ଢେଙ୍କିକୋଟ ବାଇପାସ୍ ରାସ୍ତାରେ ଟ୍ରଲର ଗାଡି ଚଳପ୍ରଚଳ ଯୋଗୁଁ ରାସ୍ତାଜାମ।
ଢେଙ୍କିକୋଟ ବାଇପାସ୍ ରାସ୍ତାରେ ଟ୍ରଲର ଗାଡି ଚଳପ୍ରଚଳ ଯୋଗୁଁ ରାସ୍ତାଜାମ।
କେନ୍ଦୁଝର,ତା୧୩/୦୪- ଘଟଗାଁ ବ୍ଲକ ଅନ୍ତର୍ଗତ ଢେଙ୍କିକୋଟ ହେଉଛି ଏକ ବ୍ୟବସାୟିକ ପେଣ୍ଠସ୍ଥଳୀ ଓ ବ୍ୟସ୍ତବହୁଳ ମାର୍କେଟ।ଏହି ମାର୍କେଟ ୨୦ ନମ୍ବର ଜାତୀୟ ରାଜପଥ କଡ଼ରେ ଥିବାବେଳେ ୨୨୦ ନମ୍ବର ଜାତୀୟ ରାଜପଥକୁ ସଂଯୋଗ କରୁଛି।ତେବେ ଢେଙ୍କିକୋଟ ମାର୍କେଟ ସବୁବେଳେ ମୁଖ୍ୟ ଓଭରବ୍ରିଜ୍ ତଳ ଜାମ୍ ରହୁଛି। ଦୈନିକ ଶହଶହ ୧୬ ଚକିଆ ଟ୍ରଲର ଗାଡି ମାର୍କେଟର ତଳ ବାଇପାସ୍ ରାସ୍ତା ଦେଇ ୨୨୦ ନମ୍ବର ଜାତୀୟ ରାଜପଥ ଅଭିମୁଖେ ଚଳପ୍ରଚଳ କରୁଛି। ତା ସହିତ ରାସ୍ତା କଡରେ ଫଳ ଦୋକାନୀ ଗ୍ରୋସରୀ ଦୋକାନୀ,ପରିବା ଦୋକାନୀ ମାନଙ୍କର ରାଜ ଚାଲିଛି। ଏଠି ଅଛି ବିକାଶମଞ୍ଚ ,ବଣିକସଂଘ କିନ୍ତୁ କାମ ଶୂନ, ଗୋଟେ ଗୋଟେ ପଦପଦବୀ ନେଇ କେବଳ ସନ୍ତୁଷ୍ଟ l ପୋଲିସ ସାଜିଛି ନିଦାବିଷ୍ଣୁ ପୁରା କୁମ୍ଭକର୍ଣ୍ଣ ନିଦ୍ରାରେ। ଦୈନିକ ଘଟଣା ଦୁର୍ଘଟଣା ବଢି ଚାଲିଛି ହେଲେ ପ୍ରତିକାର ହେଉନି। ଅତି ଦୁଃଖର କଥା ଏଠାରେ ଜରୁରୀକାଳୀନ ଆମ୍ବୁଲାନ୍ସ ଗାଡି ବି ଘଣ୍ଟା ଘଣ୍ଟା ଛିଡା ହୋଇରହୁଛି l ଅନେକ ଥର ଘଟଗାଁ ଥାନା ଅଧିକାରୀ ରାସ୍ତା କଡରୁ ଉଠା ଦୋକାନୀ ମାନଙ୍କୁ ଉଠାଇଥିଲେ ବି ପରବର୍ତ୍ତୀ ସମୟରେ ପୁଣିଥରେ ଆସି ବସୁଛନ୍ତି ସ୍ଥାୟୀ ବ୍ୟବସ୍ଥା ହେଉନି। ତେବେ ମୁଖ୍ୟ ସମସ୍ୟା ସାଜିଛି ଟ୍ରଲର ଗାଡ଼ି। ବେଶୀ ରାସ୍ତା ଜାମ ହେଉଛି ସାପ୍ତାହିକ ଶନିବାର ହାଟ ଦିନ । ଛୋଟ ଛୋଟ ସ୍କୁଲ ଛୁଆ ଆଉ ବୃଦ୍ଧବୃଦ୍ଧା ମାନେ ଦୁର୍ଘଟଣାର ଶିକାର ହେଉଛନ୍ତି। ତେଣୁ କୌଣସି ସ୍ଥାୟୀ ପ୍ରତିକାର ଉପରେ କାହାରି ଦୃଷ୍ଟି ରହୁନାହିଁ। ଗୋଟେ ଦିନ ରାସ୍ତା କଡରୁ ଦୋକାନ ବନ୍ଦଥିଲା ଯେଉଁଦିନ ମୁଖ୍ୟମନ୍ତ୍ରୀ ଢେଙ୍କିକୋଟ ଗସ୍ତରେ ଆସିଥିଲେ। ବାକି ଦିନ ସବୁ ନ କହିବା ଭଲ। ଦେଖିବାକୁ ରହିଲା କେବେ ରାସ୍ତାଜାମ ଦୁଃଖ ହଟୁଛି ଲୋକେ ନିସ୍ତାର ପାଉଛନ୍ତି।
ଖଣ୍ଡାଧାର ନିଉଜ- ବରିଷ୍ଠ ସାମ୍ବାଦିକ ଦିଲ୍ଲିପ କୁମାର ସାହୁଙ୍କ ରିପୋର୍ଟ।