logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ମଲ୍ଲିପଶୀ ଠାରେ ଘୂର୍ଣ୍ଣିଝଡ଼ ସହିତ କୁଆପଥର ବୃଷ୍ଟି, କ୍ଷତିପୂରଣ ଦାବିରେ ରାଜପଥ ଅବରୋଧ।

ମଲ୍ଲିପଶୀ ଠାରେ ଘୂର୍ଣ୍ଣିଝଡ଼ ସହିତ କୁଆପଥର ବୃଷ୍ଟି, କ୍ଷତିପୂରଣ ଦାବିରେ ରାଜପଥ ଅବରୋଧ।

କେନ୍ଦୁଝର,ତା୭/୩- କେନ୍ଦୁଝର ଜିଲ୍ଲା ସ୍ଵାମପାଟଣା ବ୍ଲକର ମୂଷାଖୋରୀ ପଞ୍ଚାୟତ ଅନ୍ତର୍ଗତ ଗ୍ରାମ ଗୁଡିକରେ ଘୂର୍ଣ୍ଣିଝଡ଼ ଓ କୁଆପଥର ବୃଷ୍ଟି ଯୋଗୁଁ ଅନେକ ଲୋକଙ୍କର କ୍ଷୟକ୍ଷତି ହୋଇଛି। ଆଜି ଠିକ୍ ଦିନ ୨ଟା ବେଳେ ପବନ ବର୍ଷା ସହିତ କୁଆପଥର ବୃଷ୍ଟିପାତ ହୋଇଥିଲା। ଉକ୍ତ ପଞ୍ଚାୟତ ଅନ୍ତର୍ଗତ ଭୂମିଜସାହି,କୁସୁନପୂର,ମହାନ୍ତସାହି,ମଲ୍ଲିପଶି, ଭାଲୁଘର,ମୁସାନାଳି,ରଥପଡା,ବୁଢ଼ାଟାଗଂର ଆଦି ଗ୍ରାମର ଲୋକମାନଙ୍କ ଘରର ଚାଳ, ଛପର ,ଟାଇଲ୍, ଆଜବେଷ୍ଟସ୍, ଉଡେଇ ନେଇଯାଇଛି। ଅନେକ ଲୋକ ବେସାହାରା ହୋଇଯାଇଛନ୍ତି।ଖାଦ୍ୟ ପଦାର୍ଥ ସବୁ ନଷ୍ଟଭ୍ରଷ୍ଟ ହୋଇଯାଇଛି। ତେଣୁ ଲୋକମାନେ ୨୨୦ ନମ୍ବର ଜାତୀୟ ରାଜପଥ ଉପରେ ରାସ୍ତାରୋକ କରିଛନ୍ତି।ଶହଶହ ପୁରୁଷ ମହିଳା ରାଜପଥ ଉପରେ କ୍ଷତିପୂରଣ ଦାବିକରି ରାଜପଥ ଅବରୋଧ କରିଛନ୍ତି। ସ୍ଥାନୀୟ ସରପଞ୍ଚ ଭାମାମଣି ଦାସ ଲୋକମାନଙ୍କ ପାଖରେ ପହଞ୍ଚି ତାଙ୍କୁ ଆଶ୍ୱାସନା ଦେବା ସହିତ କ୍ଷୟକ୍ଷତି ଉପରେ ତର୍ଜମା କରୁଛନ୍ତି। ଜାତୀୟ ରାଜପଥ ଉପରେ ଉଭୟ ପାର୍ଶ୍ଵରେ ଶହ ଶହ ଯାନବାହାନ ଛିଡାହୋଇଛି। ଲୋକମାନେ ଉତ୍ତ୍ୟକ୍ତ ହେବାରୁ ଖବରପାଇ ବିଧାୟକଙ୍କ ପ୍ରତିନିଧି କମଳାକାନ୍ତ ଦାସ, ଥାନା ଅଧିକାରୀ କିରଣ ପ୍ରସାଦ ସାହୁ, ତହସିଲଦାର ଅଶ୍ୱିନ କୁମାର ନାୟକ, ବିଡିଓ ମାନସ କୁମାର ଦଣ୍ଡପାଟ,ସମାଜସେବୀ ବିଶ୍ୱନାଥ ନାୟକ ଆସି ଲୋକ ମାନଙ୍କୁ ବୁଝାଇଥିଲେ। ଶେଷରେ ତହସିଲଦାର ତଦନ୍ତ କରି ସଠିକ ଲୋକଙ୍କୁ କ୍ଷତିପୂରଣ ଦେବାକୁ ପ୍ରତିଶ୍ରୁତି ଦେଇଥିଲେ।ସଙ୍ଗେ ସଙ୍ଗେ ଏକ ତଦନ୍ତ ଟିମ୍ ବୁଲିବୁଲି କ୍ଷୟକ୍ଷତି ଉପରେ ତଦନ୍ତ ଆରମ୍ଭ କରିଥିଲେ। କିଛିଲୋକ ଉତ୍ତ୍ୟକ୍ତ ହୋଇ ଏକ ଅପ୍ରୀତିକର ପରିସ୍ଥିତି ସୃଷ୍ଟି କରୁଥିଲେ। ତେବେ ଆଜିର ଘୂର୍ଣ୍ଣିଝଡ଼ ଓ କୁଆପଥର ବୃଷ୍ଟି ଯୋଗୁଁ ମଲ୍ଲିପଶି ଅଞ୍ଚଳର ଲୋକମାନଙ୍କ ମେରୁଦଣ୍ଡ ଭାଙ୍ଗିଯାଉଛି। ଅନେକ ଲୋକ ବେସାହାରା ହୋଇଛନ୍ତି ତାଙ୍କୁ ସାହାରା ଯୋଗାଇଦେବାକୁ ସ୍ଥାନୀୟ ବୁଦ୍ଧିଜୀବୀ, ସମାଜସେବୀ ମାନେ ପ୍ରଶାସନ ନିକଟରେ ଦାବି କରିଛନ୍ତି।

ଖଣ୍ଡାଧାର ନିଉଜ- ବରିଷ୍ଠ ସାମ୍ବାଦିକ ଦିଲ୍ଲିପ କୁମାର ସାହୁଙ୍କ ରିପୋର୍ଟ।

17
1127 views

Comment