logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ଚିମିଳା ରେ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ I

ଚମ୍ପୁଆ : - (୧୩/୦୪) ଚମ୍ପୁଆ ଗ୍ରାମୀଣ ମଣ୍ଡଳ ବିଜେପି ତରଫରୁ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ ପ୍ରଶିକ୍ଷଣ ମହାଅଭିଯାନ ଅନୁଷ୍ଠିତ ହୋଇଛି । ଏହି ଅବସରରେ ଚମ୍ପୁଆ ଗ୍ରାମୀଣ ମଣ୍ଡଳ ର କର୍ଯ୍ୟକର୍ତ୍ତା ଓ ଜିଲ୍ଲାସ୍ତରୀୟ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ । ଏଥିରେ ଜିଲ୍ଲାର ସାଧାରଣ ସମ୍ପାଦିକା ଯଶୋସ୍ବିନୀ ବଳ, ଜିଲ୍ଲା ସାଧାରଣ ସମ୍ପାଦକ ଅଗନୁ ଚରଣ ମହାନ୍ତ, ଜିଲ୍ଲା ସାଧାରଣ ସମ୍ପାଦକ ଅନୁବ୍ରତ ବେହେରା, ପଦ୍ମଲୋଚନ ସାହୁ,ହେମରଞ୍ଜନ ବାରିକ, ଜେମସ ମହାନ୍ତ ପ୍ରମୁଖ ପ୍ରଶିକ୍ଷଣ ପ୍ରଦାନ କରିଥିଲେ । ଏଥିରେ ଚମ୍ପୁଆ ଗ୍ରାମୀଣ ମଣ୍ଡଳ ସଭାପତି ପଙ୍କଜ କୁମାର ମହାନ୍ତ, ମଣ୍ଡଳ ସାଧାରଣ ସମ୍ପାଦକ କରନ୍ ମହାନ୍ତ ଏବଂ ଜିତେନ୍ଦ୍ର ମହାନ୍ତ,ପ୍ରମୁଖ ବହୁ ବିଶିଷ୍ଟ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ । ପ୍ରଶିକ୍ଷଣରେ ଡବଲ ଇଞ୍ଜନ ସରକାରଙ୍କର ବିଭିନ୍ନ ଯୋଜନା ସମ୍ପର୍କରେ ତାଲିମ ପ୍ରଦାନ କରାଯାଇଥିଲା ।

19
362 views

Comment