logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ଭାରତ ରତ୍ନ ବାବା ସାହେବ ଡଃ ଭୀମରାଓ ଆମ୍ବେଦକରଙ୍କ ୧୩୫ତମ ଜନ୍ମ ଜୟନ୍ତୀ ଉପଲକ୍ଷେ ଶ୍ରଦ୍ଧାଞ୍ଜଳୀ।

ଭାରତ ରତ୍ନ ବାବା ସାହେବ ଡଃ ଭୀମରାଓ ଆମ୍ବେଦକରଙ୍କ ୧୩୫ତମ ଜନ୍ମ ଜୟନ୍ତୀ ଉପଲକ୍ଷେ ଶ୍ରଦ୍ଧାଞ୍ଜଳୀ
*********
ଭରତ ଚନ୍ଦ୍ର ପାତ୍ର
ପାର୍କ ରୋଡ଼, କେନ୍ଦୁଝର ଗଡ
**"*****

ଆଜି ସମଗ୍ର ଦେଶରେ ସମ୍ବିଧାନ ପ୍ରଣେତା ଭାରତ ରତ୍ନ ଡଃ ଭୀମ ରାଓ ଆମ୍ବେଦକର ଙ୍କ ୧୩୫ ତମ ଜୟନ୍ତୀ ମହାସମାରୋହରେ ପାଳନ କରାଯାଉଛି।

୧୮୯୧ ଏପ୍ରିଲ ୧୪ ତାରିଖରେ ମହାରାଷ୍ଟ୍ର ର ଦଳିତ ମାହାର, ପରିବାର ରେ ଜନ୍ମ ଗ୍ରହଣ କରିଥିଲେ। ଛାତ୍ରାବସ୍ଥାରୁ ସେ ଘୃଣ୍ୟ ଜାତି ପ୍ରଥା ଯୋଗୁଁ ବହୁ ଲାଞ୍ଛନା, ଅପମାନ, ନିର୍ଯାତନା ପାଇଥିଲେ
ଏସବୁ ସାମାଜିକ ପ୍ରତିବନ୍ଧକ କୁ ଅତିକ୍ରମ କରି ସେ ଉଚ୍ଚ ଶିକ୍ଷା ଲାଭକରି ନିଜର ପ୍ରତିଭାର ପରାକାଷ୍ଠା ଦେଖାଇଥିଲେ।
ବରୋଦା ମହାରାଜା ଙ୍କ ସାହାଯ୍ୟରେ ବିଦେଶରେ ପାଠ ପଢିଥିଲେ।
ନ୍ୟୁୟର୍କ ର କଲମ୍ବିଆ ବିଶ୍ଵବିଦ୍ୟାଳୟର ଡକ୍ଟରେଟ ଡିଗ୍ରୀ ହାସଲ କରିଥିଲେ। ବିଲାତ ଯାଇ ଅର୍ଥନୀତି,ଆଇନ ଡିଗ୍ରୀ ହାସଲ ଵାରିଷ୍ଟରୀ ପାସ୍ କରିଥିଲେ।

ଜନ୍ମ ତିଥି ରେ ଡଃ ଆମ୍ବେଦକର ଙ୍କ ବହୁମୁଖୀ ବ୍ୟକ୍ତିତ୍ୱ ବିଷୟ ରେ ଆଲୋଚନା କଲା ବେଳେ
ଦେଶ ନିର୍ମାଣ ରେ ତାଙ୍କର ଅବଦାନ କୁ ୪ଭାଗରେ ବିଭକ୍ତ କରାଯାଇପାରେ।
ତାହା ହେଲା, ରାଜନୈତିକ, ଅର୍ଥନୈତିକ, ସାମାଜିକ ଓ ଧାର୍ମିକ

ରାଜନୈତିକ କ୍ଷେତ୍ର ରେ ତାଙ୍କର ଅବଦାନ ହେଲା ,- ସମ୍ବିଧାନ ପ୍ରଣୟନ। ସେ ପୃଥିବୀ ର ୬୪ଟି ଦେଶର ସମ୍ବିଧାନ ଅଧ୍ୟୟନ କରି ଦେଶ ପାଇଁ ଏକ ଦୀର୍ଘତମ ସମ୍ବିଧାନ ଲେଖିଥିଲେ।
ସେଥିପାଇଁ ତାଙ୍କୁ ସମ୍ବିଧାନର ପିତା କୁହାଯାଏ Father of Indian constitution।
ତାଙ୍କ ଲିଖିତ ସମ୍ବିଧାନ ବଳରେ ଭାରତ ସାର୍ବଭୌମ ଗଣତାନ୍ତ୍ରିକ ସାଧାରଣତନ୍ତ୍ର ରାଷ୍ଟ୍ର ରୂପେ ପରିଚିତ ହେଲା
ସେ କହୁଥିଲେ , ଗଣତନ୍ତ୍ର ର ଆଧାର ହେଉଛି,
ନ୍ୟାୟ, ସ୍ୱାଧୀନତା, ସମାନତା ଓ ଭାତୃତ୍ବ
Justice,Liberty, Equality Fraternity.....
ସାମାଜିକ, ଓ ଅର୍ଥନୈତିକ ସ୍ୱାଧୀନତା ବିନା ରାଜନୈତିକ ସ୍ୱାଧୀନତା ସଫଳ ଓ ଚିରସ୍ଥାୟୀ ହେବନାହିଁ।
ଏଣୁ ଜବାହରଲାଲ ନେହେରୁ ଙ୍କ କ୍ୟାବିନେଟ ରେ ପ୍ରଥମ ଆଇନ୍ ମନ୍ତ୍ରୀ ଭାବେ ଉଦ୍ୟମ କରିଥିଲେ ।
ଦଳିତ, ଆଦିବାସୀ ଭଳି ହିନ୍ଦୁ ଜାତି ର ନାରୀ ମାନେ ଶୋଷିତ, ନିର୍ଯ୍ୟାତିତ ହେଉଥିଲେ।
ପୁରୁଷ ସହ ନାରୀ ମାନଙ୍କୁ ସମାନ ସାମାଜିକ ଅଧିକାର ଦେବା ପାଇଁ ସେ "ହିନ୍ଦୁ କୋଡ଼ ବିଲ୍ 'ଆଗତ କରିଥିଲେ। କିନ୍ତୁ , ପାର୍ଲିଆମେଣ୍ଟ ର ରକ୍ଷଣଶୀଳ ହିନ୍ଦୁ ନେତା ମାନେ ଘୋର ବିରୋଧ, ପ୍ରତିବାଦ କଲେ । ଏପରିକି ରକ୍ଷଣଶୀଳ ହିନ୍ଦୁ ସଂଗଠନ ଆମ୍ବେଦକରଙ୍କ କୁଶପୁତ୍ତଳିକା ଦାହ କଲେ
ସ୍ୱାଧୀନଚେତା ଆମ୍ବେଦକର କ୍ଷୁବ୍ଧ ହୋଇ ମନ୍ତ୍ରିମଣ୍ଡଳରୁ ଇସ୍ତଫା ଦେଇଦେଲେ।
କିନ୍ତୁ ଆନନ୍ଦର,କଥା,୫୦/୬୦ ବର୍ଷ ତଳେ ଡଃ ଆମ୍ବେଦକର ଯେଉଁ ମହିଳା ସଶକ୍ତିକରଣ କଥା ଉଠେଇ ଥିଲେ। ଆଜି ଦେଶର ସରକାର ତାହା କାର୍ଯ୍ୟକାରୀ କରୁଛନ୍ତି ମହିଳାଙ୍କୁ ରାଜନୀତିରେ ୫୦ଭାଗ ସ୍ଥାନ ସଂରକ୍ଷଣ କଲେଣି। ମହିଳା ମାନେ ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ ରାଷ୍ଟ୍ରପତି ହେଲେଣି।

ତାଙ୍କରି ଜୀବନୀ ପାଠ କଲେ ଜଣାଯାଏ ଯେ ଆମ୍ବେଦକର ଶ୍ରମ ମନ୍ତ୍ରୀ ଭାବେ ଶ୍ରମିକ ସ୍ୱାର୍ଥ ପାଇଁ ଆଇନ୍ କରି ଥିଲେ। ହୀରାକୁଦ ନଦୀବନ୍ଧ ଯୋଜନା ର ରୂପରେଖ ଦେଇଥିଲେ। ଯୋଜନା କମିଶନ ର ସ୍ରଷ୍ଟା ଥିଲେ।

ସାମାଜିକ କ୍ଷେତରେ , ଦଳିତ ଅଧିକାର ଓ ସମ୍ମାନ ମର୍ଯ୍ୟାଦା ହାସଲ ପାଇଁ ସେ ସ୍ଲୋଗାନ ଦେଇଥିଲେ... Educate,, Organise, Agitate ....
ଶିକ୍ଷିତ ହୁଅ, ସଂଗଠିତ ହୁଅ
ସଂଘର୍ଷ କର....!!
ହିନ୍ଦୁ ଧର୍ମ ର ଜାତିଭେଦର ଜଟିଳତା, ଅସ୍ପୃଶ୍ୟତା, ବିରୋଧ ରେ ଯୁଦ୍ଧ ଘୋଷଣା କରିଥିଲେ। ଶେଷରେ,ସେ ହିନ୍ଦୁ ଧର୍ମ ତ୍ୟାଗ କରିବା ପାଇଁ ନିଷ୍ପତ୍ତି ନେଲେ। ଆମ୍ବେଦକର ଜଣେ ପ୍ରଚଣ୍ଡ ଦେଶପ୍ରେମୀ ନେତା ଥିଲେ।ସେ ବିଦେଶୀ ଖ୍ରୀଷ୍ଟିଆନ, କିମ୍ବା ମୁସଲିମ ଧର୍ମ ଗ୍ରହଣ ନ କରି ଖାଣ୍ଟି ଭାରତୀୟ ଧର୍ମ ଵୈଦ୍ଧ ଧର୍ମ ଗ୍ରହଣ କଲେ। ଧର୍ମ,ସମାଜିକ ସଂସ୍କାର, ଅର୍ଥନୀତି, ରାଜନୈତିକ ଇତିହାସ ସଂପର୍କରେ ସେ ଅନେକ ପୁସ୍ତକ ରଚନା କରିଯାଇଛନ୍ତି। ତାଙ୍କ ର ନୀତି ସିଦ୍ଧାନ୍ତ ଓ ବିଚାରଧାରା ଆଜି ସବୁ ରାଜନୈତିକ ଦଳ ଓ ସରକାର ଅନୁସରଣ କରୁଛନ୍ତି।
ଯାହାକୁ" ଆମ୍ବେଦକର ବାଦ"କୁହାଯାଉଛି।
ଏଣୁ ଆମ୍ବେଦକର କେବଳ ଦଳିତ ଜାତି ର ନେତା ନ ଥିଲେ ସେ ଥିଲେ ସମଗ୍ର ଭାରତବର୍ଷର ଶ୍ରେଷ୍ଠ ମାନବ।
ଆମ୍ବେଦକର କରଙ୍କ ଦେଶ ନିର୍ମାଣ ରେ ଅବଦାନ ପାଇଁ ଭାରତ ସରକାର ୧୯୯୦ ମସିହାରେ ଭାରତ ରତ୍ନ ପ୍ରଦାନ କରିଥିଲେ।
ଯୁଗ ସ୍ରଷ୍ଟା,ମହାନ୍ ଚିନ୍ତାନାୟକ, ଡଃ ଆମ୍ବେଦକର ୧୯୫୬ଡିସେମ୍ବର ଛ ତାରିଖରେ ଇହଲୀଳା ସମ୍ବରଣ କରିଥିଲେ।

ଡଃ ଆମ୍ବେଦକର ଙ୍କ
ପଞ୍ଚ ତୀର୍ଥ ପ୍ରତ୍ୟେକ ଭାରତୀୟ ଙ୍କ ପବିତ୍ର ଦର୍ଶନୀୟ ସ୍ଥାନ ଅଟେ।
ସେସବୁ ହେଲା,
୧-ଜନ୍ମଭୂମି- ମଧ୍ୟ ପ୍ରଦେଶ 'ମାହୁ'
୨-ଶିକ୍ଷା ଭୂମି--- ଲଣ୍ଡନ,ହେନେରୀ,ରୋଡ଼
୩-ଦୀକ୍ଷା ଭୂମି--ନାଗପୁର
୪--(ମୃତ୍ୟୁ, ସ୍ଥାନ)ମହାପରିନିର୍ଵାଣ ଭୂମି.......ଦିଲ୍ଲୀ
୫--(ଶ୍ମଶାନ ସ୍ଥଳୀ) ଚୈତ ଭୂମି
ଦାଦର ବମ୍ବେ..
ଯାହା ପ୍ରତ୍ୟେକ ଆମ୍ବେଦକରପ୍ରେମୀ ପରିଦର୍ଶନ କରିବା ଉଚିତ

ଡଃ ଆମ୍ବେଦକର ଙ୍କ ଅମ୍ଳାନ ସ୍ମୁତି ରକ୍ଷା ପାଇଁ କେନ୍ଦ୍ର ସରକାର ଦିଲ୍ଲୀ ରେ "ଆମ୍ବେଦକର ମେମୋରିଆଲ"ନିର୍ମାଣ କରିଛନ୍ତି
ଏହାବ୍ୟତୀତ,ତାଙ୍କ ନାମରେ ଦେଶରେ ବିଭିନ୍ନ ସ୍ଥାନ ରେ ବିଶ୍ଵବିଦ୍ୟାଳୟ, ବିମାନବନ୍ଦର, ରାଜପଥ ଇତ୍ୟାଦି ନାମିତ କରାଯାଇଛି।
ଆମ ଓଡ଼ିଶା ର ଭୂବନେଶ୍ୱର ବସଷ୍ଟାଣ୍ଡ ର ନାମ " ବାବା ସାହେବ ଭୀମରାଓ ଆମ୍ବେଦକର ବସ୍ ଟର୍ମିନସ୍,"ରଖାଯାଇଛି।

ଶେଷରେ, ଆଜି ର ପବିତ୍ର ଜନ୍ମ ତିଥି ଅବସରରେ ଭାରତ ରତ୍ନ ଡଃ ଆମ୍ବେଦକର ଙ୍କ ମହାନ୍ ଆତ୍ମା ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି।

17
648 views

Comment