କୁଆପଥର ମାଡ଼ରେ ପନିପରିବା ଓ ଧାନ ଚାଷ ବ୍ୟାପକ କ୍ଷତି।
କୁଆପଥର ମାଡ଼ରେ ପନିପରିବା ଓ ଧାନ ଚାଷ ବ୍ୟାପକ କ୍ଷତି।
ପାଟଣା-୧୦/୦୪, ଗତ ମଙ୍ଗଳବାର ଦିନ ପାଟଣା ଓ ସାହାରପଡା ବ୍ଲକ ଅଞ୍ଚଳରେ କାଳବୈଶାଖୀ ଝଡ଼ ସହ କୁଆପଥର ମାଡ଼ ଯୋଗୁଁ ତରଭୁଜ ଚାଷ , ପନିପରିବା ଓ ଧାନ ଚାଷ ବ୍ୟାପକ କ୍ଷୟକ୍ଷତି ହୋଇଛି। ଚାଷୀ ମାନେ ଲୋନ ଓ ଧାରକରଜ କରି ଚାଷ କରିଥିଲେ।ଭଲ ଫଳ ମଧ୍ୟ ହୋଇଥିଲା।ଅମଳ ପରେ ବିକ୍ରୀ କରି ଧାର କରଜ ସୁଝିବା ପରେ ବଳକା ରୋଜଗାର ନିଜ ପରିବାର ପାଇଁ ରଖିବା ଚିନ୍ତା କରି ଖୁସିରେ ଥିଲେ।ହେଲେ ଏହି କାଳବୈଶାଖୀ ସବୁ ସ୍ୱପ୍ନ ଚୁରମାର କରିଦେଲା। ତରଭୁଜ, କଲରା, ବାଇଗଣ, କୋବି, ମକା, କାକୁଡି, ସହ ଖରାଟିଆ ଧାନ ଚାଷ ସବୁ କୁଆପଥର ମାଡରେ ନଷ୍ଟ ହୋଇଗଲା। ଏବେ କଣ କରିବେ ଚାଷୀ ଚିନ୍ତାରେ ଅଛନ୍ତି।8 ଟି ପଞ୍ଚାୟତ ର 42 ଟି ଗ୍ରାମର ପାଖାପାଖି 1 ଶହରୁ ଉର୍ଦ୍ଧ୍ବ ଚାଷୀଙ୍କ ଧାନ ଚାଷ ନଷ୍ଟ ହୋଇଥିବା ବେଳେ ଅନେକ ପରିବା ଚାଷୀ ଙ୍କ ବିଭିନ୍ନ ପରିବା ସମ୍ପୂର୍ଣ୍ଣ କ୍ଷତି ହୋଇଥିବା ସୂଚନା ମିଳିଛି।
ଖଣ୍ଡାଧାର ନିଉଜ- ସାମ୍ବାଦିକ ବିଜୟ ରତ୍ନ ପତିଙ୍କ ରିପୋର୍ଟ।