ବିଭିନ୍ନ ଦାବି ନେଇ ରୋଷେୟା ସେବାୟତ ସଂଘର ଦାବିପତ୍ର ।
ବିଭିନ୍ନ ଦାବି ନେଇ ରୋଷେୟା ସେବାୟତ ସଂଘର ଦାବିପତ୍ର ।
ମାଲକାନଗିରି, ତା ୧୩/୪
ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ବିଭାଗ ରାଜ୍ୟ ରୋଷେୟା ତଥା ସେବାୟତ ସଂଘର ନିର୍ଦ୍ଦେଶରେ ମାଲକାନଗିରି ରୋଷେୟା ଓ ସେବାୟତ ସଂଘ ପକ୍ଷରୁ ବିଭାଗୀୟ ମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ଉକ୍ତ ଦାବିପତ୍ରରେ ଉଲ୍ଲେଖ ରହିଛି ଯେ, ଏହି ବିଭାଗ ଦ୍ବାରା ପରିଚାଳିତ ଆବାସିକ ବିଦ୍ୟାଳୟର ଛାତ୍ରାବାସ ଓ ଛାତ୍ରୀ ନିବାସରେ କାର୍ଯ୍ୟରତ ରୋଷେୟା ତଥା ସେବାୟତମ ମାନେ ଦୀର୍ଘବର୍ଷ ହେଲା ସ୍ବଳ୍ପ ବେନନରେ ସୂଚାରୁରୂପେ କାର୍ଯ୍ୟ ତୁଲାଇ ଆସୁଛନ୍ତି। ପୂର୍ବତନ ସରକାରଙ୍କ ଦୀର୍ଘ ୨୪ ବର୍ଷ ଶାସନ କାଳ ମଧ୍ୟରେ ଆମେ ଅନେକ ଥର ଆମ ଦାବି ଲିଖୁତ ରୂପେ ଜଣାଇଥିଲେ ମଧ୍ୟ ସେ ଶୁଣିନାହାନ୍ତି I ବିଶେଷ କରି ଆମ ମାସିକ ଦରମା ୧୪ ହଜାର ୫୦୦କୁ ବୃଦ୍ଧି କରିବାକୁ ଅନେକ ଥର ଜଣାଇ ମିଛ ପ୍ରତିଶ୍ରୁତି ପାଇ ନିରାଶ ହୋଇଛୁ। ରୋଷେୟା ମାନଙ୍କ କାର୍ଯ୍ୟ ସମୟରେ ମୃତ୍ଯୁ ଘଟିଲେ ମୃତ୍ଯୁକାଳୀନ ରାଶି, ଇଏସ୍ଆଇ, ଇପିଏଫ, ଅବସରକାଳୀନ ସୁବିଧା ଆମେ ଏଯାଏ କିଛି ପାଇନାହୁଁ । ବର୍ତ୍ତମାନର ସରକାର ଆମମାନଙ୍କ ଦରମା ବୃଦ୍ଧି କରିବା ସହ ଦାବି ପୂରଣ କରିବାକୁ ଦାବିପତ୍ରରେ ଉଲ୍ଲେଖ କରିଛନ୍ତି I ଦାବିପତ୍ର ପ୍ରଦାନ ସମୟରେ ମାଲକାନଗିରି ଜିଲା ସଂଘର ଜିଲା ପ୍ରତିନିଧି ଶୁକ୍ରା ମୁଦୁଲିଙ୍କ ସହ ଅନ୍ୟ କର୍ମକର୍ତ୍ତା ମାନେ ଉପସ୍ଥିତ ଥିଲେ।