logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ରାଜ୍ୟ ସିଏମ ଟ୍ରଫିର ପଞ୍ଚମ ଦିବସ ଟିଏସଏଫ ମୁର୍ଗା ଓ ରାଇକଳା ହାଇସ୍କୁଲ ମ୍ୟାଚ ୧-୧ ରେ ଅମୀମାଂଶିତ।

ରାଜ୍ୟ ସିଏମ ଟ୍ରଫିର ପଞ୍ଚମ ଦିବସ
ଟିଏସଏଫ ମୁର୍ଗା ଓ ରାଇକଳା ହାଇସ୍କୁଲ ମ୍ୟାଚ ୧-୧ ରେ ଅମୀମାଂଶିତ।

କେନ୍ଦୁଝର -୧୪/୦୪(ଖଣ୍ଡାଧାର ନିଉଜ) ରାଜ୍ୟ କ୍ରୀଡା ଓ ଯୁବ ସେବା ବିଭାଗ, ଫୁଟବଲ ଆସୋସିଏସନ ଅଫ ଓଡିଶା ଏବଂ କେନ୍ଦୁଝର ଜିଲ୍ଲା କ୍ରୀଡା ସଂସ୍ଥା ମିଳିତ ସହଯୋଗରେ ଶଙ୍କରପୁରସ୍ଥିତ ଧରଣୀଧର ସ୍ପୋର୍ଟ୍ସ କମ୍ପ୍ଲେକ୍ସ ଠାରେ ୧୪ ବର୍ଷରୁ କମ (ବାଳିକା )ସିଏମ ଫୁଟବଲ ପ୍ରତିଯୋଗିତାର ଲିଗ ପଦ୍ଧତିରେ ଅନୁଷ୍ଠିତ ଆଜି ପଞ୍ଚମ ଦିବସରର ଏକମାତ୍ର ଖେଳ ପୂର୍ବାହ୍ନରେ ଅନୁଷ୍ଠିତ ହୋଇଥିଲା l ଟାଟା ଷ୍ଟିଲ ଫାଉଣ୍ଡେସନ, ମୁର୍ଗା ଏବଂ ରାଇକଳା ହାଇସ୍କୁଲ ମଧ୍ୟରେ ଆଜିର ଏହି ଖେଳଟି ଆରମ୍ଭରୁ ଶେଷ ହୁଇସିଲ ବାଜିବା ପର୍ଯ୍ୟନ୍ତ ତୀବ୍ର ପ୍ରତିଦ୍ବନ୍ଦିତା ଏବଂ ସଂଘର୍ଷପୂର୍ଣ୍ଣ ଭାବେ ସମାପ୍ତ ହୋଇଥିଲା l ପ୍ରଥମlର୍ଦ୍ଧ ଖେଳରେ ଉଭୟ ଦଳ ଗୋଲ ଦେବାର କେତୋଟି ସୁଯୋଗ ପାଇଥିଲେହେଁ ପୁରୋଭାଗର ଖେଳାଳୀ ମାନେ ଶେଷ ସ୍ପର୍ଶ ଦେବାରେ ସଫଳ ହୋଇନଥିଲେ l ପ୍ରଥମlର୍ଦ୍ଧ ଖେଳ ଗୋଲଶୂନ୍ୟ ଭାବେ ସମାପ୍ତ ହେବାପରେ ଦ୍ୱିତୀୟlର୍ଦ୍ଧର ୩୪ ମିନିଟରେ ରାଇକଳା ହାଇସ୍କୁଲର ୪ ନମ୍ବର ଖେଳାଳୀ ସୁପ୍ରିୟା ମୁଣ୍ଡା ଦଳ ପକ୍ଷରୁ ପ୍ରଥମ ଗୋଲଟି ସ୍କୋର କରି ଦଳକୁ ଅଗ୍ରଣୀ କରାଇଥିଲେ l ମାତ୍ର ସେମାଙ୍କର ସେ ଖୁସି ବେଶି ସମୟ ରହି ନଥିଲା l ଏହାର ଠିକ ୧୧ ମିନିଟ ପରେ ଟାଟା ଷ୍ଟିଲ ଫାଉଣ୍ଡେସନର ରାଇଟ ଉଇଁଗର ପୁର୍ଣିମା ମୁଣ୍ଡା ଗୋଲଟିକୁ ପରିଶୋଧ କରି ଖେଳକୁ ସମାନ ସ୍ତରକୁ ଆଣିଥିଲେ l ଏହି ଖେଳଟି ୧-୧ ଗୋଲରେ ଅମୀମାଂଶିତ ରହିବାରୁ ଉଭୟ ଦଳ ପଏଣ୍ଟ ଭାଗ କରିଥିଲେ l
ଆଜି ପୂର୍ବାହ୍ନରେ ଖେଳ ଆରମ୍ଭ ହେବା ପୂର୍ବରୁ ମୁଖ୍ୟ ଅତିଥି ଜିଲ୍ଲା କ୍ରୀଡା ଛାତ୍ରାବlସର ଦୌଡ଼କୁଦ ପ୍ରଶିକ୍ଷକ ଅନିଲ ଶର୍ମାଙ୍କ ସହ ଉଭୟ ଦଳର ଖେଳାଳୀ ମାନଙ୍କୁ ପରିଚିତ କରାଇ ଦିଆଯାଇଥିଲା l ଆଜିର ଖେଳରେ ବେଣୁଧର ମୁଣ୍ଡା ରେଫରୀ ଦାୟିତ୍ୱ ତୁଲାଇଥିବା ବେଳେ ତାଙ୍କୁ ଲାଇନରେ ସହାୟତା କରିଥିଲେ ଯୋଗେନ୍ଦ୍ର ମାଝୀ ଓ ସନ୍ତୋଷ ମହାକୁଡ l ଚତୁର୍ଥ ରେଫରୀ ଥିଲେ ସନ୍ତୋଷ ବିଜୟ କୁମାର ମୁଣ୍ଡା l ଫାଓ ପକ୍ଷରୁ ବୀରେନ୍ଦ୍ର ମହାନ୍ତ ମ୍ୟାଚ କମିଶନର ନିଯୁକ୍ତ ହୋଇ ଦାୟିତ୍ୱ ନିର୍ବାହ କରିଥିଲେ l

ଡମ୍ବରୁଧର ମହାନ୍ତ ଙ୍କ ରିପୋର୍ଟ।

9
663 views

Comment