logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ଓଡ଼ିଆ ପକ୍ଷ ପାଳନରେ ପିଠା ପଣା ଦିବସ ଉଦଯାପିତ।

ଦେବଗଡ଼, ତା ୧୩/୦୪/୨୦୨୬ ରିଖ :-
ଓଡ଼ିଆ ପକ୍ଷ ପାଳନ ଅବସରରେ ତ୍ରୟୋଦଶ ଦିବସ ଉପଲକ୍ଷେ “ପିଠା ପଣା ଦିବସ” ଜିଲ୍ଲା ପ୍ରଶାସନ ଓ ସଂସ୍କୃତି ବିଭାଗ ପକ୍ଷରୁ ଜିଲ୍ଲା ସଂସ୍କୃତି ଅଧିକାରୀ ମୁକେଶ କୁମାର ଭୋଇଙ୍କ ତତ୍ତ୍ୱାବଧାନରେ ଆୟୋଜିତ ହୋଇଥିଲା।
ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳ କବିନ୍ଦ୍ର କୁମାର ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବାବେଳେ, ବରଣୀୟ ଅତିଥି ଭାବେ ଆରକ୍ଷୀ ଅଧିକ୍ଷକ ଅନିଲ କୁମାର ମିଶ୍ର, ଅତିରିକ୍ତ ଜିଲ୍ଲାପାଳ ରେବେକା ବିଲୁଙ୍ଗ, ପୂର୍ବତନ ବିଧାୟକ ଓ ସମ୍ବଲପୁର ସାଂସଦଙ୍କ ପ୍ରତିନିଧି ସୁବାଷ ଚନ୍ଦ୍ର ପାଣିଗ୍ରାହୀ, ଜିଲ୍ଲାପରିଷଦର ମୁଖ୍ୟ ଉନ୍ନୟନ ଓ କାର୍ଯ୍ୟନିର୍ବାହୀ ଅଧିକାରୀ ରାଜେନ୍ଦ୍ର କୁମାର ମିଞ୍ଜ, ଉପଜିଲ୍ଲାପାଳ ପରିକ୍ଷିତ ସାହୁ, ଅତିରିକ୍ତ କାର୍ଯ୍ୟନିର୍ବାହୀ ଅଧିକାରୀ ଦିଲୀପ କୁମାର ପ୍ରଧାନ ଓ ଭାରପ୍ରାପ୍ତ ପୌରପରିଷଦ ଅଧ୍ୟକ୍ଷ ପ୍ରଜିତ କୁମାର ଭୋଜ ଉପସ୍ଥିତ ରହି ଫିତା କାଟି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ।ଏହି ଅବସରରେ ଜିଲ୍ଲାପାଳ ଶ୍ରୀ ସାହୁ କହିଥିଲେ ଯେ, ଏପ୍ରିଲ ୧ରୁ ୧୪ ପର୍ଯ୍ୟନ୍ତ ଓଡ଼ିଆ ପକ୍ଷ ପାଳନ ହେଉଥିବା ବେଳେ ଏହି ଦିନଟି ଓଡ଼ିଆ ପାରମ୍ପରିକ ଖାଦ୍ୟ ପିଠା ପଣାର ସମୃଦ୍ଧ ଐତିହ୍ୟକୁ ଆଗକୁ ଆଣିବାରେ ଗୁରୁତ୍ୱପୂର୍ଣ୍ଣ।
ଜିଲ୍ଲାର ୧୦ରୁ ଅଧିକ ମହିଳା ସ୍ୱୟଂସହାୟକ ଗୋଷ୍ଠୀ ଏଥିରେ ଅଂଶଗ୍ରହଣ କରି ମାଣ୍ଡିଆରୁ ପ୍ରସ୍ତୁତ ଏଣ୍ଡୁରି ପିଠା, ଆରିସା ପିଠା, ମଣ୍ଡା ପିଠା, କାକରା ପିଠା, ମାଣ୍ଡିଆ ଚକୁଳି ଓ ପୋଡ଼ପିଠା ପ୍ରଦର୍ଶନ କରିଥିଲେ। ଏହା ସହିତ ଦହିବରା, ରସାବଳି, ଛେନାପୋଡ଼, ଲସି, ଆମ୍ବ ଜୁସ, ପତ୍ରପଡ଼ା, ମୁଢ଼ି ମାଂସ ଓ ମାଣ୍ଡିଆ କ୍ଷୀରି ଭଳି ବିଭିନ୍ନ ପାରମ୍ପରିକ ଖାଦ୍ୟ ମଧ୍ୟ ଆକର୍ଷଣର କେନ୍ଦ୍ରବିନ୍ଦୁ ହୋଇଥିଲା।
କାର୍ଯ୍ୟକ୍ରମରେ ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀ, କର୍ମଚାରୀ, ବରିଷ୍ଠ ନାଗରିକ, ସାମ୍ବାଦିକ ଓ ସାଧାରଣ ଜନତା ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମକୁ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ମନୋରଞ୍ଜନ ସୂତାର ସଫଳ ଭାବେ ସଂଯୋଜନା କରିଥିଲେ

0
88 views

Comment