logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ମହା ଆଡ଼ମ୍ବରରେ ପାଳିତ ହେଲା ହନୁମାନ ଜୟନ୍ତୀ

ଦେବଗଡ଼, ତା. ୧୪/୦୪/୨୦୨୬:
ଦେବଗଡ଼ ବଜରଙ୍ଗ ମଣ୍ଡପ ପକ୍ଷରୁ ସ୍ଥାନୀୟ ଗୋପାଳଜୀ ମନ୍ଦିର ପ୍ରାଙ୍ଗଣରେ ମହା ଆଡ଼ମ୍ବରରେ ହନୁମାନ ଜୟନ୍ତୀ ପାଳିତ ହୋଇଯାଇଛି। ଏହି ପବିତ୍ର ଅବସରରେ ହୋମ ଯଜ୍ଞ ସହିତ ୧୦୮ ଥର ହନୁମାନ ଚାଳିଶା ପାଠ ଆୟୋଜିତ ହୋଇଥିଲା।
ଭକ୍ତମାନଙ୍କ ପାଇଁ ଅନ୍ନପ୍ରସାଦ ବଣ୍ଟନର ବ୍ୟବସ୍ଥା ମଧ୍ୟ କରାଯାଇଥିଲା। ପୂଜା କାର୍ଯ୍ୟରେ କର୍ତ୍ତା ଭାବେ ଚିତ୍ତରଞ୍ଜନ ମହାନ୍ତି ଓ ଅଜୟ ନନ୍ଦ ଦାୟିତ୍ୱ ନିର୍ବାହ କରିଥିଲେ।
କାର୍ଯ୍ୟକ୍ରମକୁ ସଫଳ କରିବାରେ ସଂସ୍ଥାର ସଭ୍ୟମାନେ—ଦିଲିପ୍ ବେହେରା, ପ୍ରଭାସ ମିଶ୍ର, ଉଦିପ୍ତ ନାୟକ, ଜନ୍ମାଜୟ ନାୟକ, ଶ୍ରୀକାନ୍ତ ମହାପାତ୍ର, କ୍ଷିରୋଦ ସାହୁ, ଅଶୋକ ନନ୍ଦ, ଭୋଲା ଦାଶ, କିଶୋର ବେହେରା, ଧର୍ମେନ୍ଦ୍ର ଦେବତା, ବିଶ୍ବରଞ୍ଜନ ସାହୁ, ମନମୋହନ ସାହୁ, ଜଗୁ ବେହେରା, ଚନ୍ଦନ ବେହେରା ଓ ଆକାଶ ନାୟକ ପ୍ରମୁଖ ସହଯୋଗ କରିଥିଲେ।
ଏହା ସହିତ ହନୁମାନ ଝଣ୍ଡାର ନଗର ପରିକ୍ରମା ମଧ୍ୟ ଆୟୋଜିତ ହୋଇଥିଲା। ପରିକ୍ରମା ସମୟରେ ପ୍ରତ୍ୟେକ ସାହି ଛକରେ ପାରମ୍ପରିକ ଲାଠି, ଖଣ୍ଡା ଓ ଅଗ୍ନି ଖେଳ ପ୍ରଦର୍ଶିତ ହୋଇଥିଲା। ଶେଷରେ ଗୋପାଳଜୀ ମନ୍ଦିର ପରିସରରେ ବିଧିବତ୍ ଝଣ୍ଡା ସ୍ଥାପନ କରାଯାଇଥିଲା।

5
110 views

Comment