logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ତରବୋଡରେ ବାନର ସେନା ତରଫରୁ ପାନୀୟ ଜଳ ବଣ୍ଟନ

ନୂଆପଡା : ତାରିଖ ୧୬/୦୪/୨୦୨୬, (ଆଇମା ମିଡିଆ) : ମାନବ ସେବା ହିଁ ମାଧବସେବା। ଏହି ମର୍ମକୁ ସାର୍ଥକ କରିବା ସହ ସମାଜରେ ଭାଇଚାରା ଓ ଏକତା ରକ୍ଷା କରିବା ପାଇଁ ବାନରସେନା ମଞ୍ଚ ପ୍ରତ୍ୟେକ ଗ୍ରାମରେ ରେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରିବାକୁ ପରିଚାଳିତ ହୋଇଛି। ଉକ୍ତ କ୍ରମରେ ଆଜି ନୂଆପଡା ଜିଲ୍ଲା ର କୋମନା ବ୍ଲକ ଅନ୍ତର୍ଗତ ତରବୋଡ଼ ବଜାର ପ୍ରାଙ୍ଗଣରେ ବାନର ସେନା, ମଦର ଟେରେସା ସେବା ସଙ୍ଗଠନ, ସ୍ଵୟଙ୍ଗଶ୍ରୀ ମହିଳା ଗ୍ରୁପ ମିଳିତ ଉଦ୍ୟମ ରେ ତରବୁଜ ଓ ମିକ୍ସଫଳ ଦହି ସରବତ ବଣ୍ଟନ କରାଗଲା। ପ୍ରଚଣ୍ଡ ଖରା ଓ ଅସହ୍ୟ ଗୁଳୁଗୁଳିକୁ ଦୃଷ୍ଟିରେ ରଖ୍ ସାପ୍ତାହିକ ବଜାର ଠାରେ ପଥୁକ ଓ ବଜାର ଆସୁଥିବା ଲୋକ ଓ ପଥଚାରୀ, ଯାତ୍ରୀ ମାନଙ୍କୁ ଥଣ୍ଡା ପାନୀୟ ଜଳ ମିକ୍ସଫଳ ଦହି ସରବତ ଓ ତରଭୁଜ ଦିଆ ଗଲା। କାର୍ଯ୍ୟକ୍ରମରେ ବାନର ସେନା ସଭାପତି ଶେଷଦେବ ପ୍ରଧାନୀ
ପରିଚାଳନା କରିଥିବା ବେଳେ ମଦର ଟେରେସା ସେବାସଙ୍ଗଠନ ମହିଳା ଓ ସ୍ଵୟଙ୍ଗ ଶ୍ରୀ ମହିଳା ଗ୍ରୁପ କାର୍ଯ୍ୟକର୍ତ୍ତାମାନେସହଯୋଗ କରିଥିଲେ ‌।ସତ୍ୟବ୍ରତ ସାମଲ, ଯଶୋବନ୍ତ ସାହୁ,ନିଧ୍ ଗହୀର, ମାଳତିଲତା ଶବର, ସସ୍ମିତା ପାଣିଗ୍ରାହୀ,
ମଞ୍ଜୁଲତା ପ୍ରଧାନ, ତପସ୍ୱନି ମେହେର, ସବିତା ମିଶ୍ର,ଉମାବତୀ ମାଝୀ, ଫକୀର ରାଉତ, ତେଜୁରାମ ନାଏକ,ଥବିର ଶବର ବିଶେଷ ସହଯୋଗ କରିଥିଲେ।

10
618 views

Comment