logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ସୁନାବେଡା ଗୁମର କଥା



ଉଠାଣି ଗଡ଼ାଣି ଦେଇ ଆଗକୁ ଧାରିଥାଏ ଆମ ଗାଡ଼ିଟି) ଆଖି ଆଗରେ କେବଳ ପାହାଡ଼ିଆ ଘୁମନ୍ତ ଘାଟି, ଘଞ୍ଚ ଜଙ୍ଗଲର ସବୁଜ ସାମିଆନା, ନିରବ ଉପତ୍ୟକା ଓ ବିସ୍ତୀର୍ଣ୍ଣ ମାନର୍‌ମି| ନିର୍ଜନ ରାସ୍ତା, କାଁଭାଁ କେତେବେଳେ ଗୋଟିଏ ଦୁଇଟି ଦୁଇଚକିଆ ଗାଡ଼ି, ଠାଏଠାଏ କିଛି ମୂଲିଆ ଧରି ରାସ୍ତାକଡ଼ ଶୁଖୁଲା ଘାସଲତା ସଫା କରିବାରେ ବ୍ୟସ୍ତ ଜଙ୍ଗଲ ବିଭାଗର କର୍ମଚାରୀ, ଛୋଟିଆ ଛୋଟିଆ ଗାଁ, ବଜାର ପ୍ରାଙ୍ଗଣ, ମଝିରେ ମଝିରେ ପଇଁତରା ମାରୁଥିବା ସଶସ୍ତ୍ର ସୁରକ୍ଷା ଯବାନ ଓ ତାଙ୍କ ବେସ୍ କ୍ୟାମ୍ପ ନଜର ଆସୁଥିଲା । ଏମିତି କିଛି ସମୟ ପରେ ପିଚୁ ରାସ୍ତା ସରି ଆରମ୍ଭ ହେଲା କଢା, ମୋରମ ରାସ୍ତା, ତା' ପରେ କେବଳ ଘାଟି ପର ଜଙ୍ଗଲ ଉପତ୍ୟକାର ଖୋଲା ଟାଙ୍ଗରା ରାସ୍ତା। ମାଘ ମାସର କଅଁଳିଆ ଖରା ମୁଁ ଗାଡ଼ିର ଏସି ବନ୍ଦ କରି ଝରକା ଅଳ୍ପ ଖୋଲିଦେବା ପାଇଁ ଡ୍ରାଇଭରକୁ ଜଳିଲି | ଆ ତାଜା ପବନ ଦଲକାଏ ପଶି ଆସି ଦେହ ମନକୁ ସଚେଜ କରିଦେଲା "ଏହାକୁ ମନଭରି ଆଘ୍ରାଣ କର, ଭରପୁର ଶୋଷିନିଅ; ଏହା ହେଉଛି ନିଚ୍ଛକ ବିଶୁଦ୍ଧ ଅମ୍ଳଜାନ ସମୃଦ୍ଧ ବାୟୁ କାହିଁ ରାଜଧାନୀର ସାଙ୍ଘାତିକ ତିନିଶହ ଉପରେ ଏସାର ଦ୍ବାଲିଟି ଇଣ୍ଡେକ୍ସ, ଆଉ ଏଠି ନିର୍ମନ, ସ୍ବାସ୍ଥ୍ୟପ୍ରଦ ବାୟୁମଣ୍ଡଳ!" ସମସ୍ତେ ଆନନ୍ଦରେ କୁରୁଳି ଉଠିଲେ । ପ୍ରାୟ ୬୦୦ ବର୍ଗ କିମି ବ୍ୟାପ୍ତ ସୁନାବେଡ଼ା ଅଭୟାରଣ୍ୟଟି କେଳକ ନୂଆପଡ଼ା ଜିଲ୍ଲା ନୁହେଁ, ଓଡ଼ିଶା ପାଇଁ ପ୍ରକୃତିର ଏକ ବରଦାନ। ଛତିଶଗଡ଼ ସୀମାନ୍ତ ହୋଇଥିବାରୁ ଏକଦା ସୁନାବେଡ଼ା ଅଭୟାରଣ୍ୟ ଥିଲା ମାଓବାଦୀଙ୍କ ଅବାଧ ବିଚରଣସ୍ଥଳ | ମାଓମୁକ୍ତ ଅଭିଯାନ ଶେଷ ପର୍ଯ୍ୟାୟରେ ଥିଲେ ବି ସତର୍କତା ଦୃଷ୍ଟିରୁ ସୁରକ୍ଷା ପାଇଁ ଏକ ମୋଟର ସାଇକେଲରେ ଆଗରେ ଯାଇଥିଲେ ଗୁଳିଇରା ପିସ୍ତଲଧାରୀ ଦୁଇଜଣ ସ୍ବତନ୍ତ୍ର ଯଦାନ ସାଧା ପୋଷାକରେ I ଆମେ ଦୂରସଂଚାର ବିଭାଗ, ମୋବାଇଲ ସେବା ପ୍ରଦାନକାରୀ କମ୍ପାନୀ ଓ ରାଜ୍ୟ ପ୍ରଶାସନର ସ୍ଥାନୀୟ ଅଧିକାରୀ ମିଶି ମୋଟ ୬ଜଣ ଗୋଟିଏ ଚାରିଚକିଆ ଗାଡ଼ିରେ ତାଙ୍କୁ ଅନୁଧାବନ କରୁଥୁରୁ
କେନ୍ଦ୍ର ସରକାରଙ୍କ ଏକ ବିଶାଳ ପରିଯୋଜନା ଅନୁସାରେ ମାଓ ଉପଦ୍ରବ ତଥା ଏ ପର୍ଯ୍ୟନ୍ତ ଡିଜିଟାଲ କନେକ୍ଟିଭିଟିରୁ ଦୂରରେ ଥ‌ିବା ଆକାଂକ୍ଷୀ ଜିଲ୍ଲାଗୁଡ଼ିକର ଅତି ପଛୁଆ ଗ୍ରାମାଞ୍ଚଳରେ '୪. ଡି' ମୋବାଇର ସେବା ପହଞ୍ଚାଇବା ପାଇଁ କ୍ଷେତ୍ର ପରିଦର୍ଶନ କ୍ରମରେ ନୂଆପଡ଼ା ଜିଲ୍ଲାର କିଛି ଗ୍ରାମ ସର୍ବେକ୍ଷଣ କରିବା ଏହି ଗସ୍ତର ଉଦ୍ଦେଶ୍ୟ ୪-ଜି ସେବା ଆରମ୍ଭ ହେଲେ ଏଭଳି ଅବହେଳିତ ଅଞ୍ଚଳରେ ଜିଜିଟାଲ ବିଭାଜନ ସମାପ୍ତକରିବା ପାଇଁ ସରକାରଙ୍କ ଏକ ବ୍ୟାପକ ପ୍ରୟାସର ଅଂଶବିଶେଷ ରାସ୍ତାରେ ପଡ଼ିଲା ସୁନାବେଡ଼ା ଗ୍ରାମ ଏଠିକାର ଆରାଧ୍ୟା ଦେବୀ "ସୁନାଦେଶ'ଙ୍କ ଏକ ଭବ୍ୟ ମନ୍ଦିର ଏହି ଗ୍ରାମରେ ପ୍ରତିଷ୍ଠିତ । ଶୁଣିରୁ ପ୍ରତିବର୍ଷ ଦୁର୍ଗାପୂଜା ସମୟରେ ଦେବୀଙ୍କ ଉଦ୍ଦେଶ୍ୟରେ ହୁଏ 'ଦଶରା ଯାତରା', ଯାହା ସ୍ଥାନୀୟ ଲୋକଙ୍କ ମୁଖ୍ୟ ଆକର୍ଷଣ ଏବଂ ଖୁବ ଉକ୍ତିରେ, ଡାକଜମକରେ ପାଳନ କରାଯାଏ। ଆମେ ଦେବୀଙ୍କ ଉଦ୍ଦେଶ୍ୟରେ ପ୍ରଣାମ କରି ଆଶୀର୍ବାଦ ଭିକ୍ଷା କରି ଆଗକୁ ବଢ଼ିଲୁ ।
ସୁନାବେଡ଼ା ଅଭୟାରଣ୍ୟ ପୂର୍ବଘାଟ ପର୍ବତମାଳାର ଅଂଶ, ଶୁଷ୍କ ପତ୍ରଝରା ରଷ୍ମ କଟିବନ୍ଧିୟ ବଣ ଓ ଅନେକ ଜୈବ-ବିବିଧତାରେ ପରିପୂର୍ଣ୍ଣ । ଏହା ଭିତରେ ପ୍ରାୟ ୬୪ଟି ଗ୍ରାମର ୨୦ ହଜାର ଲୋକ ବସବାସ କରନ୍ତି । ବିଭିନ୍ନ ପ୍ରକାର ବନ୍ୟ ଜୀବଜନ୍ତୁ, ବିସ୍ତୀର୍ଣ ମାଳଭୂମି, ଉପତ୍ୟକା ଏବଂ ମନୋମୁଗ୍ଧଜର ଜଳପ୍ରପାତ ଏଠିକାର ବିଶେଷ ଆକର୍ଷଣ । ମହାନଦୀର ଏକ ଉପନଦୀ ଜୋଙ୍କ ନଦୀର ଉପୂରି ସ୍ଥଳ ଏହି ଜାଗାରେ | ଇନ୍ଦ୍ର ନାଲା ଓ ଉଦନ୍ତୀ ନଦୀ ବି ଏହାର ଦକ୍ଷିଣ ପଟରୁ ବାହାରିଛି । ଛୋଟବଡ଼ କରି ପ୍ରାୟ ୧୧ଟି ଜଳପ୍ରପାତ ଥିଲେ ଦି ତିନୋଟି ପ୍ରମୁଖ ଜଳପ୍ରପାତ ହେଉଛି ଗୋଧାସ୍ ବେନିଆଧାମ୍ ଏବଂ ଖରଳଧାସ୍ । ଏ ଗୁଡ଼ିକର ଦୃଶ୍ୟ ଅତ୍ୟନ୍ତ ମନୋରମ। ସମୟର ସ୍ୱଚ୍ଛତାରୁ ଆମେ ଦେଖୁପାରିରୁ କେବଳ ଖରଲଧାସ୍। ପ୍ରାୟ ୧୫୦ଫୁଟ୍ ତଳକୁ ପାଣି ପଡ଼ିବାର ଦୃଶ୍ୟ ଅବଲୋଚନ କରିବା ବାସ୍ତବିକ ଏକ ବିରଳ ଅନୁଭବ ଏହାକୁ ସୁନାବେଡ଼ା ଅଭୟାରଣ୍ୟର 'ଗୁପ୍ତଧନ' କହିଲେ ଅତ୍ୟୁକ୍ତି ହେବ ନାହିଁ । ବର୍ଷାଦିନେ ତ ଏହାର ସୌନ୍ଦର୍ଯ୍ୟ ହୋଇଯାଏ ବହୁଗୁଣିତ | ଘର୍‌ଘର ନାଦ କରି ଆବଡ଼ାଖାବଡ଼ା ପଥର ଚଟାଣ ଦେଇ ଉପରୁ ଗଡ଼ି ଆସୁଥିବା ପାଣିଧାର ହଠାତ ଲମ୍ଫ ପ୍ରଦାନ କରେ ୧୫୦ ଫୁଟ ତନକୁ, ସୃଷ୍ଟି ହୁଏ ଜଳୀଯବାଷ୍ପର ଧୂମ ଜଳୟା ଦୂରକୁ ଦୂରକୁ କେବଳ ଦେଖା ଯାଇଥାଏ ନଦୀର ଗଭୀର ଖାଇ, ହାତୀ ସମାନ ପଥର, ପଥର ଚଟାଣର ପାଚେରୀ, ସୁରତ ଜଙ୍ଗଲୀ ବୃକ୍ଷ, ନାନାବିଧ ଲତା, ସବୁଜିମା ଭରା ଉପତ୍ୟକା ଓ ଧାଡ଼ି ଧାଡ଼ି ପାହାଡ଼ ମଥାନ | ଜୀବନରେ କେବେ ନ ଦେଖୁଥିଲେ ବି ଭାଳିଲି ଆମେରିକାର ନାଏଗ୍ରା ଫଲ୍ କ'ଣ ଏକାଠୁଁ ବେଶି ରମଣୀୟ ହୋଇଥିବ?
ଏହା ବ୍ୟତିରେକ ବାରାସିଂହା ହରିଣ ଓ ବିରଳ ପ୍ରଜାତି ବଣମହିଷୀ ପାଇଁ ଏହି ଅଭୟାରଣ୍ୟଟି ପ୍ରସିଦ୍ଧ। ବାଘ, ଚିତାବାଘ, ଭାଲୁ, ମାଙ୍କଡ଼ ପ୍ରଜାତି ବି ବହୁଳ ପରିମାଣରେ ଦେଖାଯାନ୍ତି ସେହିପରି ପେଚା, କପୋଚ, ଗିଧ, ଇଗଲ ଆଦି ପ୍ରାୟ ଦୁଇଶହ ପ୍ରକାର ପକ୍ଷୀ ପ୍ରଜାତି ବି ଏଠି ଚିହ୍ନଟ କରାହୋଇଛି। ଏହାକୁ
ଏକ ‘ଜାତୀୟ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ କ୍ଷେତ୍ର କରିବା ପାଇଁ ପ୍ରସ୍ତାବ ନୀତିଗତ ଦୃଷ୍ଟିରୁ ନ୍ୟାସନାଲ ଟାଇଗର କନଜର୍ଭେସନ୍ ଅଥରିଟିଙ୍କ ମଞ୍ଜୁରି ମିଳିସାରିଛି, ଆଇନଗତ ଭାବେ ସରକାରା ଘୋଷଣାନାମା ପରେ ପ୍ରକାଶ ପାଇବ ବୋଲି ଜାଣିଲୁ। ଏମିତି ହେଲେ ଅଭୟାରଣ୍ୟର କଳେବର ଆହୁରି ବୃଦ୍ଧି ପାଇ ପ୍ରାୟ ୯୫୭ ବର୍ଗ କିମି ହେବ । ନୂଆପଡ଼ା ଜିଲ୍ଲା ସଦର ମହକୁମାର ପଶ୍ଚିମରେ ସୁନାବେଡ଼ା ଅଭୟାରଣ୍ୟରୁ ଜୋଙ୍କ ନଦୀ ବାହାରି ଉତ୍ତର ଦିଗକୁ ଗତି କରି ଇତିହାସର ସନ୍ତକ ମାରାଗୁଡ଼ା ଉପତ୍ୟକାରେ ପ୍ରବେଶ କରି ଖଡ଼ିଆଳ ରୋଡ୍ ପରେ ସୌରୀନାରାୟଣଠାରେ ମହାନଦୀରେ ମିଶିଛି। ମାରାଗୁଡ଼ା ସଭ୍ୟତା ଅତି ପ୍ରାଚୀନ, ଚତୁର୍ଥ-ସପ୍ତମ ଶତାବ୍ଦୀର ବୋଲି ଇତିହାସ କହେ | ମହେଞ୍ଜୋଦାରୋ-ହରପ୍ପା ପରି ଏହା ଧନୀ, ସମୃଦ୍ଧ ଓ ଐତିହ୍ୟ ସମ୍ପର୍କ ପ୍ରତ୍ନତାତ୍ତ୍ୱିକ ଖନନରେ ପ୍ରସ୍ତର ଯୁଗର ଟାଙ୍ଗିଆ ଆବିଷ୍କୃତ ହୋଇଛି I ଏକଦା ଶତବହାନ, କଲାଚୁରି ସୋମବଂଶୀ, ପାଣ୍ଡୁବଂଶୀ, କୁଶାଣ, ସଭରପୁରୀୟ ଓ ଚୌହାନ ବଂଶର ରାଜାମାନେ ଏଠି ଶାସନ କରୁଥିଲେ। ଏଠାରେ ଶୈବ, ଶାକ୍ତ ବୌଦ୍ଧ, ଜୈନ, ବୈଷ୍ଣବ ଆଦି ପରମ୍ପରା ଚାଲୁଥିଲା ବୋଲି ଇତିହାସରେ ବର୍ଣିତ | ରାଜ୍ୟ ଓ ରାଜାମାନେ ଧନୀ, ସମୃଦ୍ଧ ଓ ସୂର୍ଣମୁଦ୍ରାର ପ୍ରଚଳନ ଥିବା ପ୍ରତ୍ନ‌ତାତ୍ତ୍ୱିକ ଖଳନରୁ ପ୍ରମାଣିତ ହୋଇଛି । ୧୯୭୪-୮୪ ମଧ୍ୟରେ ହୋଇଥିବା ଏହି ପ୍ରଦତାତ୍ତ୍ୱିକ ଖନନରୁ ରାଜାମହଲ, ଗାଣୀ ମହଲ, ରାଜଦରବାରର ଧ୍ବଂସାବଶେଷ ଆଜି ସେହି ପୂର୍ଣିମ ଇତିହାସର ମୂକସାକ୍ଷୀ ପାଲଟିଛି। ଏହା କୋଶଳ ରାଜ୍ୟର ରାଜଧାନୀ ଥିଲା ବୋଲି ଐତିହାସିକ ତଥ୍ୟ ମିଳିଛି। ୬୩୦ରୁ ୬୪୫ ମସିହାରେ ଭାରତ ଭ୍ରମଣ କରିଥିବା ଚୀନ୍ ପରିବ୍ରାଜକ ହୁଏନସାଂ ଏହି ସହରକୁ 'କୋଶଳ ସାମ୍ରାଜ୍ୟର ରାଜଧାନୀ' ରୂପେ ବର୍ଣନା କରିଛନ୍ତି । ବର୍ତ୍ତମାନ କିନ୍ତୁ ଏହି ମାରାଗୁଡ଼ା ସଭ୍ୟତାର ଅଧିକାଂଶ ରଗ୍ନାବଶେଷ ପଚୋରା ଅପର୍ ଜୋଙ୍କ ପ୍ରୋଜେକ୍ଟରେ ଜଳ
ସମାଧରେ ଅସ୍ତିତ୍ବ ହରାଇବା ଉପରେ, ବାକି ଯାହା ରହିଛି ତା'ର ଗବେଷଣା ଓ ସଂରକ୍ଷଣ ଅତ୍ୟନ୍ତ ଜରୁରି ।ଆଜିର ୧୧ଟି ଜିଲ୍ଲାକୁ ନେଇ କୁହାଯାଇଥିବା ପଶ୍ଚିମ ଓଡ଼ିଶା ଓ ଛତିଶଗଡ଼ ରାଜ୍ୟର କିଛି ଅଂଶ ଏକଦା ଏହି କୋଶଳ ରାଜ୍ୟର ଅଂଶ ପୂଜା I ମହାନ ଏହାର ସଭ୍ୟତା, ସଂସ୍କୃତି ଓ ଭାଷା । ଖରିଆରରେ ଜନ୍ମିତ ପ୍ରଖ୍ୟାତ ବିହାନ, ଭାଷାବିତ୍, ଗବେଷକ ତଥା ‘କୋଶଳୀ ଭାଷାର ଜନକ' ହିସାବରେ ଲୋକପ୍ରିୟ ପ୍ରୟାଗ ଦର ଯୋଶୀ ଏହି ଅଞ୍ଚଳରେ କଞ୍ଚ ସମ୍ବଲପୁରୀ ବା କୋଶଳୀ ଭାଷାକୁ ଏକ ସ୍ବତନ୍ତ୍ର ଭାଷାର ମର୍ଯ୍ୟାଦା ଦେଇ ସମ୍ବିଧାନର ଅଷ୍ଟମ ଅନୁଚ୍ଛେଦରେ ଅନ୍ତର୍ଭୁକ୍ତ କରିବାକୁ ପ୍ରଥମେ ୧୯୮୬ ମସିହାରେ ରାଷ୍ଟ୍ରପତିଙ୍କୁ ସ୍ମାରକପତ୍ର ଦେଇଥିଲେ । ଏହି ଭାଷାର ଅନେକ ଚମତ୍କାର ଶବ୍ଦ ଓଡ଼ିଆ ଅଭିଧାନରେ ସମାବେଶିତ କଲେ ଆମର ଓଡ଼ିଆ ଭାଷା ଆହୁରି ସମନ୍ବିତ, ଆଦୃତ ଓ ସଶକ୍ତ ହେବ ବୋଲି ଅନେକ ବୁଦ୍ଧିଳାବାଙ୍କ ମତ ସୌନ୍ଦର୍ଯ୍ୟ, ଜୈବବିବିଧତା ଓ ଐତିହ୍ୟର ଗନ୍ତାଘର ସୁନାବେଡ଼ା ଅଭୟାରଣ୍ୟ ବିଶ୍ବସ୍ତରୀୟ ପର୍ଯ୍ୟଟନସ୍ଥଳୀର ସଂପୂର୍ଣ ସମ୍ଭାବନା ଥିଲେ ବି ରହିଯାଇଛି ପ୍ରକୃତିପ୍ରେମୀ ଓ ପର୍ଯ୍ୟଟକମାନଙ୍କ ଦୃଷ୍ଟି ଉହାଡ଼ରେ, ଅଗୋଚରରେ | ସବୁଦୁନିଆ ରାସ୍ତାଘାଟ, ଗମନାଗମନ, ଦୋକାନ ବଜାର, ଖାଇବା ଓ ରହିବା ପାଇଁ ହୋଟେଲ ବ୍ୟବସ୍ଥା, ପ୍ରକୃତି ନିବାସ, ଜୀବଜନ୍ତୁକୁ ରାତିରେ ଦେଖ‌ିବା ପାଇଁ ୱାଚ୍ ଟାୱାର, ଯାତ୍ରୀଙ୍କ ସୁରକ୍ଷା ଆଦି ସର୍ବନିମ୍ନ ଆବଶ୍ୟକ‌ତାର ଭିରିଭୂମି ସଜଡ଼ା ଗଲେ ନିଶ୍ଚିତ ଭାବେ ପର୍ଯ୍ୟଟକ ଆକୃଷ୍ଟ ହେବେ | ଏ ବାବଦରେ ପ୍ରଶାସନ ସହିତ ସ୍ଥାନୀୟ ଲୋକଙ୍କ ସହଯୋଗ, ସାମାଜିକ ଓ ଗଣମାଧ୍ୟମର ପ୍ରଚାର ଓ ପ୍ରସାର ବି ନିହାତି ଆବଶ୍ୟକ। ସେହିପରି ବ୍ୟାପକ ଜଙ୍ଗଲ ନିଆଁ ଓ ଜଙ୍ଗଲଜାତ ଦ୍ରବ୍ୟ ଚୋରାଚାଲାଣ, ଅବାଧ ବନ୍ୟପ୍ରାଣୀ ଶିକାର, ଅନଧିକାର ଜମି ଅଧିଗ୍ରହଣ, ଅବୈଧ ବସ୍ତି ନିର୍ମାଣ, ସନ୍ଦେହଜନକ ନକଲ୍ ଗତିବିଧ‌ି ବିରୁଦ୍ଧରେ ନିର୍ଣ୍ଣାୟକ ପଦକ୍ଷେପ ଓ ବିପୁଳ ଜନ ସଚେତନତାର ଆବଶ୍ୟକ‌ତା ଅନସ୍ବୀକାର୍ଯ୍ୟ ଅସ୍ରାଚଜଗାମୀ ସୂର୍ଯ୍ୟ ପଶ୍ଚିମ ଆକାଶରେ ମନୋରମ ବର୍ଷ ଛିଟା ପ୍ରସ୍ତୁତ କରୁଥିଲେ। ପାହାଡ଼ ସନ୍ଧିରୁ ନିଗିଡ଼ି ଆସୁଥିବା ମନ୍ଦ ମନ୍ଦି ସେମାଳ ପବନରେ ଶିହରି ଉଠୁଥିଲା ଦେହ । ନାଡ଼ଫେରନ୍ତା ପକ୍ଷୀମାନଙ୍କ କିଚିରିମିଚିରି ସୁର ଓ ପରସ୍ପର ଛନ୍ଦାଛଦି ବୃକ୍ଷଲତାର ଦୋଳାୟମାନ ଶାଖା ପ୍ରଶାଖା ସୃଷ୍ଟି କରୁଥିଲା ଏକ ବିଦାୟୀ ସଂଗୀତର ସରଗମ୍ ‘ସନ୍ଧ୍ୟା ହେବା ଆଗରୁ ଏଭିତରୁ ବାହାରି ଯିବା ଉଚିତ ହେବ ଆଜ୍ଞା' - ସୁରକ୍ଷା ଯଦାନ ଅଧିକାର ଚେତେଇଦେଲେ । ସନ୍ଧ୍ୟା ନଇଁ କ୍ରମେ ଘୋଲି ଅନ୍ଧକାରର ଶୀତଳ ଗ୍ରାସରେ ଅଦୃଶ୍ୟ ହୋଇ ଯାଉଥିଲା ସୁନାବେଡ଼ା ଅଭୟାରଣ୍ୟ, ଅପେକ୍ଷା କରୁଥିଲା ଅନେକ ସମ୍ଭାବନାର ପ୍ରତିଶୃତି ଭରା ଗୋଟିଏ ନୂତନ ସୂର୍ଯ୍ୟୋଦୟର‌!କୁ!

,,

23
1353 views

Comment