ରେଙ୍ଗାଳଗୋଡ଼ା ବୈତରଣୀ ନଦୀ ଡ଼ଙ୍ଗାଘାଟରୁ ବେଆଇନ ଚୋରା ବାଲି ଚାଲାଣରେ ରୋକ ଲଗାଇବାକୁ ପ୍ରଶାସନ ବିଫଳ- ବାଲି ମାଫିଆ ଙ୍କ ହାଇୱା ଧକ୍କାରେ ଇଲେକ୍ଟ୍ରି ଖୁଣ୍ଟ ଭାଙ୍ଗିଲା।
ରେଙ୍ଗାଳଗୋଡ଼ା ବୈତରଣୀ ନଦୀ ଡ଼ଙ୍ଗାଘାଟରୁ ବେଆଇନ ଚୋରା ବାଲି ଚାଲାଣରେ ରୋକ ଲଗାଇବାକୁ ପ୍ରଶାସନ ବିଫଳ- ବାଲି ମାଫିଆ ଙ୍କ ହାଇୱା ଧକ୍କାରେ ଇଲେକ୍ଟ୍ରି ଖୁଣ୍ଟ ଭାଙ୍ଗିଲା।
ଚମ୍ପୁଆ -୧୩/୦୪(ଖଣ୍ଡାଧାର ନିଉଜ ବ୍ୟୁରୋ ) ଚମ୍ପୁଆ ବ୍ଲକ ଉଚ୍ଚବାଲି ପଞ୍ଚାୟତ ଅନ୍ତର୍ଗତ
ରେଙ୍ଗାଳଗୋଡ଼ା ଗ୍ରାମ ବୈତରଣୀ ନଦୀ ଡ଼ଙ୍ଗାଘାଟରୁ ଆଜକୁ ୩ ମାସ ହୋଇଯିବ ବେଆଇନ ଭାବେ ବାଲି ଚାଲାଣ ହେଉଥିବା କଥା ଗ୍ରାମବାସୀ କେନ୍ଦୁଝର ଜିଲ୍ଲାପାଳଙ୍କୁ ଅବଗତ କରି ଦୃଢ କାର୍ଯ୍ୟାନୁଷ୍ଠାନ ନିମନ୍ତେ ଦାବୀ ଜଣାଇଥିଲେ ମଧ୍ୟ ସ୍ଥାନୀୟ ପ୍ରଶାସନ ଚୋରା ବାଲି ଚାଲାଣ ରୋକିବା ରେ ବିଫଳ ହୋଇଛି l ପ୍ରତିଦିନ ରାତିରେ ପୂର୍ବ ପରି ବୈତରଣୀ ନଦୀରୁ ଟ୍ରାକ୍ଟର, ହାଇୱା ଯୋଗେ ବାଲି ଚାଲାଣ ହେଉଛି l ଗତ ଶନିବାର ରାତିରେ ରେଙ୍ଗାଳଗୋଡ଼ା ବଣସାହି (ଜଙ୍ଗଲ ସାହି )ରେ ଥିବା ଗ୍ରାମ କୁ ସଂଯୋଗ ହୋଇଥିବା ଇଲେକ୍ଟ୍ରି ଖୁଣ୍ଟ ମାଫିଆ ଙ୍କ ହାଇୱା ଧକ୍କାରେ ଭାଙ୍ଗି ଯାଇଥିବା ଗ୍ରାମବାସୀ କହିଛନ୍ତି l ପ୍ରକାଶ ଥାଉକି ବାଲି ମାଫିଆ ମାନେ ଟ୍ରାକ୍ଟର ଯୋଗେ ବାଲି ରାତିରେ ଲୋଡ଼ିଂ କରି ବିଭିନ୍ନ ଜାଗା ସ୍ଥାନରେ ଡମ୍ପିଙ୍ଗ କରି ଏକତ୍ରିତ କରୁଛନ୍ତି ଏବଂ ହାଇୱା ଯୋଗେ ଅନ୍ୟତ୍ର ଚାଲାଣ ହେଉଅଛି l ଅହରହ ବାଲି ଚାଲାଣ ପାଇଁ ଗ୍ରାମ୍ୟ ରାସ୍ତା ନଷ୍ଟ ହେବା ସହିତ ଗ୍ରାମର ଅନେକ କିଛି କ୍ଷତି ହେଉଛି ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି l ମାଫିଆମାନେ ଗ୍ରାମ୍ୟ ଜଙ୍ଗଲକୁ କାଟି ରାସ୍ତା କରି ବାଲି ଚାଲାଣ ପାଇଁ ବ୍ୟବହାର କରୁଥିବା ଜଣାଯାଇଛି l ବାଲି ଚାଲାଣ ପାଇଁ ସରକାରଙ୍କ ରାଜସ୍ବ ହାନୀ ଘଟୁଛି l ଏତେ ଦିନ ଧରି ବେଧଡକ ବାଲି ଚାଲାଣ ହେଉଥିବା ବେଳେ ସ୍ଥାନୀୟ ପ୍ରଶାସନ କେମିତି ଜାଣି ପାରୁ ନାହିଁ ଆଶ୍ଚର୍ଯ୍ୟକର କଥା l ସରକାରଙ୍କ ନୀତି ନିୟମ ଅନୁସାରେ ଟେଣ୍ଡର ପ୍ରକିୟାରେ ସ୍ୱଛତାର ସହିତ ବାଲି ଉଠେଇବାକୁ ଗ୍ରାମବାସୀ ଜିଲ୍ଲାପାଳଙ୍କ ଠାରେ ପ୍ରସ୍ତାବ ଦେବା ସହିତ ବେନିୟମ ଭାବେ ଚୋରା ବାଲି ଚାଲାଣରେ ରୋକ ଲଗାଇ ଦୋଷୀଙ୍କ ବିରୁଦ୍ଧରେ ଦୃଢ କାର୍ଯାନୁଷ୍ଠାନ ନିମନ୍ତେ ରେଙ୍ଗାଳଗୋଡ଼ା ଗ୍ରାମବାସୀ କେନ୍ଦୁଝର ଜିଲ୍ଲାପାଳଙ୍କୁ ଗୁହାରୀ କରିଛନ୍ତି l ଦେଖା ଯାଉ କେବେ ଦୋଷୀଙ୍କ ବିରୁଦ୍ଧରେ କାର୍ଯ୍ୟନୁଷ୍ଠାନ ହେଉଛି ???