logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ବରଗଡର ପୂର୍ବତନ ବିଧାୟକ ଘରବାହୁଡା ଆଜି କଂଗ୍ରେସକୁ ଫେରୁଛନ୍ତି

ବରଗଡର ପୂର୍ବତନ ବିଧାୟକ ସାଧୁ ନେପାକ ବିଜେଡି ଦଳ ଛାଡି କଂଗ୍ରେସକୁ ପ୍ରତ୍ଯାବର୍ତ୍ତନ କରୁଛନ୍ତି। ୨୦୦୯ରୁ ୨୦୧୪ ପର୍ଯ୍ୟନ୍ତ ବରଗଡ ସଦର ଆସନରୁ କଂଗ୍ରେସ ଦଳରୁ ବିଧାୟକ ହୋଇଥିବା ଶ୍ରୀ ନେପାକ ଦଳଛାଡି ପୂର୍ବରୁ ବିଜେଡିରେ ଯୋଗଦେଇଥିଲେ । ତେବେ ସେ ପିସିସି ସଭାପତି ଭକ୍ତ ଚରଣ ଦାସଙ୍କ ନେତୃତ୍ୱରେ ୧୧ ତାରିଖ ପୂର୍ବାହ୍ନ ୧୧ ଘଣ୍ଟା ସମୟରେ ଭୁବନେଶ୍ବର ସ୍ଥିତ କଂଗ୍ରେସ ଭବନରେ ଶତାଧିକ ସମର୍ଥକଙ୍କ ସହ ଯୋଗଦେବେ ବୋଲି ପିସିସି ପକ୍ଷରୁ ସୂଚନା ଦିଆଯାଇଛି।
ଶ୍ରୀ ନେପାକଙ୍କ ସହ ବରଗଡ ଜିଲ୍ଲାର ପୂର୍ବତନ କଂଗ୍ରେସ ଜିଲ୍ଲା ସଭାପତି ଅନନ୍ତ ଶୟନ ପାଢୀଙ୍କ ସମେତ ଜିଲ୍ଲାର ଶତାଧିକ ବରିଷ୍ଠ ନେତା ଓ କର୍ମୀ ମିଶ୍ରଣ ପର୍ବରେ ଉପସ୍ଥିତ ରହିବେ। ପିସିସି ସଭାପତି ଭକ୍ତ ଚରଣ ଦାସ, ପୂର୍ବତନ ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କ ସମେତ ଉକ୍ତ କାର୍ଯ୍ୟକ୍ରମରେ ପିସିସିର କର୍ମକର୍ତ୍ତାମାନେ ଉପସ୍ଥିତ ରହିବେ ବୋଲି ବରଗଡ ଡିସିସି
ପକ୍ଷରୁ ସଭାପତି ହରଦୀପ୍ ସିଂହ ଓ ବରିଷ୍ଠ ଉପ-ସଭାପତି ପ୍ରତାପ ନାୟକ ସୂଚନା ଦେଇଛନ୍ତି ।

23
878 views

Comment