ପୂର୍ବତନ ପୌର ଅଧ୍ୟକ୍ଷାଙ୍କ ପରଲୋକ
ପୂର୍ବତନ ପୌର ଅଧ୍ୟକ୍ଷାଙ୍କ ପରଲୋକ ।
ମାଲକାନଗିରି, ତା ୧୩/୪
ମାଲକାନଗିରି ସଦର ମହକୁମା ପୌର ପରିଷଦର ପୂର୍ବତନ ଅଧ୍ଯକ୍ଷା ରାଜବନ୍ତ କୌରଙ୍କ ରବିବାର ଭୋର ୪ ଟା ସମୟ ରେ ପରଲୋକ ହୋଇଯାଇଛି। ସେ ଏଇ କିଛି ଦିନ ଧରି ଅସୁସ୍ଥ ଥିଲେ। ଶ୍ରୀମତି କୌର ୨୦୧୪ ମସିହାରେ ମାଲକାନାଗିରି ପୌର ପରିଷଦ ଅଧ୍ଯକ୍ଷା ଭାବେ ରହି ମାଲକାନଗିରି ପୌର ପରିଷଦର ବିଭିନ୍ନ ଉନ୍ନୟନାମୁଳକ କାର୍ଯ୍ୟ କରିଥିଲେ। ସେ ବିଜୁ ଜନତା ଦଳର ଜଣେ ବରିଷ୍ଠ ସଭାନେତ୍ରୀ ଭାବେ ପରିଚିତ ଥିଲେ। ଜଣେ ମିଷ୍ଠଭାଷୀ, ପରୋପକାରୀ, ଧର୍ମ ପରାୟଣ ମହିଳା ଥିଲେ। କୌରଙ୍କ ମୃତ୍ୟୁ ଖବର ପାଇ ସହର ତଥା ଜିଲ୍ଳା ରୁ ବହୁ ମହାନ୍ ବ୍ୟକ୍ତି ତଥା ବିଭିନ୍ନ ଦଳର ନେତା ତାଙ୍କ ବାସଭବନରେ ପହଞ୍ଚି ଶେଷ ଦର୍ଶନ କରିଥିଲେ। ଓଡ଼ିଶାର ପୂର୍ବତନ ମନ୍ତ୍ରୀ ତଥା ପୂର୍ବତନ ନବରଙ୍ଗପୁର ସାଂସଦ ରମେଶ ଚନ୍ଦ୍ର ମାଝୀ ଖବର ପାଇ କୌର ଙ୍କ ଶେଷ ଦର୍ଶନ କରିଥିଲେ। ତାଙ୍କ ମୃତ୍ୟୁରେ ମାଲକାନଗିରିରେ ଶୋକର ଛାୟା ଖେଳି ଜାଇଛି।