କ୍ଷିତିଜ୍ଯୋତି ଆଶ୍ରମରେ ରାଜ୍ୟସ୍ତରୀୟ ଭାଗବତ ଟୁଙ୍ଗୀ ମହୋତ୍ସବ।
କ୍ଷିତିଜ୍ଯୋତି ଆଶ୍ରମରେ ରାଜ୍ୟସ୍ତରୀୟ ଭାଗବତ ଟୁଙ୍ଗୀ ମହୋତ୍ସବ।
ଘଟଗାଁ,୧୫/୦୫ : ସ୍ଥାନୀୟ କ୍ଷିତିଜ୍ଯୋତି ଆଶ୍ରମ ପ୍ରାଙ୍ଗଣରେ ଭାଗବତ ଟୁଙ୍ଗୀ ପ୍ରଚାର ସମିତି ଓଡ଼ିଶାର କେନ୍ଦୁଝର ଜିଲ୍ଲା ଶାଖା ଆନୁକୂଲ୍ୟରେ ରାଜ୍ୟସ୍ତରୀୟ ଭାଗବତ ଟୁଙ୍ଗୀ ମହୋତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି।
ଭାଗବତ ଟୁଙ୍ଗୀ ପ୍ରଚାର ସମିତି ଓଡ଼ିଶା କେନ୍ଦୁଝର ଶାଖାର ସଭାପତି ମନୋଜ କୁମାର ଦାଶଙ୍କ ପୌରହିତ୍ୟରେ ଉଦଘାଟକ ରୂପେ ସାହିତ୍ୟ-ସଂସ୍କୃତି-କଳା ପ୍ରତିଷ୍ଠାନ କେନ୍ଦୁଝରର ସଭାପତି ପ୍ରାଣବଲ୍ଲଭ ନାୟକ, ମୁଖ୍ୟ ବକ୍ତା ରୂପେ ଭାଗବତ ଟୁଙ୍ଗୀ ପ୍ରଚାର ସମିତି ଓଡ଼ିଶାର ସଭାପତି ପୂଜ୍ୟ ନଙ୍ଗୁଳି ବାବା, ସମ୍ମାନିତ ବକ୍ତା ଭାବେ ସାହିତ୍ୟ -ସଂସ୍କୃତି କଳା ପ୍ରତିଷ୍ଠାନ ଓଡ଼ିଶାର ସଭାପତି ଡଃ ବିମ୍ବାଧର ବେହେରା, ସମ୍ମାନିତ ଅତିଥି ରୂପେ ପ୍ରହଲ୍ଲାଦ ମହାନ୍ତ, ବାମଦେବ ନାୟକ, ମୋହନ ମହାନ୍ତ, କୁମାର ସତ୍ୟଜିତ ବେଜ ଓ କରୁଣାକର ବାରିକ ଆଦି ପ୍ରମୁଖ ବିଶିଷ୍ଟ ବ୍ୟକ୍ତିଗଣ ସଭା ମଣ୍ଡନ କରିଥିଲେ। ଅତିଥି ମାନଙ୍କ ଦ୍ୱାରା ଠକୁର କେଶବ ଚନ୍ଦ୍ରଙ୍କ ଫଟୋ ଚିତ୍ରରେ ଧୂପ ଦୀପ ପ୍ରଜ୍ଜ୍ୱଳନ କରି ଉଦଘାଟନ କରିବା ପରେ ପରେ ଟିକିନା ମହାକୁଡ଼ ଓ ବିମଳା ମହାନ୍ତ ସ୍ବାଗତ ସଂଗୀତ ଗାନ କରିଥିଲେ। ସମ୍ମାନିତ ବକ୍ତା ଶ୍ରୀଯୁକ୍ତ ବେହେରା ପ୍ରେମ ଭକ୍ତି ଓ ବୃକ୍ଷ ସଂରକ୍ଷଣ ଉପରେ ଆଲୋଚନା କରିଥିବା ବେଳେ ସମ୍ମାନିତ ଅତିଥି ଶ୍ରୀଯୁକ୍ତ ବେଜ ବ୍ରହ୍ମ ସ୍ଥାପନ ଉପରେ ଆଲୋକପାତ କରିଥିଲେ। ମୁଖ୍ୟ ବକ୍ତା ପୂଜ୍ୟ ବାବା ଶ୍ରୀମଦ୍ଭାଗବଦ୍ ର ଲକ୍ଷ୍ୟ ଓ ପଥ ଉପରେ ବହୁ ସୁନ୍ଦର ଭାବରେ ଆଲୋଚନା କରିଥିଲେ। ଉପଦେଷ୍ଟା ବାମଦେବ ନାୟକ କେନ୍ଦୁଝର ଜିଲ୍ଲାର ଅସନପାଟ ସର୍ବ ପୁରାତନ ସଂସ୍କୃତି ସଂପର୍ଣ୍ଣ ପବିତ୍ର ସ୍ଥାନ ବୋଲି ଅଭିହିତ କରିଥିଲେ।ଉଦଘାଟକ ଶ୍ରୀଯୁକ୍ତ ନାୟକ ବ୍ରହ୍ମ ଓ ସତ୍ୟକୁ ନେଇ ବିଭିନ୍ନ ଉପାଖ୍ୟାନ ମାଧ୍ୟମରେ ଅତି ସୁନ୍ଦର ଭାବରେ ଆଲୋଚନା କରି ଭକ୍ତ ମାନଙ୍କୁ ବିମୋହିତ କରି ପାରିଥିଲେ। ଏହି ସମାରୋହରେ ରାଜ୍ଯର ବିଭିନ୍ନ ଅଞ୍ଚଳରୁ ପ୍ରାୟ ତିନିଶହରୁ ଅଧିକ ଭାଗବତ ପ୍ରେମୀ ଓ ଭକ୍ତ ଯୋଗଦେଇଥିଲେ। ଚମ୍ପୁଆ ରୁ ଭାଗବତ ଟିକିନା ମହାକୁଡ଼ ଧନ୍ୟବାଦ୍ ଅର୍ପଣ କରିଥିଲେ।କ୍ଷିତିଜ୍ଯୋତି ଆଶ୍ରମ ଘଟଗାଁ ତରଫରୁ ବାବା ଚରମାନନ୍ଦ ଦାଶ ଓରଫ୍ ପ୍ରତାପ ମହାନ୍ତ ପରିଚାଳନା କରିଥିବାବେଳେ ଅର୍ଜୁନ ମହାନ୍ତ ସହଯୋଗ କରିଥିଲେ।
ଖଣ୍ଡାଧାର ନିଉଜ- ବାବୁଲାଲ ପଲେଇଙ୍କ ରିପୋର୍ଟ।