର୍ଯ୍ୟକର୍ତା ଅଜୟ ପଟ୍ଟନାୟକ, ପୂର୍ବତନ ସାହାରପଡା ବ୍ଲକ ଅଧ୍ୟକ୍ଷା ରମ୍ଭାବତୀ ଦେହୁରୀ, ପୂର୍ବତନ ପାଟଣା ବ୍ଲକ ଅଧ୍ୟକ୍ଷା ସୁକାନ୍ତି ନାଏକ,ବରିଷ୍ଠ ନେତା କୃଷ୍ଣଚନ୍ଦ୍ର ମହାପାତ୍ର,ରାଜବଲ୍ଲଭ ଦେହୁରୀ,ବିଜୟ ପାଇଦା, ଅଯୋଧ୍ୟା ବେହେରା, ପ୍ରଶାନ୍ତ କୁମାର ଭଞ୍ଜଦେଓ, ବସନ୍ତ ମିଶ୍ର ଶତ୍ରୁଘ୍ନ ସିଂ, ଭାଗିରଥି ଦାଶ, ଭୁବନେଶ୍ୱର ମହାନ୍ତ ଓ ଲକ୍ଷ୍ମୀଧର ମହାନ୍ତ ପ୍ରମୁଖ ଉପସ୍ଥିତ ରହି ବିଜୁ ବାବୁଙ୍କ ଜୀବନାଦର୍ଶ ଉପରେ ନିଜ ନିଜର ମତ ରଖିଥିଲେ। ପାଟଣା ନିର୍ବାଚନ ମଣ୍ଡଳୀ ର ୫୬ ଟି ପଞ୍ଚାୟତ ଅଂଚଳରୁ ଶତାଧିକ କର୍ମୀ କାର୍ଯ୍ୟକ୍ରମ ରେ ସାମିଲ ହୋଇଥିଲେ।

ଖଣ୍ଡାଧାର ନିଉଜ- ସାମ୍ବାଦିକ ବିଜୟ ରତ୍ନ ପତିଙ୍କ ରିପୋର୍ଟ।

5
909 views

Comment