କାଳ ବୈଶାଖୀ ରେ ପାଟଣା ବ୍ଲକ୍ ରେ ଭାଙ୍ଗିଲା ପ୍ରାଥମିକ ଓ ଉଚ୍ଚ ବିଦ୍ୟାଳୟ: ଛାତ ଗୃହ ଯୋଗାଇ ଦେବାକୁ ଦାବି।
କାଳ ବୈଶାଖୀ ରେ ପାଟଣା ବ୍ଲକ୍ ରେ ଭାଙ୍ଗିଲା ପ୍ରାଥମିକ ଓ ଉଚ୍ଚ ବିଦ୍ୟାଳୟ: ଛାତ ଗୃହ ଯୋଗାଇ ଦେବାକୁ ଦାବି।
ପାଟଣା:୧୩/୦୪, ଗତ ଏପ୍ରିଲ ୭ ତାରିଖ ମଙ୍ଗଳ ବାର କାଳ ବୈଶାଖୀ ରେ ଭୀଷଣ କୁଆପଥର ମାଡ଼ ଯୋଗୁଁ ପାଟଣା ବ୍ଲକ୍ ଅଞ୍ଚଳ ର ୬ ଟି ପ୍ରାଥମିକ ବିଦ୍ୟାଳୟ, ୧ ଟି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଓ ୨ ଟି ଉଚ୍ଚ ବିଦ୍ୟାଳୟ ର ଶ୍ରେଣୀ ଗୃହ ର ଛପର କଣା ହୋଇ ବ୍ୟାପକ କ୍ଷୟକ୍ଷତି ହୋଇଛି। ଏସବୁ ବିଦ୍ୟାଳୟ ଗୁଡିକୁ ଶନିବାର ପାଟଣା ତହସିଲଦାର ଅଶ୍ଵିନୀ କୁମାର ନାଏକ,ବିଡିଓ ମାନସ କୁମାର ଦଣ୍ଡପାଟ ପରିଦର୍ଶନ କରି ଫେରିଛନ୍ତି।ଏହି ସବୁ ବିଦ୍ୟାଳୟ କୁ ବ୍ଲକ୍ ସହକାରୀ ଯନ୍ତ୍ରୀ ସସ୍ମିତା ବେହେରା, ଯନ୍ତ୍ରୀ ଅଜୟ କୁମାର ଝା ଓ ନିହାର ରଞ୍ଜନ ବେହେରା ପରିଦର୍ଶନ କରି କ୍ଷୟକ୍ଷତି ଆକଳନ କରିଛନ୍ତି।
ପାଟଣା ମୁଖ୍ୟାଳୟ ସ୍ଥିତ ଗୋପୀନାଥ ନାରାୟଣ ଉଚ୍ଚ ବିଦ୍ୟାଳୟ ମଧ୍ୟ ବ୍ୟାପକ କ୍ଷୟକ୍ଷତି ହୋଇ ଶ୍ରୀହିନ ହୋଇ ପଡ଼ିଛି। ଗତ ସରକାର ସମୟ ରେ ଏହିସ୍କୁଲ କୁ ୫ ଟି ରେ ପରିବର୍ତ୍ତିତ କରାଯାଇଥିବା ବେଳେ ନୂତନ କୋଠା ନିର୍ମାଣ ନହୋଇ କେବଳ ମରାମତି କାର୍ଯ୍ୟ କରା ଯାଇଥିଲା।
ସେହିଭଳି ଚୀନାମାଳିପଶି ଉଚ୍ଚ ବିଦ୍ୟାଳୟ, ପାଟଣା ମୁଖ୍ୟାଳୟ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ପଲାଣଘାଟି, ସାଧୁପଡା, ଭାଲୁଘର, ମଲିପଶି, ମୂଷାଖୋରି, ଗୋଧିରାମ ପଡ଼ା ପ୍ରାଥମିକ ବିଦ୍ୟାଳୟ ର ଆଜବେଷ୍ଟସ ଓ ଟାଇଲ ଗୃହ କଣା ହୋଇଯାଇଛି। ଏନେଇ ସବିଶେଷ ତଥ୍ଯ ଗୋଷ୍ଠି ଶିକ୍ଷା ଅଧିକାରୀ ପୂର୍ଣ୍ଣଚନ୍ଦ୍ର ଅମାନ୍ତ୍ ଓ ଅତିରିକ୍ତ ଶିକ୍ଷା ଅଧିକାରୀ ସଚିଦା ନନ୍ଦ ସେଠୀ ବ୍ଲକ୍ ପ୍ରଶାସନ କୁ ପ୍ରଦାନ କରିବା ପରେ ଶନିବାର ସହକାରୀ ଯନ୍ତ୍ରୀ ଶ୍ରୀମତି ବେହେରା ରିପୋର୍ଟ ପ୍ରସ୍ତୁତ ପରେ ଜିଲାପାଳ ଙ୍କୁ ପ୍ରଦାନ କରିଛନ୍ତି।ସ୍କୁଲ ପିଛା ସରକାର୍ ଆର୍ଥିକ୍ ସହାୟତା ଯୋଗାଇଦେବେ ବୋଲି ସହକାରୀ ଯନ୍ତ୍ରୀ ସୂଚନା ଦେଇଛନ୍ତି।
ଗତ ବୁଧବାର ଓ ଗୁରୁବାର ଛାତ୍ରୀ ଛାତ୍ର ପାଠପଢିବାକୁ ଅସୁବିଧା ର ସମ୍ମୁଖୀନ ହୋଇଥିଲେ। ରାଜସ୍ବ ବିଭାଗ ତରଫରୁ ଦିଆ ଯାଇଥିବା ପଲିଥିନ ଶ୍ରେଣି ଗୃହ ଉପରେ ପକାଇ ଅଧ୍ୟୟନ ଚାଲିଛି। ପ୍ରାକୃତିକ ଦୁର୍ବିପାକ କୁ ଦୃଷ୍ଟି ରେ ରଖି ଛାତ୍ରଛାତ୍ରୀ ଙ୍କ ସୁରକ୍ଷା ପାଇଁ ଏସବୁ ବିଦ୍ୟାଳୟ କୁ ସ୍ଥାୟୀ ଛାତ ଗୃହ ଯୋଗାଇ ଦେବାକୁ ପୁର୍ବତନ ପାଟଣା ବ୍ଲକ୍ ଅଧକ୍ଷ ଇଂ ବିଦ୍ୟାଧର ସାମାଜିକ କର୍ମୀ, ଅଜୟ କୁମାର ଦାଶ, ଲକ୍ଷ୍ମଣ ଦାଶ,ଯୁବ ସମାଜସେବୀ ତଥା ପାଟଣା ସୁରକ୍ଷା କମିଟି ଆବାହକ ବିଜୟ ରତ୍ନ ପତି, ବିବେକାନନ୍ଦ ଦାଶ, ବିରେନ୍ଦ୍ର ଦାଶ, ସନାତନ ଦାଶ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ବିଶ୍ୱନାଥ ନାୟକ, ଭରତ ଚନ୍ଦ୍ର ସାହୁ, ଅରୁଣ କୁମାର ମିଶ୍ର, ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ସଂଘ ଜିଲା ସମ୍ପାଦକ କମଳା କାନ୍ତ ପତି ଙ୍କ ସହିତ ପ୍ରମୁଖ ଅନ୍ୟମାନେ ଯଥାଶୀଘ୍ର ପଦକ୍ଷେପ ନେବା ପାଇଁ ଦାବି କରିଛନ୍ତି।
ଖଣ୍ଡାଧାର ନିଉଜ- ସାମ୍ବାଦିକ ବିଜୟ ରତ୍ନ ପତିଙ୍କ ରିପୋର୍ଟ।