ତେଲକୋଇ ଯୁବ କଂଗ୍ରେସ ତରଫରୁ ପଣା ବଣ୍ଟନ।
ତେଲକୋଇ ଯୁବ କଂଗ୍ରେସ ତରଫରୁ ପଣା ବଣ୍ଟନ।
କେନ୍ଦୁଝର,ତା୧୪/୪-ପବିତ୍ର ମହାବିଷୁବ ପଣା ସଂକ୍ରାନ୍ତି , ମହାବୀର ଜୟନ୍ତୀ ଏବଂ ଓଡ଼ିଆ ନବବର୍ଷରେ ଜିଲ୍ଲା ଯୁବ କଂଗ୍ରେସ ସଭାପତି ସୁନେଶ ଧୀରଙ୍କ ଆହ୍ବାନରେ ଯୁବ କଂଗ୍ରେସ ତରଫରୁ ତେଲକୋଇ ମୁଖ୍ୟ ବଜାର ପେଣ୍ଡାଲ ନିକଟରେ ଦହିପଣା ତେଲକୋଇ ବିଧାନସଭା ଯୁବ କଂଗ୍ରେସ ସଭାପତି ଗୌରହରି ପାତ୍ରଙ୍କ ନେତତ୍ବରେ ବଣ୍ଟନ କରଗଲା । ବରିଷ୍ଠ କଂଗ୍ରେସ ନେତା ଟଙ୍କଧର ପ୍ରଧାନ ଓ ଦୁର୍ଯ୍ୟୋଧନ ବିଶ୍ଵାଳ ପ୍ରଥମେ ଲୋକମାନଙ୍କୁ ଦହିପଣା ବଣ୍ଟନ କରି ସ୍ବାଗତ କରିଥିଲେ । ଏହି କାର୍ଯ୍ୟକ୍ରମରେ ଦିଲୀପ କୁମାର ସାହୁ, ପୂର୍ବତନ ତେଲକୋଇ ବ୍ଲକ ସଭାପତି , ବରିଷ୍ଠ କଂଗ୍ରେସ ନେତା ଅରକ୍ଷିତ ପ୍ରଧାନ ,ଅକ୍ଷୟ କୁମାର ସାହୁ, ଚନ୍ଦ୍ରମଣି ସାହୁ , ବିଭୂତି ସାହୁ , ମଧୁସୂଦନ ବାରିକ, ନୀଳମଣି ସାହୁ , ଅନ୍ତର୍ଯ୍ୟାମୀ ପାତ୍ର, ହେମନ୍ତ ବିଶ୍ବାଳ, ଯୁବ କଂଗ୍ରେସ ନେତା ଦୀପକ ମୁଖି , ଲିପୁନ ବେହେରା , ବିଜୟ ବେହେରା , ବରୁଣ ପ୍ରଧାନ, ସୁବାସନ ପ୍ରଧାନ, କପିଳେନ୍ଦ୍ର ପ୍ରଧାନ, ପ୍ରମୋଦ ସାହୁ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।
ଖଣ୍ଡାଧାର ନିଉଜ- ବରିଷ୍ଠ ସାମ୍ବାଦିକ ଦିଲ୍ଲିପ କୁମାର ସାହୁଙ୍କ ରିପୋର୍ଟ।