logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ସ୍ଵlଧୀନତା ସଂଗ୍ରାମୀ ହଳଧର ପୃଷ୍ଟି ଙ୍କ ଏକାଦଶାହ ରେ ସ୍ମୃତିସଭା।

ସ୍ଵlଧୀନତା ସଂଗ୍ରାମୀ ହଳଧର ପୃଷ୍ଟି ଙ୍କ ଏକାଦଶାହ ରେ ସ୍ମୃତିସଭା।

ଚମ୍ପୁଆ -୧୫/୦୪(ଖଣ୍ଡାଧାର ନିଉଜ) ଚମ୍ପୁଆ ବ୍ଲକ କରଞ୍ଜିଆ ପଞ୍ଚାୟତ ଅନ୍ତର୍ଗତ କରଞ୍ଜିଆ ଗ୍ରାମର ବିଶିଷ୍ଟ ସ୍ଵlଧୀନତା ସଂଗ୍ରାମୀ ହଳଧର ପୃଷ୍ଟି ଙ୍କ ଏକାଦଶାହରେ ସ୍ମୃତିସଭା ଓ ପ୍ରତିଭା ଆଲୋଚନାଚକ୍ର କରଞ୍ଜିଆ କଲ୍ୟାଣ ମଣ୍ଡପ ଠାରେ ଅନୁଷ୍ଠିତ ହୋଇଯାଇଛି l
ଅବସରପ୍ରାପ୍ତ ଶିକ୍ଷକ ଜନାର୍ଦ୍ଦନ ପ୍ରଧାନ ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସ୍ମୃତିସଭା ରେ ଅତିଥିଭାବେ ଅବସରପ୍ରାପ୍ତ ହିନ୍ଦୀ ଶିକ୍ଷକ ଗଣେଶ୍ୱର ସାହୁ, ପ୍ରେମାନନ୍ଦ ସାହୁ, ମନୋଜ ଚୌଧୁରୀ, ଶିକ୍ଷୟିତ୍ରୀ ସୁଲେଖା ପୃଷ୍ଟି ପ୍ରମୁଖ ଯୋଗ ଦେଇ ସ୍ଵlଧୀନତା ସଂଗ୍ରାମ ପ୍ରଜା ଆନ୍ଦୋଳନ ରେ ସ୍ୱର୍ଗତ ପୃଷ୍ଟିଙ୍କ ବାନର ସେନା ର ଭୂମିକା ନିଭାଇବା ଏବଂ ସ୍ଵlଧୀନତା ପରବର୍ତ୍ତୀ ସମୟରେ ଅଞ୍ଚଳ ର ଉର୍ନତି ପାଇଁ ତାଙ୍କ ସଂଗଠନିକତା ଦକ୍ଷତା, କର୍ମ ଦୁର୍ଗାପୂଜା ଆରମ୍ଭ, ବାଳିକା ବିଦ୍ୟାଳୟ ପ୍ରତିଷ୍ଠା ଇତ୍ୟାଦି କାର୍ଯ୍ୟରେ ଦିଗଦର୍ଶନ ପାଇଁ ଗ୍ରାମ ତଥା ଅଞ୍ଚଳବାସୀ ଙ୍କ ସ୍ମୃତିରେ ସବୁଦିନେ ମନେ ରହିବେ ବୋଲି ବ୍ୟକ୍ତ କରିଥିଲେ l ଅନ୍ୟତମ ଅତିଥିଭାବେ "ଖଣ୍ଡାଧାର "ର ପରିଚାଳନା ସମ୍ପାଦକ, ଲେଖକ, ସଂଗଠକ ଶ୍ରୀ ଡମ୍ବରୁ ମହାନ୍ତ,
ଅବସରପ୍ରାପ୍ତ ଶିକ୍ଷକ କ୍ଷେତ୍ରବାସୀ ମହାନ୍ତ, ଶିକ୍ଷକ ମିତ୍ରଭାନୁ ମହାନ୍ତ ପ୍ରମୁଖ ଯୋଗ ଦେଇ ତାଙ୍କ ସ୍ମୃତିଚାରଣ କରିଥିଲେ l କାର୍ଯ୍ୟକ୍ରମ କୁ ସ୍ୱର୍ଗତ ହଳଧର ପୃଷ୍ଟି ଙ୍କ ପୁତ୍ର -ପୂର୍ଣ୍ଣଚନ୍ଦ୍ର ପୃଷ୍ଟି, ପୀତବାସ ପୃଷ୍ଟି, ସରୋଜ କୁମାର ପୃଷ୍ଟି,
ବୋହୁ ସ୍ୱର୍ଣ୍ଣପ୍ରଭା ପୃଷ୍ଟି,ହରପ୍ରିୟା ପୃଷ୍ଟି, ପଦ୍ମିନୀ ପୃଷ୍ଟି, ନାତୁଣୀ ଯାଜ୍ଞସେନୀ, ସ୍ମୃତିରେଖା, ନାତି- ଶୁଭ, ହାପି, ଲକି, ରୁସାନ, ଉଦୟ, ଲିପୁ ପ୍ରମୁଖ ପରିଚାଳିତ କରିଥିଲେ l ସ୍ମୃତିସଭା ରେ ଗ୍ରାମ ତଥା ଅଞ୍ଚଳରୁ ସହସ୍ରାଧିକ ବିଶିଷ୍ଟ ବ୍ୟକ୍ତି ବିଶେଷ ଜନ ସାଧାରଣ ଉପସ୍ଥିତ ରହି ଅଂଶଗ୍ରହଣ କରି ଶ୍ରଦ୍ଧାଞ୍ଜଳି ଜଣାଇଥିଲେ l

ଡମ୍ବରୁଧର ମହାନ୍ତ ଙ୍କ ରିପୋର୍ଟ।

11
4621 views

Comment