logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

କୁଆପଥର ମାଡରେ ବ୍ୟାପକ କ୍ଷୟକ୍ଷତି, ତହସିଲ ଘେରିଲେ କ୍ଷତିଗ୍ରସ୍ତ।

କୁଆପଥର ମାଡରେ ବ୍ୟାପକ କ୍ଷୟକ୍ଷତି, ତହସିଲ ଘେରିଲେ କ୍ଷତିଗ୍ରସ୍ତ।


ପାଟଣା-୦୭/୦୪, ଆଜି ଅପରାହ୍ନ ରେ ହଠାତ କାଳବୈଶାଖୀରେ କୁଆପଥର ବର୍ଷା ଯୋଗୁଁ ପାଟଣା ସାହାରପଡା ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତିଘଟିଛି।ଆଜି ପାଟଣା ଓ ସାହାରପଡା ବ୍ଲକର 6 ରୁ 7 ଟି ପଞ୍ଚାୟତ ଇଲାକାରେ ବ୍ୟାପକ ବର୍ଷା ପବନ ଓ କୁଆପଥର ମାଡ ହୋଇଥିଲା। ଦିନ ଗୋଟାଏ ପରେ ପରେ ପାଟଣା ବ୍ଲକର ବିଭିନ୍ନ ପଞ୍ଚାୟତ ରେ ବର୍ଷା ଓ କୁଆପଥର ମାଡ଼ ବ୍ୟାପକ କ୍ଷୟକ୍ଷତି ଘଟାଇଛି।ପାଟଣା, ଏରେଣ୍ଡେଇ, ମୁଷାଖରୀ, ଡୁମୁରିଆ, ମିରିଗିଖୋଜି, ସାରାସକୋଲା ପଞ୍ଚାୟତ ଅଞ୍ଚଳରେ ଶହ ଶହ ଖପର ଘର,ଟାଇଲ ଓ ଆଜବେଷ୍ଟ ,ଟିଣ ଛପର ଘର କୁଆପଥର ମାଡରେ ଭାଙ୍ଗି ରୁଜି ଯିବା ସହିତ ଯିବା ସହ ଘର କଣା କରି ଦେବାରୁ ଆସବାବପତ୍ର, ଧାନଚାଉଳ ମଧ୍ୟ ନଷ୍ଟ ହୋଇଯାଇଛି।500 ଗ୍ରାମ ରୁ 1 କେଜି ଓଜନ ର କୁଆପଥର ପଡିବାରୁ ଅନେକ ବାଇକ କାର ସ୍କୁଟିର କାଚ ଡିକି ଆଦି ଭାଙ୍ଗି ଯିବା ସହ ଘରେ ଲଗାଇଥିବା ସୋଲାର ପ୍ଲେଟ ମଧ୍ୟ କଣା ହୋଇ ନଷ୍ଟ ହୋଇ ଯାଇଛି।କୁଆପଥର ମାଡରେ ଚାଷୀ ମାନଙ୍କ ବାଇଗଣ, ତରଭୁଜ,ଜହ୍ନି,ଆଦି ପନିପରିବା ଚାଷ ଉଜୁଡି ଯାଇଛି।ରାସ୍ତାରେ ଯାଇଉଥିବା ବାଟୋଇ ବାଇକ ରାସ୍ତାରେ ଛାଡି ସୁରକ୍ଷିତ ସ୍ଥାନକୁ ଯାଇ ପ୍ରାଣ ରକ୍ଷା କରିଛନ୍ତି।ପାଟଣା ବ୍ଲକ ମୁଖ୍ୟାଳୟ ବଡ଼ପାଟଣା ପଞ୍ଚାୟତ ସ୍ୱାମ ସାଶନ ,ନାଏକ ସାହି,ମୁଣ୍ଡାସାହି,ଗୁଳୁଦିପଶି ସଂରାପଶି, ସହ ପାଟଣା ବଜାର ଅଞ୍ଚଳର ସମସ୍ତ ଗ୍ରାମରେ ଏକ ପ୍ରକାର କକୁଆ ଭୟ ସୃଷ୍ଟି ହୋଇଥିଲା।ଏହା ଛଡ଼ା ଏରେଣ୍ଡେଇ କୁଆପଶି ,ମଙ୍ଗଳପୁର,ଡିଆନାଳୀ ,ଭାଲୁଘର,ମଲ୍ଲୀପଶି,ନୂଆଗାଁ, ଆଦି ଅନେକ ଗ୍ରାମରେ କୁଆପଥର ମାଡରେ ବହୁ ଘର ଭାଙ୍ଗି ଯାଇଛି।ଘର ସଙ୍ଗେ ସଙ୍ଗେ ମରାମତି ସମ୍ଭବ ନଥିବାରୁ ତତ୍କାଳ ପଲିଥିନ ଓ କ୍ଷତିପୂରଣ ଦାବିରେ ଶହ ଶହ ଲୋକେ ପାଟଣା ତହସିଲ ଘେରି ଥିବାବେଳେ ଜଣେ ତହସିଲ କର୍ମଚାରୀ ରମାରମଣ ସେଠୀ ସେମାନଙ୍କୁ ଦୁର୍ବ୍ୟବହାର କରିବାରୁ ଏଠାରେ ଉତ୍ତେଜନା ପ୍ରକାଶ ପାଇଥିଲା।ତହସିଲଦାର ଆଶ୍ୱିନୀ କୁମାର ନାଏକ ଙ୍କ ହସ୍ତକ୍ଷେପ ପରେ ଏହା ସମାଧାନ ହୋଇଥିଲା।ସମସ୍ତ ଲୋକଙ୍କୁ ପଲଥିନ ଯୋଗାଇ ବା ସମ୍ଭବ ନଥିବାରୁ ତହସିଲ ପ୍ରଶାସନ କୁ 5 ଶହ ପାକେଟ ପଲଥିନ ବିଡା ଯୋଗାଇ ଦେବାକୁ ଚିଠି କରା ଯାଇଥିବା ସୂଚନା ମିଳିଛି।କାଳବୈଶାଖୀ ର କ୍ଷୟକ୍ଷତି ଖୁବଶୀଘ୍ର ଆକଳନ କରାଯିବ ବୋଲି ତହସିଲଦାର ସୂଚନା ଦେଇଛନ୍ତି।

ଖଣ୍ଡାଧାର ନିଉଜ- ସାମ୍ବାଦିକ ବିଜୟ ରତ୍ନ ପତିଙ୍କ ରିପୋର୍ଟ।

19
825 views

Comment