ଚମ୍ପୁଆ ବ୍ଲକ କାର୍ଯ୍ୟାଳୟ ପରିସରରେ "ଲୋକ କଳା ପାଇଁ ଦିନ ଟିଏ"
ସମ୍ବଲପୁରୀ ନୃତ୍ୟ ଓ ବୀଣାପାଣି ଙ୍କ ପାଲା ପରିବେଷଣ।
ଚମ୍ପୁଆ ବ୍ଲକ କାର୍ଯ୍ୟାଳୟ ପରିସରରେ "ଲୋକ କଳା ପାଇଁ ଦିନ ଟିଏ"
ସମ୍ବଲପୁରୀ ନୃତ୍ୟ ଓ ବୀଣାପାଣି ଙ୍କ ପାଲା ପରିବେଷଣ
ଚମ୍ପୁଆ -୧୦/୦୪(ଖଣ୍ଡାଧାର ନିଉଜ) ଚମ୍ପୁଆ ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରରେ ଶୁକ୍ରବାର ଓଡିଶା ସରକାର ଙ୍କ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ସହଯୋଗ ରେ ଓ ବ୍ଲକ ପ୍ରଶାସନ ଆନୁକୂଲ୍ୟରେ ଓଡ଼ିଆ ପକ୍ଷ ର ୧୦ମ ଦିନରେ "ଲୋକ କଳା ପାଇଁ ଦିନ ଟିଏ " କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l
ଏଥିରେ ମୁଖ୍ୟ ଅତିଥିଭାବେ ପାଟଣା ବିଧାୟକ ଙ୍କ ଚମ୍ପୁଆ ବ୍ଲକ ପ୍ରତିନିଧି କବି, ପ୍ରବଚକ ଭାବଗ୍ରାହୀ ମହାନ୍ତ, ସମ୍ମାନିତ ଅତିଥି ଭାବେ ଚମ୍ପୁଆ ବ୍ଲକ ଅଧ୍ୟକ୍ଷ ସୁରେଶ ଚନ୍ଦ୍ର ନାୟକ,ଚମ୍ପୁଆ ଗୋଷ୍ଟୀ ଉନ୍ନୟନ ଅଧିକାରୀ ସ୍ମୃତି ରଞ୍ଜନ ସାହୁ, ଅତିରିକ୍ତ ଗୋଷ୍ଟୀ ଉନ୍ନୟନ ଅଧିକାରୀ ଚୁନୁ ହାଁସଦା ପ୍ରମୁଖ ଯୋଗଦେଇ କେନ୍ଦୁଝର ର ରାଷ୍ଟ୍ରଦେବୀ ମା ' ତାରିଣୀ ଙ୍କ ଫଟୋ ଚିତ୍ରରେ ମାଲ୍ୟାର୍ପଣ, ଧୂପ, ପ୍ରଦୀପ ପ୍ରଯ୍ୟଳନ କରି କାର୍ଯ୍ୟକ୍ରମ ର ଶୁଭlରମ୍ଭ କରିଥିଲେ l ପ୍ରଥମେ ପାଞ୍ଚପୋଖରୀଆ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ଛାତ୍ରୀମାନେ ସମ୍ବଲପୁରୀ ନୃତ୍ୟ ପରିବେଷଣ କରିଥିବା ବେଳେ ପାଲା ଗାୟିକା ସୁଶ୍ରୀ ବୀଣାପାଣି ମହାରଣା ଓ ତାଙ୍କ ସାଥୀ କଳାକାର ଙ୍କ ଦ୍ଵାରା ଭାଷା, ସଂସ୍କୃତି ଉପରେ ସଚେତନତା ମୂଳକ ପାଲା ପରିବେଷଣ କରିଥିଲେ l ଏହି ଅବସରରେ ବିଦ୍ୟାଳୟ ର ଛାତ୍ର, ଛାତ୍ରୀ ଙ୍କ ସହିତ ବରିଷ୍ଠ ପାଲା ଗାୟକ ଉପେନ୍ଦ୍ର ନାଥ ନାୟକ, ସୁରଥ ଗିରି ଏବଂ କଳାକାର ବୁଲୁ ଆରୁଖ, ବାଜି ରାଉତ ବାରିକ, ବିଭୁତି ମହାରଣା, ପୂଜାରାଣୀ ଲୋହାର ଙ୍କୁ ସାଟିପିକେଟ, ଉତ୍ତରୀୟ ଦେଇ ସମ୍ମାନିତ କରି ସମର୍ଦ୍ଧିତ କରିଥିଲେ l କାର୍ଯ୍ୟକ୍ରମକୁ ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ଶ୍ରାବଣୀ ଜେନା ସଂଯୋଜନା କରି ପରିଚାଳନା କରିଥିଲେ l କାର୍ଯ୍ୟକ୍ରମ ରେ ବ୍ଲକ କାର୍ଯ୍ୟାଳୟ କର୍ମଚାରୀ, କଳାକାର, ଅଞ୍ଚଳର ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ ଉପସ୍ଥିତ ରହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ l
ଡମ୍ବରୁଧର ମହାନ୍ତ ଙ୍କ ରିପୋର୍ଟ।