ଚରକପୂଜାର ଖୁସି ମଝିରେ ଦୁଃଖର ଛାୟା
କାଲିମେଳାରେ ଦୁଇ ଦୁର୍ଘଟଣା : ଜଣେ ମୃତ, ଜଣେ ଆହତ l
ମାଲକାନଗିରି:ପାରମ୍ପରିକ ଚରକପୂଜା ଉତ୍ସବର ଆନନ୍ଦ ମଝିରେ କାଲିମେଳା ଅଞ୍ଚଳରୁ ଆସିଛି ଦୁଃଖଦ ଖବର। ଦୁଇଟି ଅଲଗା ଗ୍ରାମରେ ଘଟିଥିବା ଦୁର୍ଘଟଣାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟଜଣ ଆହତ ହୋଇଛନ୍ତି।
MV-72 ଗ୍ରାମରେ ଜଗଦୀଶ ସାନା ନାମକ ଜଣେ ବ୍ୟକ୍ତି ଖଜୁରୀ ଗଛରୁ ପଡି ଗୁରୁତର ଆହତ ହୋଇଥିଲେ। ସ୍ଥାନୀୟ ଲୋକମାନେ ତାଙ୍କୁ ତୁରନ୍ତ ଚିକିତ୍ସା ପାଇଁ ନେଉଥିବା ବେଳେ ରାସ୍ତାମଧ୍ୟରେ ତାଙ୍କର ମୃତ୍ୟୁ ଘଟିଥିଲା। ସେ ନାଲାଗୁଣ୍ଠି ପଞ୍ଚାୟତର MPV-36 ଗ୍ରାମର ବସିନ୍ଦା ଥିବା ଜଣାପଡ଼ିଛି।
ଅନ୍ୟପଟେ MV-80 ଗ୍ରାମରେ ମିହିର ମଣ୍ଡଳ ନାମକ ଜଣେ ଯୁବକ ମଧ୍ୟ ଖଜୁରୀ ଗଛରୁ ପଡି ଆହତ ହୋଇଛନ୍ତି। ସେ ବର୍ତ୍ତମାନ ଚିକିତ୍ସାଧୀନ ଅଛନ୍ତି ଏବଂ ତାଙ୍କ ଅବସ୍ଥା ସ୍ଥିର ବୋଲି ଜଣାପଡ଼ିଛି। ଘଟଣା ପରେ ସମଗ୍ର ଅଞ୍ଚଳରେ ଶୋକର ପରିବେଶ ଦେଖାଯାଇଛି। ଉତ୍ସବର ଆନନ୍ଦ ମଝିରେ ଏପରି ଘଟଣା ଲୋକମାନଙ୍କୁ ଦୁଃଖିତ କରିଛି।