logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

କରଞ୍ଜିଆ ରେ ଓଡିଶା ଗ୍ରାମୀଣ ବ୍ୟାଙ୍କ ର ନୂତନ ଗୃହ କାର୍ଯ୍ୟାଳୟ ଉଦଘାଟିତ।

କରଞ୍ଜିଆ ରେ ଓଡିଶା ଗ୍ରାମୀଣ ବ୍ୟାଙ୍କ ର ନୂତନ ଗୃହ କାର୍ଯ୍ୟାଳୟ ଉଦଘାଟିତ।

ଚମ୍ପୁଆ -୧୫/୦୪(ଖଣ୍ଡାଧାର ନିଉଜ) ଚମ୍ପୁଆ ବ୍ଲକ କରଞ୍ଜିଆ ପଞ୍ଚାୟତ ଅନ୍ତର୍ଗତ କରଞ୍ଜିଆ ବସଷ୍ଟାଣ୍ଡ ସନ୍ନିକଟ କେନ୍ଦ୍ର ପ୍ରାଥମିକ ବିଦ୍ୟାଳୟ ପଛପଟେ ଓଡିଶା ଗ୍ରାମୀଣ ବ୍ୟାଙ୍କ ର ନୂତନ କାର୍ଯ୍ୟାଲୟ ଗୃହ ସ୍ଥାନାନ୍ତରିତ ହୋଇ ଉଦଘାଟିତ ହୋଇଯାଇଛି l ଉଦଘାଟନ ଉତ୍ସବରେ ମୁଖ୍ୟ ଅତିଥିଭାବେ ଚମ୍ପୁଆ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସ୍ମୃତି ରଞ୍ଜନ ସାହୁ, ସମ୍ମାନିତ ଅତିଥି ଭାବେ ଗ୍ରାମୀଣ ବ୍ୟାଙ୍କ ର ଆଞ୍ଚଳିକ ପରିଚାଳକ ସତ୍ୟବ୍ରତ ନନ୍ଦ, କରଞ୍ଜିଆ ସରପଞ୍ଚ ସୁପ୍ରିୟା ମୁଣ୍ଡା, ଅବସରପ୍ରାପ୍ତ ଶିକ୍ଷକ ଜନାର୍ଦ୍ଦନ ପ୍ରଧାନ ପ୍ରମୁଖ ଯୋଗଦେଇ ନୂତନ କାର୍ଯ୍ୟାଲୟ କୁ ଉଦଘାଟିତ କରିଥିଲେ l କାର୍ଯ୍ୟକ୍ରମକୁ କରଞ୍ଜିଆ ଓଡିଶା ଗ୍ରାମୀଣ ବ୍ୟାଙ୍କ ର ଶାଖା ପରିଚାଳକ ରାକେଶ କୁମାର ମୁର୍ମୁ ସଂଯୋଜନା କରି ପରିଚାଳନା କରିଥିଲେ l ଅତିଥି ମାନେ କେନ୍ଦ୍ର ସରକାର ଓ ରାଜ୍ୟ ସରକାର ଙ୍କ ମୁଦ୍ରା ସ୍କିମ, ସୂର୍ଯ୍ୟ ଘର ଯୋଜନା ସହିତ ଅଟଳ ପେନସନ ଯୋଜନା, ମହିଳା ସମୃଦ୍ଧି ଯୋଜନା ବିଷୟରେ ସଚେତନ ହୋଇ ତା 'ର ଲାଭ ଉଠାଇବାକୁ ଦିଗଦର୍ଶନ ଦେଇଥିଲେ l
ସଠିକ ସମୟରେ ଋଣ ଶୁଝି ସରକାର ଙ୍କ
ସବସିଡ଼ି ର ଫାଇଦା ନେବାକୁ ମୁଖ୍ୟ ଅତିଥି ସ୍ମୃତି ରଞ୍ଜନ ସାହୁ ଅବଗତ କରାଇଥିଲେ l ପ୍ରଥମେ ପୂଜକ ପ୍ରମୋଦ କୁମାର ପଣ୍ଡା ନୂତନ କାର୍ଯ୍ୟାଳୟକୁ ପୂଜା ଅର୍ଚନା କରିଥିଲେ l ଏହି ଅବସରରେ କରଞ୍ଜିଆ ର ମାତୃଶକ୍ତି ସ୍ୱୟଂ ସହାୟକ ଗୋଷ୍ଟୀ ଓ କାଟୁଳିକନା ର ଶକ୍ତି ମା 'ସନ୍ତୋଷୀ ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟାଙ୍କୁ ୧୦ ଲକ୍ଷ ଟଙ୍କାର ଲୋନ ସାଙ୍କସନ ର ପ୍ରମାଣ ପତ୍ର ଦିଆଯାଇଥିଲା l କାର୍ଯ୍ୟକ୍ରମ କୁ କରଞ୍ଜିଆ ଗ୍ରାମୀଣ ବ୍ୟାଙ୍କ ର ସି. ଏସ. ଏ ଉର୍ଜ୍ଜଳ ସେଠୀ,ବାଦଲ ଜୟସିଂହ ପରିଚାଳିତ କରିଥିବାବେଳେ କରଞ୍ଜିଆ ର ମାନ୍ୟଗଣ୍ୟ ବ୍ୟକ୍ତି ସୁଶାନ୍ତ ଚୌଧୁରୀ, ପ୍ରସନ୍ନ କୁମାର ପୃଷ୍ଟି, ମକରଧ୍ୟଜ ମହାନ୍ତ,
ଚିତ୍ତରଞ୍ଜନ ପାଲ, ପୁରନ୍ଦର ପାତ୍ର, ମଧୁସୂଦନ ଲୋହାର ପ୍ରମୁଖ ଉପସ୍ଥିତ ଥିଲେ l

ଡମ୍ବରୁଧର ମହାନ୍ତ ଙ୍କ ରିପୋର୍ଟ।

32
1090 views

Comment