ମେଡ଼ିକାଲ କଲେଜର ବିକାଶ ପାଇଁ କେନ୍ଦୁଝର ସିଟିଜେନ ଫୋରମ୍ ର ଦାବୀ।
ମେଡ଼ିକାଲ କଲେଜର ବିକାଶ ପାଇଁ କେନ୍ଦୁଝର ସିଟିଜେନ ଫୋରମ୍ ର ଦାବୀ।
**********
କେନ୍ଦୁଝର:୦୭/୦୪, ଆଜି କେନ୍ଦୁଝର ସିଟିଜେନ ଫୋରମ୍ ର ଏକ ଟିମ୍ ସଭାପତି ଡାକ୍ତର ଅରୁଣ କୁମାର ସାହୁ ଙ୍କ ନେତୃତ୍ବ ରେ ବରିଷ୍ଠ ସଦସ୍ୟ ଚକ୍ରଧର ସାହୁ,ଭରତ ଚନ୍ଦ୍ର ପାତ୍ର, ଇଂଜିନିୟର ରାଜୀବ କୁମାର ସାହୁ କେନ୍ଦୁଝର ମେଡିକାଲ କଲେଜ, ସୁପରିଟେଣ୍ଡେଟ୍ ପ୍ରଫେସର ଡଃ ମହେନ୍ଦ୍ର କୁମାର ନାୟକ ଙ୍କୁ ସାକ୍ଷାତ କରି ଦୀର୍ଘ ଆଲୋଚନା କରିଥିଲେ।
ଏହି ଅବସରରେ,
କେନ୍ଦୁଝର ମେଡିକାଲ କଲେଜ ର ଭିତିଭୂମି ର ବିକାଶ କୁ ତ୍ୱରାନ୍ୱିତ କରିବା, ଆଗାମୀ ଦିନରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ଦ୍ୱାରା ଡେଣ୍ଟାଲ,ଓ ନର୍ସିଂ କଲେଜ ର ଭିତ୍ତିପ୍ରସ୍ତର ସ୍ଥାପନ,, ଇଣ୍ଟିଗ୍ରେଟେଡ୍ ଲାଵୋରଟାରୀ ସ୍ଥାପନ,
ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ୟମରେ ବହୁ ପ୍ରତିକ୍ଷିତ ୧୫୦ବେଡ୍ ବିଶିଷ୍ଟ ଟ୍ରମା କେୟାର ସେଣ୍ଟର ପ୍ରତିଷ୍ଠା ,ନୂତନ ଭାବେ ଖୋଲିବାକୁ ଥିବା ଶିଶୁ ,ଓ ପ୍ରସୂତି ଵିଭାଗ ପାଇଁ ଅତି ଜରୁରୀ ଆବଶ୍ୟକ ସେଣ୍ଟ୍ରାଲ ଏ.ସି.ସ୍ଥାପନ ର ଅଗ୍ରଗତି,ବ୍ଲଡ଼ ବ୍ୟାଙ୍କ ଷ୍ଟୋରେଜ୍ ୟୁନିଟ, ଓ , ଆହାର କେନ୍ଦ୍ର ସ୍ଥାପନ, ଫାର୍ମାସି କଲେଜ,ଓ ପିଜି ଛାତ୍ରଙ୍କ ହଷ୍ଟେଲ ନିର୍ମାଣ ପାଇଁ ନୂତନ ଅଧିଗ୍ରହଣ ସଂପର୍କରେ ବିସ୍ତୃତ ଆଲୋଚନା କରାଯାଇଥିଲା।
ସୁପରିଟେଣ୍ଡେଟ୍ ଡଃ ମହେନ୍ଦ୍ର କୁମାର ନାୟକ ବିଭିନ୍ନ ପ୍ରୋଜେକ୍ଟ ର ସଂପୂର୍ଣ୍ଣ କରିବା ଦିଗରେ ନିଆଯାଇଥିବା ପଦକ୍ଷେପ ଓ ଅଗ୍ରଗତି ସମ୍ବନ୍ଧରେ ସିଟିଜେନ ଫୋରମ୍ କୁ ଅବଗତ କରାଇଥିଲେ।
ଖଣ୍ଡାଧାର ନିଉଜ ବ୍ୟୁରୋ।