ବଡପଦର ଗ୍ରାମ ପଞ୍ଚାୟତର ବଙ୍ଗୁରାପଡାରେ ପଲ୍ଲୀ ସଭା: FRA, ସ୍ଟ୍ରେସ୍ ମ୍ୟାପ୍ ଓ ଜମି ରେକର୍ଡ ଉପରେ ଗୁରୁତ୍ୱ
ଚିତ୍ରକୋଣ୍ଡା, 15-04-2026: ଚିତ୍ରକୋଣ୍ଡା ବ୍ଲକ ଅନ୍ତର୍ଗତ ବଡପଦର ଗ୍ରାମ ପଞ୍ଚାୟତର ବାଙ୍ଗୁରପଡା ଅଞ୍ଚଳସ୍ଥ ଫୁଲପଦର ଗ୍ରାମରେ ପଲ୍ଲୀ ସଭା ଅନୁଷ୍ଠିତ ହୋଇଥିଲା। ସଭାଟି ସରପଞ୍ଚଙ୍କ ସଭାପତିତ୍ୱରେ ହୋଇଥିବାବେଳେ ଓ୍ୱାର୍ଡ ସଦସ୍ୟ, ସମିତି ସଭ୍ୟ, ପରିବର୍ତନ NGOର ପ୍ରତିନିଧିମାନେ ଓ ଗ୍ରାମବାସୀମାନେ ଯୋଗଦେଇଥିଲେ।
ସଭାରେ ଓ୍ୱାର୍ଡ ସଦସ୍ୟଙ୍କ ଦ୍ୱାରା ସରପଞ୍ଚଙ୍କୁ ସଭାପତି ଭାବେ ପ୍ରସ୍ତାବ ରଖାଯାଇଥିଲା ଓ ଗ୍ରାମବାସୀମାନେ ଏହାକୁ ଏକମତରେ ସମର୍ଥନ କରିଥିଲେ।
ସଭାରେ ବିଶେଷକରି FRA (Forest Rights Act) ଅନୁଯାୟୀ ଫରେଷ୍ଟ ROR ପ୍ରଦାନ ଉପରେ ଗୁରୁତ୍ୱ ଦିଆଯାଇଥିଲା। ଯୋଗ୍ୟ ଲୋକମାନଙ୍କୁ ଚିହ୍ନଟ କରି ତାଙ୍କର ଅଧିକାର ସୁନିଶ୍ଚିତ କରିବାକୁ ପଦକ୍ଷେପ ନେବାକୁ ସମ୍ମତି ହୋଇଥିଲା।
ଏହା ସହିତ ବଙ୍ଗୁରାପଡାରେ ସ୍ଟ୍ରେସ୍ ମ୍ୟାପ୍ ପ୍ରସ୍ତୁତ କରି ଅନଲାଇନ୍ ଅପଲୋଡ୍ କରିବା ଓ ଫୁଲପଦର ଓ ଖଲପଦରରେ ଫରେଷ୍ଟ ଓ ସେଟଲମେଣ୍ଟ ଜମି ପାଇଁ ନୂତନ ରେକର୍ଡ ପ୍ରସ୍ତୁତ କରିବା ବିଷୟରେ ମଧ୍ୟ ଆଲୋଚନା ହୋଇଥିଲା।
ସଭାରେ ଗ୍ରାମ ଉନ୍ନତି, ପାଣି, ରାସ୍ତା ଓ ପରିଷ୍କାରତା ସମସ୍ୟା ଉପରେ ମଧ୍ୟ ଆଲୋଚନା ହୋଇଥିଲା ଏବଂ ଶେଷରେ ସମସ୍ତଙ୍କ ସହଯୋଗରେ ଗ୍ରାମ ଉନ୍ନତି କରିବାକୁ ଆହ୍ୱାନ କରାଯାଇଥିଲା।