Census activities starts in Koraput
କୋରାପୁଟ ଜିଲ୍ଲାରେ ଜନଗଣନା–୨୦୨୭ର ପ୍ରାରମ୍ଭିକ ‘ଘର ତାଲିକାକରଣ ଓ ଘର ନମ୍ବରିଂର ଶୁଭାରମ୍ଭ!
କୋରାପୁଟ ଜିଲ୍ଲାରେ ଜନଗଣନା–୨୦୨୭ର ପ୍ରାରମ୍ଭିକ ପର୍ଯ୍ୟାୟ ‘ଘର ତାଲିକାକରଣ ଓ ଘର ନମ୍ବରିଂ’ କାର୍ଯ୍ୟ ସୂଚାରୁ ଓ ସୁସଂଗଠିତ ଭାବରେ ଆରମ୍ଭ ହୋଇଛି। ଏହି ସମଗ୍ର କାର୍ଯ୍ୟକ୍ରମ କୋରାପୁଟ ଜିଲ୍ଲାପାଳ ମନୋଜ ସତ୍ୟ ୱାନ ମହାଜନଙ୍କ ନେତୃତ୍ୱ ଓ ନିର୍ଦ୍ଦେଶରେ ପରିଚାଳିତ ହେଉଛି। ଜିଲ୍ଲା ପ୍ରଶାସନ ପକ୍ଷରୁ ସମୟବଦ୍ଧ ଓ ନିଖୁଣ ଭାବରେ କାର୍ଯ୍ୟ ସମ୍ପାଦନ ପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି ଓ ବ୍ୟବସ୍ଥା ଗ୍ରହଣ କରାଯାଇଛି। ୧୬ ଏପ୍ରିଲ୍ ଠାରୁ ୧୮ ଏପ୍ରିଲ୍ ପର୍ଯ୍ୟନ୍ତ ପ୍ରତିଘଣ୍ଟା ଆଧାରରେ ନମ୍ବରିଂ କରାଯାଇଥିବା ଘର ସଂଖ୍ୟା ସମ୍ବନ୍ଧୀୟ ପ୍ରତିବେଦନ ବା ତଥ୍ୟ ଜନଗଣନା କାର୍ଯ୍ୟାଳୟ, ଭୁବନେଶ୍ୱରକୁ ପ୍ରେରଣ କରାଯାଉଛି। ଏହା ମାଧ୍ୟମରେ କାର୍ଯ୍ୟର ପ୍ରଗତିକୁ ନିୟମିତ ଭାବେ ମନିଟରିଂ କରାଯାଉଛି ଓ ଆବଶ୍ୟକ ପଦକ୍ଷେପ ଗ୍ରହଣ କରଯାଉଛି । ଘର ନମ୍ବରିଂ କାର୍ଯ୍ୟ ସମୟରେ ବରିଷ୍ଠ ନୋଡାଲ୍ ଅଧିକାରୀମାନେ କ୍ଷେତ୍ର ପ୍ରଦର୍ଶନ କରି ଜନ ଗଣନା କାର୍ଯ୍ୟର ନିରୀକ୍ଷଣ କରୁଛନ୍ତି I ତହସିଲଦାର ଓ କାର୍ଯ୍ୟନିର୍ବାହୀ ଅଧିକାରୀମାନେ ମଧ୍ୟ ଉପସ୍ଥିତ ରହି କାର୍ଯ୍ୟର ଗୁଣାତ୍ମକତା ଓ ସଠିକତା ନିଶ୍ଚିତ କରୁଛନ୍ତି।
ଜନଗଣନା–୨୦୨୭ ଦେଶର ସର୍ବପ୍ରମୁଖ ଓ ବ୍ୟାପକ ପ୍ରଶାସନିକ ଅଭିଯାନ ହେବାରୁ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ସ୍ତରରେ ସମନ୍ୱୟ ରଖି ଏହି କାର୍ଯ୍ୟକ୍ରମକୁ ସଫଳ ଭାବେ ସମ୍ପାଦନ କରିବାକୁ ପ୍ରୟାସ ଜାରି ରହିଛି।