ଦାମନଯୋଡିରେ ଆମ୍ବେଦକର ଜୟନ୍ତୀ ସମାରୋହ ଅନୁଷ୍ଠିତ, ଦାମନଯୋଡି,କୋରାପୁଟ, ଓଡ଼ିଶା,ତା୧୪/୪/୨୬(ମଙ୍ଗଳବାର)
ଦାମନଯୋଡିରେ ଆମ୍ବେଦକର ଜୟନ୍ତୀ ସମାରୋହ
ଦାମନଯୋଡି:-୧୪/୪ ଶିଳ୍ପାଞ୍ଚଳ ଦାମନଯୋଡିରେ ଡଃ ଭୀମରାଓ ଆମ୍ବେଦକରଙ୍କ ୧୩୫ତମ ଜୟନ୍ତୀ ମହାସମାରୋହରେ ପାଳିତ ହୋଇଛି ।ନାଲକୋ ଏସି ଏସଟି ଆସୋସିଏସନ ତରଫରୁ ସକାଳେ ଆମ୍ବେଦକର ଷ୍ଟାଡିୟମସ୍ଥିତ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ଓ ଶ୍ରଦ୍ଧାର ସୁମନ ଅର୍ପଣ କରାଯାଇଥିଲା ।ସଂନ୍ଧ୍ଯାରେ ସେକ୍ଟର ଏକ ସ୍ଥିତ ମୁକ୍ତାକାଶ ରଙ୍ଗମଞ୍ଚରେ ସ୍ମୃତି ସଭା ଆୟୋଜନ କରାଯାଇଥିଲା ।ମୁଖ୍ଯ ଅତିଥି ନାଲକୋର ପ୍ରୋଜେକ୍ଟ ଇଡି ଭି ଏସ ଏସ ଆନନ୍ଦ, ମୁଖ୍ଯ ବକ୍ତା ଡଃ କପିଲ ଖେମଣ୍ଡୁ, ଓଡିଶା କେନ୍ଦ୍ରୀୟ ବିଶ୍ବ ବିଦ୍ୟାଳୟ କୋରାପୁଟର ସୋସିଓଲୋଜି ଡିପାର୍ଟମେଣ୍ଟ ମୁଖ୍ଯ, ସମ୍ମାନୀତ ଅତିଥି ରୂପେ ମୁଖ୍ଯ ମହାପ୍ରବନ୍ଧକ ସୁଗାତୋ ଆନନ୍ଦ ବାସୁ ଓ ଅନ୍ଯ ସମସ୍ତ ମୁଖ୍ଯ ମହାପ୍ରବନ୍ଧକଗଣ ଯୋଗଦାନ କରିଥିଲେ ।ଆସୋସିଏସନର ସଭାପତି ଗୁରୁ ଟାକ୍ରୀ, ସାଧାରଣ ସଂପାଦକ ରବିକାନ୍ତ ନାୟକ ଓ ସମସ୍ତ ସଦସ୍ଯଗଣ ସାହାଯ୍ଯ ଓ ସହଯୋଗ କରିଥିଲେ ।ଆମ୍ବେଦକରଙ୍କ ମହନୀୟ ଅବଦାନ ଦେଶ ଜାତିପାଇଁ ତ୍ଯାଗ ସଂପର୍କରେ ଅତିଥିମାନେ ଆଲୋକପାତ କରିଥିଲେ ।ଶ୍ରୀଧର ପରିଡ଼ା ମଞ୍ଚ ସଂଚାଳନ କରିଥିଲେ ।ଶେଷରେ ସାନ୍ତାଳି ସଂପ୍ରଦାୟର ମାଆମାନେ ସୁନ୍ଦର ଚମତ୍କାର ଚିତାକର୍ଷକ ନୃତ୍ଯ ପରିବେଷଣ କରିଥିଲେ ।ଓ ଅନ୍ଯାନ୍ଯ କଳାକାରମାନେ ସାସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ ।ସଭାପତି ଗୁରୁ ଟାକ୍ରୀ ଓ ସାଧାରଣ ସମ୍ପାଦକ ରବିକାନ୍ତ ନାୟକ ସମସ୍ତଙ୍କୁ ସଫଳତା ପାଇଁ ଧନ୍ୟବାଦ ଅର୍ପଣ କରିଛନ୍ତି ।