ସରକାରୀ ମହିଳା ମହାବିଦ୍ୟାଳୟରେ ବନ୍ଦନୀୟ ବରପୁତ୍ର ଓ ଅମୃତ ପିଢ଼ି ସାରସ୍ୱତ ସମାରୋହ ପାଳନ।
ସରକାରୀ ମହିଳା ମହାବିଦ୍ୟାଳୟରେ ବନ୍ଦନୀୟ ବରପୁତ୍ର ଓ ଅମୃତ ପିଢ଼ି ସାରସ୍ୱତ ସମାରୋହ ପାଳନ।
କେନ୍ଦୁଝର, ୧୧/୦୪, ସରକାରୀ ମହିଳା ମହାବିଦ୍ୟାଳୟରେ ଓଡ଼ିଆ ' ପକ୍ଷ ପାଳନ ' ଅବସରରେ ଶନିବାର ଅମୃତ ପିଢି ସାରସ୍ୱତ ସମାରୋହ ଓ ବନ୍ଦନୀୟ ପୁରୁଷଙ୍କ ଉଦ୍ଦେଶ୍ୟରେ ବିପ୍ଳବୀ ଧରଣୀଧରଙ୍କ ସମ୍ପର୍କରେ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା । ପ୍ରଥମ ଅଧିବେଶନରେ ତରୁଣୀ ମାନଙ୍କର ସ୍ୱରଚିତ କବିତା ଆବୃତ୍ତି ହୋଇଥିଲା । ଏହି ମଞ୍ଚରେ ଓଡ଼ିଆ ବିଭାଗର ଅଧ୍ୟାପିକା ବର୍ଷାରାଣୀ ବେହେରା ମଞ୍ଚ ପରିଚାଳନା ତଥା ସଂଯୋଜନା କରିଥିଲେ । ମହାବିଦ୍ୟାଳୟର ଶତାଧିକ ଛାତ୍ରୀ ଓଡ଼ିଆ କବିତା ପାଠ କରିବା ସହିତ ଅଧ୍ୟାପକଅଧ୍ୟାପିକାମାନେ ମଧ୍ୟ ନିଜସ୍ୱ କବିତା ଆବୃତ୍ତି କରି ଓଡ଼ିଆ ଭାଷା ଓ ଜାତିର ଗୌରବାନ୍ୱିତ ହେବାର ପରିଚୟ ଦେଇଥିଲେ । ଦ୍ୱିତୀୟ ଅଧିବେଶନ ଟି ଥିଲା ବନ୍ଦନୀୟ ବରପୁତ୍ରଙ୍କ ସମ୍ପର୍କରେ । ଏହି ଅବସରରେ କେନ୍ଦୁଝରର ବରପୁତ୍ର ବିପ୍ଳବୀ ଧରଣୀଧରଙ୍କ ସମ୍ବନ୍ଧରେ ଆଲୋଚନା ହୋଇଥିଲା । ଏହି ପରିପ୍ରେକ୍ଷୀରେ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର୍ ଡକ୍ଟର ଲଳିତ ରଞ୍ଜନ ସାହୁ ଅଧ୍ୟକ୍ଷତାରେ କରିଥିଲେ ଓ ଅତିଥିମାନଙ୍କର ପରିଚୟ ପ୍ରଦାନ କରିଥିଲେ ଏବଂ ସ୍ବାଗତ ଭାଷଣ ପ୍ରଦାନ କରିଥିଲେ । ଏହା ସହ ଐତିହାସିକ ପୁରୁଷ ଧରଣୀଧର ଭାରତ ବର୍ଷର ଜଣେ ଯୋଗ୍ୟତମ ସନ୍ତାନ ସହ ଏ କେନ୍ଦୁଝର ମାଟିର ଜଣେ ଗର୍ବ ଓ ଗୌରବ ଏବଂ ଜଣେ ମାଟି, ଜାତି ଓ ପ୍ରୀତିର କଥା କହୁଥିବା ବିପ୍ଳବୀ ବୋଲି ଅଧ୍ୟକ୍ଷ ସାହୁ ମତବ୍ୟକ୍ତ କରିଥିଲେ । ଏହି ମଞ୍ଚକୁ ପରିଚାଳନା କରିଥିଲେ ଅଧ୍ୟାପକ ଡକ୍ଟର ସୂର୍ଯ୍ୟକାନ୍ତ ନାଏକ ଧରଣୀଧର ଭୂୟାଁ ଓଡ଼ିଶାର ପ୍ରଥମ ଆଦିବାସୀ ବିପ୍ଳବୀମାନଙ୍କ ମଧ୍ୟରୁ ଜଣେ ଅନ୍ୟତମ ବିନ୍ଧାଣୀ ଓ ଆଜିମଧ୍ୟ ଓଡ଼ିଶାର ଯୁବପିଢ଼ୀଙ୍କ ପାଇଁ ପ୍ରେରଣାର ଉତ୍ସ ପାଲଟିଛି ବର୍ତ୍ତମାନ ପରିପ୍ରେକ୍ଷୀରେ । ତାଙ୍କ ଆଦର୍ଶ ଏ ସମାଜକୁ ନୂତନ ଦିଗଦର୍ଶନ ଦେଇଛି ବୋଲି ବୋଲି କହିଥିଲେ । ସଭାର ସମ୍ମାନୀତ ଅତିଥି ତଥା ପ୍ରଶାସନିକ ଅଧିକାରୀ ଡକ୍ଟର ଚିତ୍ତରଞ୍ଜନ ସାହୁ ଧରଣୀଧରଙ୍କ ଜନ୍ମ ବୃତ୍ତାନ୍ତ, ଜୀବନ ବୃତ୍ତାନ୍ତ ସହ ତାଙ୍କର ଶିକ୍ଷା ଜୀବନ ସମ୍ପର୍କରେ ଅତି ଚମତ୍କାର ଭାବେ ଉପସ୍ଥାପନା କରିଥିଲେ । ଏହି ଅବସରରେ ମୁଖ୍ୟ ଅତିଥି ଡମ୍ବରୁଧର ମହାନ୍ତ ଧରଣୀଧର ଭୂୟାଁଙ୍କର ଜୀବନ ନିର୍ବାହ, ନ୍ୟାୟିକ ବ୍ୟବସ୍ଥା, ବିପ୍ଳବର ସୂତ୍ରପାତ କିପରି ହୋଇଥିଲା ଓ ତାଙ୍କର ଭୂମିକା କଣ ଥିଲା ସେ ସମ୍ପର୍କରେ ଆଲୋକପାତ କରିଥିଲେ । ବରିଷ୍ଠ ପ୍ରଫେସର୍ ସୁଧା ଦାସ ସେହି ସମୟରେ ଚତୁରତା ପ୍ରବଣ ଫକୀର ମୋହନ ସେନାପତି ଓ ଜନନାୟକ ଧରଣୀଧରଙ୍କ ଆଦର୍ଶବୋଧ, ବ୍ୟକ୍ତିତ୍ୱ କିପରି ସାଂପ୍ରତିକ ସମୟରେ ପ୍ରଭାବ ପକାଉଛି ସେ ସମ୍ପର୍କରେ ଆଲୋଚନା ରଖିଥିଲେ । ଅନ୍ୟତମ ମୁଖ୍ୟବକ୍ତା ପ୍ରଖ୍ୟାତ ସମାଲୋଚକ ତଥା ସାଂପ୍ରତିକ ସମୟର ଜଣେ ଧୂରିଣ ଗବେଷକ ପ୍ରଫେସର୍ ଡକ୍ଟର ଚିତ୍ତରଞ୍ଜନ ମିଶ୍ର ଧରଣୀଧର ନାଏକ, ରତ୍ନାକର ନାଏକ ଭଳି ପ୍ରମୁଖ ବିପ୍ଳବୀ ମାନଙ୍କର କଥାକୁ ମନେପକେଇବାର ବେଳ ଆସିଯାଇଛି । ସେମାନଙ୍କୁ ଭୁଲିଲେ ଏ ଜାତି ଏ ମାଟିକୁ ଅପମାନ ହେବବୋଲି କହିଛନ୍ତି । ଏହା ସହ ବିପ୍ଲବୀ ପୁରୁଷ ଧରଣୀଧର ମଧ୍ୟରେ ଦେଖା ଦେଇଥିବା ସାହସ, ଉତ୍ସୁକତା, ବୀର ପଣିଆ, ଆବେଗ କିପରି ତାଙ୍କ ଜୀବନରେ ପ୍ରତିଫଳିତ ହୋଇଛି ସେ ସମ୍ପର୍କରେ କେନ୍ଦୁଝର ମାଟିର କାହିଁକି ଜଣେ ଭାରତ ବର୍ଷର ଯେଉଁ ମହାପୁରୁଷଙ୍କୁ ପଚାରିବେ ସେ କହିବେ ବୋଲି କହିଛନ୍ତି । ଏହି ସମାରୋହରେ ମହାବିଦ୍ୟାଳୟର ଶତାଧିକ ଛାତ୍ରୀ, ଅଧ୍ୟାପକ ଅଧ୍ୟାପିକା ଓ ସମସ୍ତ ଅଣ କର୍ମଚାରୀ ଉପସ୍ଥିତ ରହି ସଫଳ ମଣ୍ଡିତ କରିଥିଲେ । ପରିଶେଷରେ ମହାବିଦ୍ୟାଳୟର ସଂସ୍କୃତ ବିଭାଗର ଅଧ୍ୟାପକ ଡକ୍ଟର ଗଣେଶ୍ୱର ମହାନ୍ତ ଧନ୍ୟବାଦ ଅର୍ପଣ କରିଥିଲେ ।
ସୌଜନ୍ୟ: ଅଧ୍ୟକ୍ଷ, ସରକାରୀ ମହିଳା ମହାବିଦ୍ୟାଳୟ, କେନ୍ଦୁଝର
ଖଣ୍ଡାଧାର ନିଉଜ- ସାମ୍ବାଦିକ ସତ୍ୟଜିତ ମିଶ୍ରଙ୍କ ରିପୋର୍ଟ।