ବେଲବାହାଳୀରେ ବିଶୁଦ୍ଧ ପାନୀୟ ଜଳ ପ୍ରକଳ୍ପ ଉଦ୍ଘାଟନ।
ବେଲବାହାଳୀରେ ବିଶୁଦ୍ଧ ପାନୀୟ ଜଳ ପ୍ରକଳ୍ପ ଉଦ୍ଘାଟନ।
ଆନନ୍ଦପୁର:୧୦।୦୪, କେନ୍ଦୁଝର ଜିଲ୍ଲା ଆନନ୍ଦପୁର ବ୍ଲକ ଅନ୍ତର୍ଗତ ବେଲବାହାଳୀ ଗ୍ରାମରେ ସ୍ଥାନୀୟ ଲୋକଙ୍କ ପାଇଁ ଏକ ପାନୀୟ ଜଳ ସୁବିଧା ସୃଷ୍ଟି ହୋଇଛି। ବେଲବାହାଳୀ ବସ୍ ଷ୍ଟାଣ୍ଡ ସମ୍ମୁଖରେ ବିଶୁଦ୍ଧ ପାନୀୟ ଜଳ ପ୍ରକଳ୍ପର ଉଦ୍ଘାଟନ ହୋଇଛି। ଏହି ପ୍ରକଳ୍ପଟି ସ୍ଥାନୀୟ ସରପଞ୍ଚ ଦୀପ୍ତି ସାହୁଙ୍କ ସହଯୋଗ ଓ ପ୍ରଚେଷ୍ଟାରେ ସମ୍ପନ୍ନ ହୋଇଥିବା ବେଳେ, ସେ ନିଜେ ଫିତା କାଟି ଏହାର ଶୁଭ ଉଦ୍ଘାଟନ କରିଥିଲେ। ଏହି ଅବସରରେ ଅଞ୍ଚଳର ମାନ୍ୟଗଣ୍ୟ ବ୍ୟକ୍ତି, ସ୍ଥାନୀୟ ବାସିନ୍ଦା ଓ ପଞ୍ଚାୟତ ସଦସ୍ୟମାନେ ଉପସ୍ଥିତ ଥିଲେ। ଗ୍ରାମବାସୀମାନେ ଦୀର୍ଘଦିନ ଧରି ଶୁଦ୍ଧ ପାନୀୟ ଜଳ ସମସ୍ୟାରେ ପୀଡ଼ିତ ହୋଇଥିବା ବେଳେ, ଏହି ପ୍ରକଳ୍ପ ଆରମ୍ଭ ହେବାରୁ ସେମାନଙ୍କୁ ପାନୀୟ ଜଳ ସୁବିଧା ମିଳିବ ବୋଲି ଆଶା ପ୍ରକାଶ ପାଇଛି। ସରପଞ୍ଚ ଦୀପ୍ତି ସାହୁ କହିଥିଲେ ଯେ, ଗ୍ରାମବାସୀଙ୍କୁ ମୌଳିକ ସୁବିଧା ଯୋଗାଇବା ତାଙ୍କର ପ୍ରଥମ ପ୍ରାଥମିକତା ଏବଂ ଆଗାମୀ ଦିନରେ ମଧ୍ୟ ଏଭଳି ବିକାଶମୂଳକ କାମ ଜାରି ରହିବ। ଏହି ପାନୀୟ ଜଳ ବ୍ୟବସ୍ଥା ଚାଲୁ ହେବା ପରେ ବେଲବାହାଳୀ ଓ ପାଖପାଖି ଅଞ୍ଚଳର ଲୋକମାନେ ସହଜରେ ଶୁଦ୍ଧ ପାଣି ପାଇପାରିବେ, ଯାହା ସ୍ୱାସ୍ଥ୍ୟ ସୁରକ୍ଷାରେ ମଧ୍ୟ ଉପକାରୀ ସାବ୍ଯସ୍ତ ହେବ। ଉଦ୍ଧବ ଓଝା, ନରହରି ସାହୁ, ବୀରକିଶୋର ସାହୁ, ଶଙ୍କର୍ଷଣ ସାହୁ, ଆଲୋକ ଦେହୁରୀ, ମୁଳିଆ ଦେହୁରୀ, ବନମାଳୀ ସାହୁ, ଆତୁଳ ସାହୁ, ବିରଞ୍ଚି ବେହେରା, ଦୁଃଖିଆ ସେଠୀ, ଅନିଲ କୁମାର ସାହୁ, ଚିଣ୍ଟୁ ସାହୁ, ବାପୁନ୍ ନାହାକ, ବାବାଜୀ ନାହାକ, ଚଗୁଲୁ ନାହାକ, ସୁନାମ ସାହୁ ପ୍ରମୁଖ ଉପସ୍ଥିତ ରହିଥିଲେ।
ଖଣ୍ଡାଧାର ନିଉଜ- ବିଜୟ ଜେନାଙ୍କ ରିପୋର୍ଟ।