ଭଏସ ଅଫ ମିଡ଼ିଆ ତରଫରୁ ଜିଲ୍ଲାସ୍ତରୀୟ ସାଙ୍ଗଠନିକ ବୈଠକ ଅନୁଷ୍ଠିତ।
ଭଏସ ଅଫ ମିଡ଼ିଆ ତରଫରୁ ଜିଲ୍ଲାସ୍ତରୀୟ ସାଙ୍ଗଠନିକ ବୈଠକ ଅନୁଷ୍ଠିତ।
କେନ୍ଦୁଝର:୧୦/୦୪, କେନ୍ଦୁଝର ସହର ନିକଟସ୍ଥ ସ୍ଥାନୀୟ ରୋଟାରୀ ଭବନ ଠାରେ ଭଏସ ଅଫ ମିଡ଼ିଆ ତରଫରୁ ଏକ ଜିଲ୍ଲାସ୍ତରୀୟ ସାଙ୍ଗଠନିକ ବୈଠକ ଅନୁଷ୍ଠିତ ହୋଇଯାଇଛି l ଏହି ବୈଠକରେ ସର୍ବପ୍ରଥମେ କେନ୍ଦୁଝରର ଆରାଧ୍ୟା ଦେବୀ ମା' ତାରିଣୀଙ୍କ ଫୋଟ ଚିତ୍ରରେ ପ୍ରଦୀପ ପ୍ରଜ୍ୱଳନ କରି ସଭାକାର୍ଯ୍ୟା ଆରମ୍ଭ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭଏସ ଅଫ ମିଡ଼ିଆର ରାଜ୍ୟସଭାପତି ଡକ୍ଟର ପ୍ରଭାତ କୁମାର ମିଶ୍ର ଯୋଗଦେଇ ଭଏସ ଅଫ ମିଡ଼ିଆ ହେଉଛି, ଏକ ଅନ୍ତର୍ଜାତୀୟ ସଂଗଠନ ଏବଂ ଗଣମାଧ୍ୟମ ପ୍ରତିନିଧି ମାନଙ୍କର ସ୍ୱାର୍ଥ, ହକ, ନ୍ୟାର୍ଯ୍ୟ ଦାବୀ ନେଇ ଏହି ସଂଗଠନ ସଦାସର୍ବଦା କାର୍ଯ୍ୟ କରିଥାଏ ବୋଲି କହିବା ସହ ସାମ୍ବାଦିକମାନଙ୍କୁ ଏବଂ ତାଙ୍କ ପରିବାରବର୍ଗଙ୍କୁ ଭଏସ ଅଫ ମିଡ଼ିଆ ତରଫରୁ ପ୍ରଦାନ କରାଯାଉଥିବା ସ୍ଵାସ୍ଥ୍ୟ ବୀମା, ଗୃହ ଋଣ ଏବଂ ଶିକ୍ଷା ନିମନ୍ତେ ଋଣ ସମ୍ପର୍କରେ ବିସ୍ତୃତ ଭାବରେ ଆଲୋକପାତ କରିଥିଲେ। ଏହି ସଭାରେ ଜିଲ୍ଲା ସଂଗଠନର ସଭାପତି ଶ୍ରୀଯୁକ୍ତ ସୁଢଳ କୁମାର ସେଠୀ ସ୍ୱାଗତ ବକ୍ତବ୍ୟ ପ୍ରଦାନ କରିଥିଲେ। ଜିଲ୍ଲା ସାଧାରଣ ସମ୍ପାଦକ ଶଶିଭୂଷଣ ସିଂହ ଏବଂ ଉପଦେଷ୍ଟା ସଞ୍ଜୟ କୁମାର ପଣ୍ଡା ମଂଚାସୀନ ଥିଲେ। ଏହି କାର୍ଯ୍ୟକ୍ରମରେ ଉପଖଣ୍ଡସ୍ତରୀୟ ସୂଚନା ଲୋକସମ୍ପର୍କ ଅଧିକାରିଣୀ ଜ୍ୟୋତିର୍ମୟୀ ନାଏକ ଉପସ୍ଥିତ ରହିଥିଲେ l ଭଏସ ଅଫ ମିଡ଼ିଆ ତରଫରୁ ଯେଉଁ ସାମ୍ବାଦିକ ବୃନ୍ଦଙ୍କର ନାମ ପଞ୍ଜିକୃତ ହେଇଛି, ସେମାନଙ୍କୁ ରାଜ୍ୟମୁଖ୍ୟ ଡକ୍ଟର ମିଶ୍ର କାର୍ଡ ଦେବା ସହ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରିଥିଲେ। ଜିଲ୍ଲାର ବିଭିନ୍ନ ଅଞ୍ଚଳର ବହୁ ଗଣମାଧ୍ୟମର ପ୍ରତିନିଧିମାନେ ଏହି ବୈଠକରେ ଉପସ୍ଥିତ ଥିଲେ। ସାମ୍ବାଦିକ ସତ୍ୟଜିତ ମିଶ୍ର କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ।
ଖଣ୍ଡାଧାର ନିଉଜ- ସାମ୍ବାଦିକ ସତ୍ୟଜିତ ମିଶ୍ରଙ୍କ ରିପୋର୍ଟ; ସୌଜନ୍ୟ: ପୁରୁଷୋତ୍ତମ ପାତ୍ର, କେନ୍ଦୁଝର।