ମା ତାରିଣୀଙ୍କ ଚଇତି ପର୍ବର ଉଦଯାପନୀ ଦିବସରେ
ଆଧ୍ୟାତ୍ମିକ ନୃତ୍ୟ ଓ ଭଜନ ପରିବେଷଣ
ଘଟଗାଁ, 16/4/2026(ସମ୍ବିତ କୁମାର ସାହୁ)-ଗତ 9 ତାରିଖ ଠାରୁ ଆରମ୍ଭ ହୋଇଥିବା ଘଟଗାଁ ମା,' ତାରିଣୀଙ୍କ ପ୍ରସିଦ୍ଧ ଚଇତି ପର୍ବର ବୁଧବାର ଉଦଯାପନୀ ଦିବସରେ ମା'ଙ୍କର
ସମସ୍ତ ପୂଜା ଯଥାବିଧି ଅନୁଷ୍ଠିତ ହୋଇଥିଲା। ଏହି ଅନ୍ତିମ ଦିବସରେ ସାଂସ୍କୃତିକ କାର୍ଯ୍ୟକ୍ରମ ଭାବେ ଆଧାତ୍ମିକ ନୃତ୍ୟ , ଭଜନ ସମାରୋହ ଅନୁଷ୍ଠିତ ହୋଇଥିଲା। ବୀଣାପାଣି କଳାନିକେତନ , ଶାଳପଡା ଆଧ୍ୟାତ୍ମିକ ନୃତ୍ୟ ଏବଂ ଘଟଗାଁ ଶ୍ରୀକ୍ଷେତ୍ର ଭଜନ ଗ୍ରୁପ ଓ ମା ' ତାରିଣୀ ଭଜନ ସନ୍ଧ୍ୟା , ଘଟଗାଁ ଭଜନ ପରିବେଷଣ କରିଥିଲେ। ସରୋଜ କୁମାର ସାହୁ , ଝାରସୁଗୁଡାଙ୍କ ସୌଜନ୍ୟରୁ ଅନ୍ନ ପ୍ରସାଦ ବିତରଣ କରା ଯାଇଥିଲା । ସନ୍ଧ୍ୟା କାର୍ଯ୍ୟକ୍ରମରେ ଗାୟକ ସୁଧାକର ବାଳକୃଷ୍ଣ ମିଶ୍ର ଓ ସାଥି ଦାସ କାଠିଆ ପରିବେଷଣ କରିଥିଲେ। ପରେ ହରିକଥା ସେବକ ବସନ୍ତ କୁମାର ବିଶୋଇ ପ୍ରବଚନ ଦେଇଥିଲେ । ରାତ୍ର କାର୍ଯ୍ୟକ୍ରମରେ ବାଦୀ ପାଲା ଅନୁଷ୍ଠିତ ହୋଇଥିଲା। ଗାୟକ ସଚ୍ଚିଦାନନ୍ଦ ଦାଶ ଓ ଗାୟକ ଧିରେନ ମହାନ୍ତି ପାଲା ପରିବେଷଣ କରିଥିଲେ। ଏହି ଅନ୍ତିମ ଉତ୍ସବରେ ମନ୍ଦିର କାର୍ଯ୍ୟାଳୟ ପକ୍ଷରୁ ସ୍ଥାନୀୟ ମେଡିକାଲ ଅଫିସର , ଏସ ଡି ପି ଓ , ଥାନା ଅଧିକାରୀ , ଅଗ୍ନିଶମ ଆଧିକାରୀଙ୍କୁ ସହଯୋଗ ପାଇଁ ଏବଂ ପର୍ବର ବିଭିନ୍ନ କାର୍ଯ୍ୟକ୍ରମରେ ସହଯୋଗ କରିଥିବା ଏକାଧିକ ସଂଘ , କ୍ଲବ ଏବଂ ସ୍ବେଛାସେବୀ ସଂଗଠନର କର୍ମକର୍ତ୍ତାଙ୍କୁ ସମ୍ବର୍ଦ୍ଧିତ କରା ଯାଇଥିଲା।