logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

Labour strike....

AIMA media group Rourkela

କଲୁଙ୍ଗା, କୁଆଁରମୁଣ୍ଡା ଶିଳ୍ପାଞ୍ଚଳ ର ସମସ୍ତ କଳ କାରଖାନା ରେ ଶ୍ରମିକ ବିକ୍ଷୋଭ ଓ ଶ୍ରମିକ ଆନ୍ଦୋଳନ କୁ ସମର୍ଥନ।

ସିଆଇଟିୟୁ ଡାକରାରେ ନୋଇଡା ରେ ଚାଲିଥିବା ଶ୍ରମିକ ଆନ୍ଦୋଳନ କୁ ସମର୍ଥନ ଜଣାଇ ସିଆଇଟିୟୁ ସହ ବନ୍ଧିତ ସୁନ୍ଦରଗଡ ଇଣ୍ଡଷ୍ଟ୍ରିଆଲ ମଜୁଦୁର ୟୁନିୟନ ର ସାଧାରଣ ସମ୍ପାଦକ ଜାହାଙ୍ଗୀର ଅଲ୍ଲୀ ଙ୍କ ନେତୃତ୍ବ ରେ କଲୁଙ୍ଗା, କୁଆଁରମୁଣ୍ଡ ର ସମସ୍ତ ଶିଳ୍ପାଞ୍ଚଳ ରେ ଶ୍ରମିକ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଗତ କିଛିଦିନ ହେବ ଦେଶ ର ଉତ୍ତର ପ୍ରଦେଶ, ହରିଆଣା, ଦିଲ୍ଲୀ ଆଦି ରାଜ୍ଯ ର ନୋଇଡା, ପାନିପଥ, ଗାଜିଆବାଦ, ଏନସିଆର ଆଦି ସ୍ଥାନ ରେ ଲକ୍ଷ ଲକ୍ଷ ଶ୍ରମିକ ମାନେ ତାଙ୍କର ନାର୍ଯ୍ଯ ଦାବୀ ଓ ଅଧିକାର ପାଇଁ ଲଢେଇ ଜାରି ରଖିଛନ୍ତି । ନରେନ୍ଦ୍ର ମୋଦୀ ସରକାର ନୂତନ ଶ୍ରମ କୋର୍ଡ ଲାଗୁ କରି ଶ୍ରମିକ ମାନଙ୍କ ର ଦୈନିକ ମଜୁରୀ ୧୨ ଘଣ୍ଟା କୁ ବୃଦ୍ଧି କରାଇଥିବା ବିରୁଦ୍ଧ ରେ ଏହି ଅଞ୍ଚଳର ରେ ଥିବା ହଜାର ହଜାର କଳ କାରଖାନାଗୁଡ଼ିକ ରେ କାମ କରୁଥିବା ଲକ୍ଷ ଲକ୍ଷ ଶ୍ରମିକ ମାନେ ଆନ୍ଦୋଳନ ଜାରି ରଖିଛନ୍ତି । କେନ୍ଦ୍ର ବିଜେପି ସରକାର ଶ୍ରମିକ ମାନଙ୍କ ର ସମସ୍ତ ଶ୍ରମ ଆଇନ କୁ ଉଛେଦ କରି ଶ୍ରମିକ ବିରୋଧୀ ଶ୍ରମ କୋର୍ଡ ଲାଗୁ କରିଛନ୍ତି ଓ ଶ୍ରମିକ ମାନଙ୍କୁ ଶୋଷଣ କରୁଛନ୍ତି । ତେଣୁ ଉକ୍ତ ଶ୍ରମିକ ଆନ୍ଦୋଳନ କୁ ସମର୍ଥନ ଜଣାଇ ଓ ବିଜେପି ସରକାର ଶ୍ରମିକ ବିରୋଧୀ ନୀତି ବିରୁଦ୍ଧ ରେ କଲୁଙ୍ଗା ସ୍ଥିତ ଇଷ୍ଟର୍ଣ ଆଲଏଜ, ଇଷ୍ଟର୍ଣ ଇକୁପମେଣ୍ଟ, ଆର ବି ଅଗ୍ରୱାଲ, ବାରବରିକ ଷ୍ଟିଲ କର୍ପୋରେସନ, ଆଇଏଫଜିଏଲ ରିଫ୍ରାଟୋରିଜ ଲିମିଟେଡ, ବଲଣ୍ଡା ସ୍ଥିତ ଜୟ ଆଇରନ ଏଣ୍ଡ ଷ୍ଟିଲ ଲିମିଟେଡ, ରାଉରକେଲାର ଷ୍ଟିଲ କର୍ପୋରେସନ କୁଆଁରମୁଣ୍ଡ ସ୍ଥିତ ଉତ୍କଳ ମୋଲଡର ଲିମିଟେଡ, ସରବେସ ରିଫ୍ରାଟୋରିଜ ଲିମିଟେଡ ଆଦି କଳ କାରଖାନାଗୁଡ଼ିକ ରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ଏବଂ ରାଜ୍ଯ ରେ ଯଦି ସରକାର ଲାଗୁ କରେଇବା ପାଇଁ ଅପଚେଷ୍ଟା କରନ୍ତି ତାହେଲେ ଏସବୁ କଳ କାରଖାନାଗୁଡ଼ିକ ରେ ସମ୍ପୂର୍ଣ୍ଣ କାମ ବନ୍ଦ ର ଆନ୍ଦୋଳନ କରାଯିବ। ଏହି ବିକ୍ଷୋଭ କାର୍ଯ୍ୟକ୍ରମ ରେ ସିମୁ ସମ୍ପାଦକ ଯଯାତୀ କେଶରୀ ସାହୁ, ଆଇଏଫଜିଏଲ ରିଫ୍ରାଟୋରିଜ ଓର୍କସ ୟୁନିୟନ କାର୍ଯ୍ୟାକାରୀ ସଭାପତି ଅଜିତ କୁମାର ଦାଶ, ସିମୁ ସମ୍ପାଦକ ଅଜିତ ଏକ୍କା, ସମ୍ବିତ ସ୍ଵାଇଁ, ଯୀରୋଦ ବେହେରା, ମାହାତୋ କୁଜୁର, ଅନିଲ ସ, ଶୁଧାଶୁଂ ଜେନା, ରଞ୍ଜନ ବେହେରା ପ୍ରମୁଖ ନେତୃତ୍ବ ନେଇଥିଲେ।

0
88 views

Comment