logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ବରଗଡ଼ରେ ସେକ୍ସ ରେକେଟ୍

ବରଗଡ଼ ସହରରେ ଚାଲିଥିବା ଏକ ବେଆଇନ ଦେହବ୍ୟବସାୟର ପର୍ଦ୍ଦାଫାଶ କରିଛି ଟାଉନ୍ ଥାନା ପୋଲିସ। ଶ୍ରୀଧାମ ସୋସାଇଟି ନିକଟରେ ଥିବା ଏକ ଭଡ଼ା ଘରେ ଦୀର୍ଘ ଦିନରୁ ଚାଲିଥିବା ଏହି ସେକ୍ସ ରେକେଟ୍ ଉପରେ ଅତିରିକ୍ତ ଆଇଆଇସି (Addl. IIC) ଜି. ଜାକ୍ସାଙ୍କ ନେତୃତ୍ୱରେ ପୋଲିସ ଚଢ଼ଉ କରି ଦୁଇ ଜଣ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ଦୁଇ ଜଣ ଯୁବତୀଙ୍କୁ ଉଦ୍ଧାର କରିଛି।

ରବିନ୍ଦ୍ର ଓରଫ ରବିନ୍ଦର୍ ଜାଡେଜା ୪୦ ମୂଳ ନିବାସୀ ହରିୟାଣା ରାଜ୍ୟର ନୁହୁଁ ଜିଲ୍ଲା, ବର୍ତ୍ତମାନ ବରଗଡ଼ ଖଲିଆପାଲି ଅଞ୍ଚଳରେ ରହୁଥିଲେ।

ନନ୍ଦିତା ସିଂହ ୩୪ ବରଗଡ଼ ଡ୍ୟାମ୍ କଲୋନି ବାସିନ୍ଦା।

ଗୁପ୍ତ ସୂଚନା ଆଧାରରେ ପୋଲିସ ଜାଣିବାକୁ ପାଇଥିଲା ଯେ, ଶ୍ରୀଧାମ ସୋସାଇଟି ନିକଟସ୍ଥ ଏକ ଭଡ଼ା ଘରକୁ ବେଶ୍ୟାବୃତ୍ତି ପାଇଁ ବ୍ୟବହାର କରାଯାଉଛି। ଏହି ସୂଚନାକୁ ଭିତ୍ତି କରି ପୋଲିସ ଟିମ୍ ଅତର୍କିତ ଚଢ଼ଉ କରିଥିଲା। ଚଢ଼ଉ ସମୟରେ ଘର ଭିତରୁ ଆପତ୍ତିଜନକ ଅବସ୍ଥାରେ ଦୁଇ ଯୁବତୀଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଘଟଣାସ୍ଥଳରୁ ସଞ୍ଚାଳକ ରବିନ୍ଦ୍ର ଓ ନନ୍ଦିତାଙ୍କୁ କାବୁ କରାଯାଇଥିଲା।

ଚଢ଼ଉ ସମୟରେ ପୋଲିସ ଘଟଣାସ୍ଥଳରୁ ନିମ୍ନଲିଖିତ ସାମଗ୍ରୀ ଜବତ କରିଛି ନଗଦ ୭୧,୦୦୦ ଟଙ୍କା

୩ଟି ଭିଭୋ (Vivo) ମୋବାଇଲ୍ ଫୋନ୍

କଣ୍ଡୋମ ଓ କିଛି ଉତ୍ତେଜକ ଔଷଧ

ଏହି ମାମଲାରେ ବରଗଡ଼ ଟାଉନ୍ ଥାନାରେ କେସ୍ ନଂ ୨୦୧ ଅନୁଯାୟୀ, ପ୍ରେଭେନସନ ଅଫ୍ ଇମ୍ମୋରାଲ୍ ଟ୍ରାଫିକିଂ ଆକ୍ଟ' (PITA) ର ଧାରା ୩, ୪ ଓ ୭ ରେ ମାମଲା ରୁଜୁ ହୋଇଛି। ଗିରଫ ଦୁଇ ଅଭିଯୁକ୍ତଙ୍କୁ ଏପ୍ରିଲ ୭ ତାରିଖରେ କୋର୍ଟ ଚାଲାଣ କରାଯାଇଛି।

ଏହି ସେକ୍ସ ରେକେଟ୍ ପଛରେ ଅନ୍ୟ କାହାର ସଂପୃକ୍ତି ରହିଛି କି ନାହିଁ, ସେ ନେଇ ଏସଡିପିଓ (SDPO) ପଦାରବିନ୍ଦ ତ୍ରିପାଠୀଙ୍କ ତତ୍ତ୍ୱାବଧାନରେ ତଦନ୍ତ ଜାରି ରହିଛି ବୋଲି ସୂଚନା ମିଳିଛି।

2
631 views

Comment