ମାଲକାନଗିରିରେ “ଆମ ରୁଚି ଆମ ଖାଦ୍ୟ” କାର୍ଯ୍ୟକ୍ରମ ଆଡମ୍ବରରେ ଆୟୋଜିତ
ମାଲକାନଗିରି ସଂସ୍କୃତି ଭବନ ପରିସରରେ “ଆମ ରୁଚି ଆମ ଖାଦ୍ୟ” କାର୍ଯ୍ୟକ୍ରମ ଧୂମଧାମରେ ଅନୁଷ୍ଠିତ ହୋଇଥିଲା। ସ୍ଵୟଂ ସହାୟକ ଗୋଷ୍ଠୀର ମାଆମାନେ ବିଭିନ୍ନ ପାରମ୍ପାରିକ ଓଡ଼ିଆ ଖାଦ୍ୟ ପ୍ରସ୍ତୁତ କରି ପ୍ରଦର୍ଶନ କରିଥିଲେ ଏବଂ ପ୍ରତିଯୋଗିତାରେ ଶ୍ରେଷ୍ଠ ଦଳକୁ ପୁରସ୍କୃତ କରାଯାଇଥିଲା। ଅତିରିକ୍ତ ଜିଲ୍ଲାପାଳ ସୋମନାଥ ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମର ଉଦଘାଟନ କରିଥିଲେ। ସେ କହିଥିଲେ ଯେ ଓଡ଼ିଆ ପାରମ୍ପରିକ ଖାଦ୍ୟ ଆମ ସଂସ୍କୃତିର ପରିଚୟ ଓ ଏହାକୁ ରକ୍ଷା କରିବା ଆବଶ୍ୟକ।
ବିଚାରକ ଭାବେ ପ୍ରଭାସ ସେଠୀ, ନିର୍ମଳ ଧାରୁଆ ଓ ଇନ୍ଦିରା ପ୍ରଧାନ ଯୋଗ ଦେଇଥିଲେ। ପ୍ରମିଳା ମାଝୀ କାର୍ଯ୍ୟକ୍ରମ ପରିଚାଳନା କରିଥିବାବେଳେ ହର୍ଷାନନ୍ଦ ପ୍ରଧାନ ଆୟୋଜନରେ ସହଯୋଗ କରିଥିଲେ। ଅତିଥିମାନେ ଖାଦ୍ୟରେ ସ୍ୱାଦ ସହିତ ସ୍ୱଚ୍ଛତା ଓ ପୁଷ୍ଟିକର ଗୁଣ ଉପରେ ଜୋର ଦେଇଥିଲେ। ଏହି ପ୍ରୟାସ ମାଆମାନଙ୍କୁ ସ୍ୱାବଲମ୍ବୀ କରିବା ସହ ତାଙ୍କ ପ୍ରତିଭାକୁ ଆଗକୁ ଆଣିବାରେ ସହାୟକ ହେବ।