logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ମା ତାରିଣୀଙ୍କ ଚଇତି ପର୍ବର ଷଷ୍ଠ ଦିବସ ମହାବିଷୁବ ପଣା ସଂକ୍ରାନ୍ତି ପର୍ବ ଅବସରେ ଘଟଗାଁ ଉତ୍ସବ ମୁଖର

ଘଟଗାଁ,14/4/2026-(ସମ୍ବିତ କୁମାର ସାହୁ )-ଘଟଗାଁ ମା ତାରିଣୀ ଠାକୁରାଣୀଙ୍କ ଚଇତି ପର୍ବ ବା ମହା ବିଷୁବ ପଣା ସଂକ୍ରାନ୍ତି ପର୍ବ ଅବସରରେ ଘଟଗାଁ ଉତ୍ସବ ମୁଖର ହୋଇ ଉଠିଥିଲା। ସଂକ୍ରାନ୍ତିରେ ଚିରାଚରିତ ପ୍ରଥା ଅନୁଯାୟୀ ପୂଜାର୍ଚ୍ଚନ ସହିତ ମା'ଙ୍କ ମାଜଣା , ମଙ୍ଗଳ ଆଳତୀ , ସୁନାବେଶ , ହୋମଯଜ୍ଞ , ଭାଗବତ ପାରାୟଣ , ବଡ଼ ସିଂହାର ବେଶ , ଦେବୀ ସ୍ତୁତି ଓ ଗୀତ ପାଠ ଏବଂ ସତ୍ୟ ନାରାୟଣ ପୂଜା ଯଥାବିଧି ଅନୁଷ୍ଠିତ ହୋଇଥିଲା। ଆଜି ନବ ବର୍ଷର ପ୍ରଥମ ଦିନ ହୋଇଥିବାରୁ ଏବଂ ମା' ତାରିଣୀଙ୍କ ସବୁଠାରୁ ଏହି ବଡ଼ ପର୍ବ
ମାଙ୍କ ପ୍ରିୟବାର ମଙ୍ଗଳବାରରେ ପଡିଥିବାରୁ ରାଜ୍ୟ ତଥା ରାଜ୍ୟ ବାହାରର ହଜାର ହଜାର ଭକ୍ତଙ୍କ ସମାଗମ ହୋଇଥିଲା। ଏଥି ଯୋଗୁଁ ଘଟଗାଁ ଲୋକାରଣ୍ୟ ହେବା ସହ କୋଳାହଳ ମୟ ହୋଇ ଉଠିଥିଲା।
ଭକ୍ତଙ୍କୁ ନିୟନ୍ତ୍ରଣ କରିବା ପାଇଁ 30ରୁ ଅଧିକ ପୂଜକଙ୍କୁ ନିୟୋଜିତ କରା ଯାଇଥିଲା। ଭକ୍ତଙ୍କ ସଂଖ୍ୟାକୁ ଦୃଷ୍ଟିରେ ରଖି ଶୃଙ୍ଖଳା ଦର୍ଶନ ପାଇଁ
କରା ଯାଇଥିବା ବ୍ୟାରିକେଡ଼ର ଆଠଟି ଧାଡିରେ ଯାଇ ଭକ୍ତ ମାନେ ମା'ଙ୍କ ଦର୍ଶନ ଲାଭ କରିଥିଲେ । ଭକ୍ତଙ୍କ ସମାଗମକୁ ଲକ୍ଷ କରି ଦିନ ବେଳା ମନ୍ଦିର ପହଡ଼ ପକା ଯାଇ ନ ଥିଲା । ସଂକ୍ରାନ୍ତିରେ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ , ଲୋକପ୍ରିୟ ଘସିପୁରା ବିଧାୟକ ବଦ୍ରି ନାରାୟଣ ପାତ୍ର , ତେଲକୋଇ ବିଧାୟକ ଫକୀର ମୋହନ ନାଏକ ମା'ଙ୍କ ଦର୍ଶନ ଲାଭ କରି ଆଶିଷ ଭିକ୍ଷା କରିଥିଲେ । ଭକ୍ତଙ୍କୁ ମାତ୍ର ଦୁଇଟି ନଡ଼ିଆ ଭୋଗ ଲଗାଇବା ପାଇଁ ସୁଯୋଗ ଦିଆ ଯାଇଥିଲା । ମାନସିକ 108 ନଡ଼ିଆ ମା'ଙ୍କ ଦୁଆରଶୁଣି ମନ୍ଦିରରେ ଭୋଗଲାଗି କରା ଯାଇଥିଲା। ଗରମରୁ ରକ୍ଷା ପାଇଁ ଭକ୍ତଙ୍କ ଉପରେ ପାଣି ସିଞ୍ଚନ ସହିତ
ପାନୀୟ ଜଳ ଯୋଗାଇ ଦିଆ ଯାଇଥିଲା। ମନ୍ଦିର ପରିସର ସୂଚନା ମଣ୍ଡପରେ ବିଭିନ୍ନ ସୂଚନା ଦିଆ ଯିବା ସହ ବିଷୁବ ପ୍ରଶ୍ନ ମଞ୍ଚ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ମା ' ତାରିଣୀ ସେବା ସମିତି , କେନ୍ଦୁଝରଙ୍କ ସୌଜନ୍ୟରୁ ଭକ୍ତଙ୍କୁ ଅନ୍ନ ପ୍ରସାଦ ବିତରଣ କରା ଯାଇଥିଲା। ସ୍ଥାନୀୟ ଲୋକେ ବଜାର ଏବଂ ଏହାର ଆଖ ପାଖ ସ୍ଥାନରେ ପଣା ବିତରଣ କରିଥିଲେ। ମନ୍ଦିର ଟ୍ରଷ୍ଟ ପକ୍ଷରୁ ଭକ୍ତ ମାନଙ୍କୁ ପଣା ଓ ଅପରାହ୍ନରେ ଚକୁଳି ପ୍ରସାଦ ବିତରଣ କରା ଯାଇଥିଲା। ସୁର୍ଯୋଦୟ ଠାରୁ ସୂର୍ଯ୍ୟାସ୍ତ ପର୍ଯ୍ୟନ୍ତ ଅଖଣ୍ଡ ଭଜନ ସମାରୋହ ଅନୁଷ୍ଠିତ ହୋଇଥିଲା। ସନ୍ଧ୍ୟାରେ ପାଲା ମଣ୍ଡପରେ ସତ୍ୟ ନାରାୟଣ ପୂଜା ପରେ ଗାୟକ ସୁଧାକର ବାଳକୃଷ୍ଣ ମିଶ୍ର , ଓ ସାଥି ଦାସ କାଠିଆ ପରିବେଷଣ କରିଥିଲେ। ହରିକଥା ସେବକ ବସନ୍ତ କୁମାର ବିଶୋଇ ପ୍ରବଚନ ଦେଇଥିଲେ। ରାତ୍ର କାର୍ଯ୍ୟକ୍ରମରେ ବାଦି ପାଲା ଅନୁଷ୍ଠିତ ହୋଇଥିଲା। ଗାୟକ ଧିରେନ ମହାନ୍ତି ଗାୟକ ସଚ୍ଚିଦାନନ୍ଦ ଦାଶ ପାଲା ପରିବେଷଣ କରିଥିଲେ
। ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ ସଂଜୀବ ମହାପାତ୍ର , ଦେବୋତ୍ତର ଇନ୍ସପେକ୍ଟର ତ୍ରିଲୋଚନ ନାଏକ ଏବଂ ମନ୍ଦିର କର୍ମଚାରୀ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ସ୍ଥାନୀୟ ଗାୟତ୍ରୀ ପରିବାର , ସତ୍ୟସାଇ ସଂଗଠନ , ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ , ମା ତାରିଣୀ ୟୁଥ କ୍ଲବ , ପ୍ରଗତି ସ୍ବେଛାସେବୀ , ବଜରଙ୍ଗ ଦଳ , ଡ୍ରାଇଭର ମହାସଂଘ , ଆଦିତ୍ୟ ବାହିନୀ , କେନ୍ଦୁଝର , ଗଜାନନ ୟୁଥ କ୍ଲବ , ଧାଙ୍ଗଡ଼ ଡିହା , ଘଟଗାଁ , ବିର୍ସାମୁଣ୍ଡା ୟୁଥ କ୍ଲବ , ପୋଇଜାମୁଳା , ଘଟଗାଁ , ତାରିଣୀ କଲେଜ ରେଡ଼କ୍ରସ ଓ ଏନ ଏସ ଏସ ଛାତ୍ର ବିଭିନ୍ନ କାର୍ଯ୍ୟକ୍ରମରେ ନିୟୋଜିତ ହୋଇଥିଲେ ।

38
5688 views

Comment