logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ବିଶ୍ୱ ଯୁବ କେନ୍ଦ୍ରରେ ଦ୍ୱିଦିନିଆ ବାର୍ଷିକ ସମନ୍ୱୟ କାର୍ଯ୍ୟକ୍ରମ ଅନୁଷ୍ଟିତ l

ଅନୁଗୋଳ(କରୁଣାକର ନାୟକ)୧୨/୪ ବିଶ୍ୱ ଯୁବ କେନ୍ଦ୍ର କାର୍ଯ୍ୟାଳୟରେ ୧୧ - ୧୨ ଏପ୍ରିଲ ଦୁଇ ଦିନ ଧରି ବାର୍ଷିକ ସମନ୍ୱୟ କାର୍ଯ୍ୟକ୍ରମ ସଭା ସଫଳତାର ସହ ଆୟୋଜିତ ହୋଇଥିଲା। ସଭାର ମୂଖ୍ୟ ଉଦ୍ଦେଶ୍ୟ ଥିଲା ସଂସ୍ଥାର ବାର୍ଷିକ କାର୍ଯ୍ୟକ୍ରମ ସମୀକ୍ଷା, ଅଭିଜ୍ଞତା ର ଆଦାନ ପ୍ରଦାନ ଓ ଭବିଷ୍ୟତ କାର୍ଯ୍ୟଦିଗ ନିର୍ଦ୍ଧାରଣ।
ପ୍ରଥମ ଦିନ ର କାର୍ଯ୍ୟକ୍ରମରେ ଅନୁଗୁଳ ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ଉଦୟ କୁମାର ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ସଂସ୍ଥାର ପ୍ରାୟ ଚାରି ଦଶକ ଧରି ଚାଲିଆସୁଥିବା ସମାଜସେବାମୂଳକ କାର୍ଯ୍ୟକଳାପକୁ ସ୍ୱୀକୃତି ଓ ପ୍ରଶଂସା ଜଣାଇଥିଲେ। ସେ ତୃଣମୂଳ ସ୍ତରରେ ସଂଗଠିତ ପ୍ରୟାସ, ସମୁଦାୟ ଆଧାରିତ ପ ଅଂଶଗ୍ରହଣ ଓ ପ୍ରତିଷ୍ଠାନଗତ ଦୃଢତାର ଆବଶ୍ୟକତା ଉଲ୍ଲେଖ କରିଥିଲେ।
ଏହି ଅବସରରେ ସମ୍ମାନିତ ଅତିଥି ଭାବେ କଲ୍ୟାଣ କିଶୋର ମହାନ୍ତି ସଦସ୍ୟ, ଶିଶୁ ମଙ୍ଗଳ କମିଟି, ଅନୁଗୁଳ, ଯୋଗଦେଇ ସମାଜସେବାରେ ନୀତିଗତ ଆଚରଣ, ଦାୟିତ୍ୱବୋଧ ଓ ପ୍ରତିବଦ୍ଧତାର ଗୁରୁତ୍ୱ ବିଷୟରେ ସ୍ପଷ୍ଟ ମତ ପ୍ରକାଶ କରିଥିଲେ। ସେ ଏହା ଉଲ୍ଲେଖ କରିଥିଲେ ଯେ, ସ୍ଥାୟୀ ଉନ୍ନୟନ ପାଇଁ ପ୍ରତ୍ୟେକ ସମାଜସେବୀ ସଂଗଠନକୁ ପାରଦର୍ଶିତା ଓ ନୀତିନିଷ୍ଠାକୁ ମୂଳ ଆଧାର କରି କାମ କରିବା ଆବଶ୍ୟକ। ଦ୍ୱିତୀୟ ପର୍ଯ୍ୟାୟରେ ବିଶ୍ୱ ଯୁବ କେନ୍ଦ୍ର ଦ୍ୱାରା ଚାଲିଥିବା ସମସ୍ତ ପ୍ରକଳ୍ପ ଗୁଡିକର ସଂଯୋଜକ/ସଂଯୋଜିକା ମାନେ ୨୦୨୫-୨୬ ଆର୍ଥିକ ବର୍ଷ ରେ କରିଥିବା କାର୍ଯ୍ୟ ଉପରେ ସଂକ୍ଷେପରେ ଉଲ୍ଲେଖ କରିଥିଲେ। ଏହି ଉପସ୍ଥାପନ କୁ ବରିଷ୍ଠ ସମାଜସେବୀ ବିରେନ ନାୟକ,ବୋର୍ଡ ସଦସ୍ୟା ଡ ବନ୍ଦିତା ପ୍ରଧାନ , ଗୋବିନ୍ଦ ଶଙ୍ଖାରୀ ସହଯୋଗ କରିବା ସହ ସବୁ ପ୍ରକଳ୍ପ ଗୁଡିକ ଆହୁରି ଅଗ୍ରଗତି କିପରି କରିପାରିବ ସେ ବିଷୟରେ ମତ ପ୍ରକାଶ କରିଥିଲେ।
ଦ୍ୱିତୀୟ ଦିନ ରେ ବନବାସୀ ସେବା ଆଶ୍ରମ ଉତ୍ତର ପ୍ରଦେଶ ର ସଚିବ ଶୋଭା ପ୍ରେମ ଯୋଗଦେଇ ଗାନ୍ଧୀଙ୍କ ନୀତି ଆଦର୍ଶ ଆଧାରିତ ସମଗ୍ର ଉନ୍ନୟନ ମଡେଲ୍ ଉପରେ ତାଙ୍କ ଅନୁଭବ ପ୍ରକାଶ କରିଥିଲେ। ସେ ସ୍ୱାବଳମ୍ବନ, ସ୍ଥାନୀୟ ସମ୍ପଦର ସଦ୍ଯୁପଯୋଗ, ଓ ସମୁଦାୟକେନ୍ଦ୍ରିକ ଆଭିଗମକୁ ଦୀର୍ଘସ୍ଥାୟୀ ଉନ୍ନୟନର ମୂଳ ଆଧାର ଭାବେ ଉଲ୍ଲେଖ କରିଥିଲେ। ବିଶ୍ୱ ଯୁବ କେନ୍ଦ୍ରର ସଦସ୍ୟ ସମ୍ପାଦକ ସଂସ୍ଥା ର ସମସ୍ତ ନୀତି, କାର୍ଯ୍ୟ ପ୍ରଣାଳୀ ଓ ସାଙ୍ଗଠନିକ ବ୍ୟବସ୍ଥା ଉପରେ ଆଲୋକ ପାତ କରିଥିଲେ।
ସଭା ଶେଷରେ ସଭାପତି ବସନ୍ତ କୁମାର ପ୍ରଧାନ, ଉପ ସଭାପତି ନମିତା ପ୍ରଧାନ ଓ ସଦସ୍ୟ ସମ୍ପାଦକ ମନୋଜ କୁମାର ମହାପାତ୍ର ଓ ବୋର୍ଡ ସଦସ୍ୟା/ସଦସ୍ୟ ମାନେ ମଧ୍ୟ ନିଜର ମନ୍ତବ୍ୟ ପ୍ରକାଶ କରିଥିଲେ ଓ ପିଲା ମାନଙ୍କୁ ଉତ୍ସାହିତ କରିଥିଲେ। ସଂସ୍ଥା ର ସମସ୍ତ ପ୍ରକଳ୍ପ ପ୍ରତିନିଧି ମାନେ ଉପସ୍ଥିତ ରହି ସହଯୋଗ କରିଥିଲେ।

56
4462 views

Comment