ସୁନାବେଶରେ ବିଭିନ୍ନ ରୂପ ରେ ମା'ତାରିଣୀଙ୍କ ଦିବ୍ୟ ଦର୍ଶନ
ସୁନାବେଶରେ ମା' ତାରିଣୀ
( ଦିବାରାତ୍ର ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମରେ ଘଟଗାଁ ପୀଠ ଆଜି ଉଠୁଛି ପଡୁଛି )
କେନ୍ଦୁଝର,୧୧/୪ : ବିଶ୍ବ ବନ୍ଦିତା ଜଗତଜନନୀ ମା ତାରିଣୀଙ୍କ ବହୁ ପ୍ରତିକ୍ଷୀତ ୯୦ ତମ ଚଇତି ପର୍ବ ଅପ୍ରେଲ ୯ ତାରିଖ ରୁ ୧୫ ତାରିଖ ପର୍ଯ୍ୟନ୍ତ ମହାସମାରୋହରେ ଅନୁଷ୍ଠିତ ହେଉଅଛି। ଏହି ସାତଦିନ ମା ତାରିଣୀ ସୁନାବେଶରେ ବିଭିନ୍ନ ରୂପ ରେ ଭକ୍ତ ମାନଙ୍କୁ ଦର୍ଶନ ଦେଇ ସେମାନଙ୍କର ମନୋବାଞ୍ଛା ପୂରଣ କରନ୍ତି ବୋଲି ଲୋକମାନଙ୍କର ବିଶ୍ବାସ ରହିଛି।
ପ୍ରଥମ ଦିନ ଅନ୍ନପୂର୍ଣ୍ଣା , ଦ୍ବିତୀୟ ଦିବସରେ ହରଗୌରୀ ବେଶରେ ମା ତାରିଣୀ ଦିବ୍ୟ ଦର୍ଶନ ଦେଇ ଭକ୍ତ ମାନଙ୍କୁ ବିମୋହିତ କରିବା ସହିତ ଦେହୁରୀ ମାନଙ୍କ ଶାବରୀ ମନ୍ତ୍ର, ଭକ୍ତ ମାନଙ୍କ ଘଣ୍ଟ ଧ୍ଵନି, ହୋଳହୋଳି ଓ ହରିବୋଲ ଶବ୍ଦ ରେ ଘଟଗାଁ ପୀଠ ଉଛୁଳି ପଡୁଛି, ପ୍ରାତଃ ସମୟରୁ ବ୍ରାହ୍ମଣମାନଙ୍କ ଗୀତା ପାଠ,ଦେବୀ ସ୍ତୁତି, ଭାଗବତ ପଠନ, ହୋମଯଜ୍ଞ କରାଯାଇ ଷୋଡ଼ଶ ଉପଚାରରେ ମା" ଙ୍କ ପୂଜାର୍ଚ୍ଚନା ଚାଲୁଅଛି। ଭକ୍ତ ମାନଙ୍କ ଭିଡ଼କୁ ଲକ୍ଷ୍ୟ ରଖି ମନ୍ଦିର ଟ୍ରଷ୍ଟ ତରଫରୁ ବ୍ୟାରିକେଡ଼ କରାଯାଇ ଶୃଙ୍ଖଳିତ ଭାବରେ ମା ଙ୍କ ଦର୍ଶନ କରାଯାଉଛି।
ପ୍ରତ୍ୟହ ଭକ୍ତ ମାନଙ୍କୁ ମନ୍ଦିର ଟ୍ରଷ୍ଟ ଜରିଆରେ ଦାତା ମାନଙ୍କ ତରଫରୁ ଅନ୍ନପ୍ରସାଦ,ଜଳ ବିନା ମୂଲ୍ୟରେ ଯୋଗାଇ ଦିଆଯାଉଛି। ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମରେ ଚା ପାନର ବ୍ଯବସ୍ଥା କରାଯାଇଛି।ମା ' ତାରିଣୀଙ୍କ ମହିମା କୁ ନେଇ ଅନୁଷ୍ଠିତ ହେଉଥିବା ପ୍ରଶ୍ନ ମଞ୍ଚ କାର୍ଯ୍ୟକ୍ରମ ରେ ଭାଗନେଇ ପୁରସ୍କୃତ ହୋଇ ଭକ୍ତ ଆନନ୍ଦରେ ବିଭୋର ହେବାର ଦୃଶ୍ୟ ଦେଖିବାକୁ ମିଳୁଛି।
ଗାଡ଼ି ଗୁଡ଼ିକର ଭିଡ଼କୁ ଦୃଷ୍ଟିରେ ରଖି କଲେଜ ଛକ, ସରସ୍ଵତୀ ଶିଶୁ ମନ୍ଦିର ଛକ ଏବଂ ବାଇପାସ୍ ଛକରେ ପାର୍କିଂ ବ୍ଯବସ୍ଥା କରାଯାଇ ଭକ୍ତ ମାନଙ୍କୁ ଯିବା ଆସିବା କରିବାପାଇଁ ଟ୍ରଷ୍ଟ ତରଫରୁ ବସ୍ ଯୋଗାଇ ଦିଆଯାଉଛି।
ଉକ୍ତ ଚଇତି ପର୍ବକୁ ଶାନ୍ତି ଶୃଙ୍ଖଳାର ସହ ସମାପନ କରିବାବା ପାଇଁ ମନ୍ଦିର ଟ୍ରଷ୍ଟ ତରଫରୁ ସ୍ବାସ୍ଥ୍ୟ ବିଭାଗ, ଅଗ୍ନିଶମ ବିଭାଗ, ପୋଲିସ ବିଭାଗ, ବିଭିନ୍ନ ସ୍ବେଛାସେବୀ ସଂସ୍ଥା ମାନଙ୍କର ସହାୟତା ନିଆଯାଇଛି।
ସୌଜନ୍ଯ ଡମ୍ବରୁ ମହାନ୍ତ
ଉପସ୍ଥାପନା ବାବୁଲାଲ ପଲେଇ ଆଇମା ମିଡିଆ
ମୋବାଇଲ୍ : ୯୪୩୭୧୫୨୯୩୬