logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ସରକାରୀ ମହିଳା ମହାବିଦ୍ୟାଳୟ, କେନ୍ଦୁଝରରେ 'ଲୋକ କଳା ପାଇଁ ଦିନଟିଏ' କାର୍ଯ୍ୟକ୍ରମ ପାଳିତ।

ସରକାରୀ ମହିଳା ମହାବିଦ୍ୟାଳୟ, କେନ୍ଦୁଝରରେ 'ଲୋକ କଳା ପାଇଁ ଦିନଟିଏ' କାର୍ଯ୍ୟକ୍ରମ ପାଳିତ।

କେନ୍ଦୁଝର -୧୦/୦୪(ଖଣ୍ଡାଧାର ନିଉଜ)
ସରକାରୀ ମହିଳା ମହାବିଦ୍ୟାଳୟ, କେନ୍ଦୁଝରରେ ‘ଲୋକ କଳା ପାଇଁ ଦିନଟିଏ’ କାର୍ଯ୍ୟକ୍ରମଟି ଉତ୍ସାହର ସହିତ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଥିଲା ଓଡ଼ିଶାର ପାରମ୍ପରିକ ଲୋକ କଳା ଓ ସଂସ୍କୃତିକୁ ପ୍ରଚାର ଓ ସୁରକ୍ଷା କରିବା। ଏହି ଅବସରରେ ଛାତ୍ରୀମାନେ ଓଡ଼ିଶୀ , ସମ୍ବଲପୁରୀ ନୃତ୍ୟ, କିର୍ତ୍ତନ, ଝୁମର ଓ ଆଦିବାସୀ ଲୋକନୃତ୍ୟ କଳାକୁ ଆକର୍ଷଣୀୟ ଢଙ୍ଗରେ ପ୍ରଦର୍ଶନ କରିଥିଲେ। ସେମାନଙ୍କର ସୁନ୍ଦର ପ୍ରଦର୍ଶନ ଛାତ୍ରୀ ମାନଙ୍କ ଭିତରେ ବହୁତ ପ୍ରଶଂସା ଅର୍ଜନ କରିଥିଲା। କାର୍ଯ୍ୟକ୍ରମରେ ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଉପସ୍ଥିତ ଥିଲେ । ଅଧ୍ୟକ୍ଷ ଡ. ଲଳିତ ରଂଜନ ସାହୁ ଲୋକ କଳାର ଗୁରୁତ୍ୱ ବିଷୟରେ ମତ ରଖିଥିଲେ ଓ ଯୁବପିଢ଼ୀଙ୍କୁ ଏହି କଳାକୁ ଆଗକୁ ନେବା ପାଇଁ ପ୍ରେରଣା ଦେଇଥିଲେ। ଶେଷରେ, କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିବା ରାଜ୍ୟସ୍ତରୀୟ ଝୁମର କଣ୍ଠଶିଳ୍ପୀ ଛାତ୍ରୀ ମାନସୀ ମହାନ୍ତ, ଓଡ଼ିଶୀ ନୃତ୍ୟ ଶିଳ୍ପୀ ଛାତ୍ରୀ ପୂଜାରାଣୀ ଦାସ ସମେତ ସମସ୍ତ ଅଂଶଗ୍ରହଣକାରୀ ଛାତ୍ରୀମାନଙ୍କୁ ପ୍ରମାଣପତ୍ର ଦେଇ ସମ୍ମାନିତ କରାଯାଇଥିଲା ।

ଡମ୍ବରୁଧର ମହାନ୍ତ ଙ୍କ ରିପୋର୍ଟ।

23
652 views

Comment