logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ମୁଖ୍ୟମନ୍ତ୍ରୀ ଟ୍ରଫି ପ୍ରତିଯୋଗିତାର ତୃତୀୟ ଦିବସ

ଦେବଗଡ଼, ତା ୧୨/୦୪/୨୦୨୬ ରିଖ :-
ଜିଲ୍ଲା କ୍ରୀଡା ସଂଘ ଓ ଜିଲ୍ଲା ପ୍ରଶାସନଙ୍କ ଆନୁକୂଲ୍ୟରେ ଇନ୍ଦିରାଗାନ୍ଧୀ ଷ୍ଟାଡିୟମ୍‌ରେ ଆୟୋଜିତ ମୁଖ୍ୟମନ୍ତ୍ରୀ ଟ୍ରଫି ଅନ୍ତଃ କ୍ଲବ୍ ଓ ଅନ୍ତଃ ଜିଲ୍ଲା ଖେଳ ପ୍ରତିଯୋଗିତା–୨୦୨୬ (ଦ୍ୱିତୀୟ ସଂସ୍କରଣ) ତୃତୀୟ ଦିବସରେ ଉତ୍ସାହମୟ ପରିବେଶରେ ଅନୁଷ୍ଠିତ ହୋଇଛି। ଏହି ପ୍ରତିଯୋଗିତା ତା. ୧୦.୦୪.୨୦୨୬ ରୁ ୧୯.୦୪.୨୦୨୬ ପର୍ଯ୍ୟନ୍ତ ଚାଲିବ ଓ ୧୪ ବର୍ଷରୁ କମ୍ ବୟସର ପୁଅ ଓ ଝିଅମାନଙ୍କ ମଧ୍ୟରେ ଫୁଟବଲ୍, ଖୋଖୋ, ଭଲିବଲ୍ ଓ କବାଡି ପ୍ରତିଯୋଗିତା ହେଉଛି।
ଆଜିର କାର୍ଯ୍ୟକ୍ରମ ଜିଲ୍ଲା କ୍ରୀଡ଼ା ଅଧିକାରୀ ହେମନ୍ତ ସିଂହଙ୍କ ତତ୍ତ୍ୱାବଧାନରେ ଆୟୋଜିତ ହୋଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ବରିଷ୍ଠ ଖେଳାଳି ପ୍ରଦୀପ କୁମାର ଅମାନ୍ତ ଓ ବରୋଣ୍ୟ ଅତିଥି ଭାବେ ପୂର୍ବତନ ବରିଷ୍ଠ ଖେଳାଳି ଅରୁଣ କୁମାର ପ୍ରଧାନ, ବାରକୋଟ ବ୍ଲକର ଅତିରିକ୍ତ ତହସିଲଦାର ୱାସିଂ ଅହମ୍ମଦ, ଜିଲ୍ଲା କ୍ରୀଡ଼ା ସଂସଦ ସମ୍ପାଦକ ଧୀରେନ୍ଦ୍ର ନାୟକ ଓ ଉପସଭାପତି ସତ୍ୟନାରାୟଣ ମିଶ୍ର ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରିଥିଲେ।
ବାଳକ ବିଭାଗର ପ୍ରଥମ ଫୁଟବଲ୍ ମ୍ୟାଚ୍ ବାପୁଜୀ କ୍ଲବ୍, ଦେବଗଡ଼ ଓ ରାଧାକୃଷ୍ଣ କ୍ଲବ୍, ଝରାକଣ୍ଡଳ ମଧ୍ୟରେ ହୋଇଥିଲା। ଏହି ମ୍ୟାଚ୍‌ରେ ରାଧାକୃଷ୍ଣ କ୍ଲବ୍ ୩-୦ ଗୋଲରେ ବିଜୟୀ ହୋଇଥିଲା।
ତେଣୁ ବାଳିକା ବିଭାଗର ମ୍ୟାଚ୍ ଝାରମୁଣ୍ଡା କ୍ଲବ୍ ଓ ମନୋରମା କ୍ଲବ୍ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଏଥିରେ ଝାରମୁଣ୍ଡା କ୍ଲବ୍ ୩-୦ ଗୋଲରେ ବିଜୟ ହାସଲ କରିଥିଲା।
ଖେଳକୁ ସୌରଭ କୁମାର ନାୟକ, ମୁକୁନ୍ଦ ବେହେରା, ଆଲୋକ କୁମାର ବେହେରା, ଚିନ୍ମୟ ସାହୁ ଓ ପ୍ରଦୀପ କିସାନ ପରିଚାଳନା କରିଥିବାବେଳେ ମ୍ୟାଚ୍ କମିଶନର ଭାବେ ପ୍ରଦୀପ କୁମାର ବେହେରା କାର୍ଯ୍ୟ ତୁଳାଇଥିଲେ।
ଏହି କାର୍ଯ୍ୟକ୍ରମରେ ବିଭିନ୍ନ କ୍ରୀଡ଼ା ଶିକ୍ଷକ, ଶିକ୍ଷୟତ୍ରୀ, ଛାତ୍ରଛାତ୍ରୀ ଓ କ୍ରୀଡ଼ାପ୍ରେମୀମାନେ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମକୁ ଜିଲ୍ଲା କ୍ରୀଡ଼ା ସଂସଦ ସମ୍ପାଦକ ଶ୍ରୀ ନାୟକ ସଂଯୋଜନା କରିଥିଲେ।

0
99 views

Comment