logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

କେନ୍ଦୁଝର ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ଭାବେ ଦାୟିତ୍ୱ ଗ୍ରହଣ ନେଲେ ତେଲକୋଇ ବିଧାୟକ ଡ଼ଃ. ଫକୀର ମୋହନ ନାଏକ।

କେନ୍ଦୁଝର ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ଭାବେ ଦାୟିତ୍ୱ ଗ୍ରହଣ ନେଲେ ତେଲକୋଇ ବିଧାୟକ ଡ଼ଃ. ଫକୀର ମୋହନ ନାଏକ।

କେନ୍ଦୁଝର:୦୬.୦୪: ଓଡ଼ିଶା ସରକାରଙ୍କ ଯୋଜନା ଓ ସଂଯୋଜନ ବିଭାଗ ପକ୍ଷରୁ ଜାରି ହୋଇଥିବା ବିଧିବଦ୍ଧ ବିଜ୍ଞପ୍ତି ଅନୁଯାୟୀ, ତେଲକୋଇ ବିଧାୟକ ଡ଼ଃ. ଫକୀର ମୋହନ ନାଏକଙ୍କ କେନ୍ଦୁଝର ଜିଲ୍ଲା ଯୋଜନା କମିଟିର ଅଧ୍ୟକ୍ଷ ଭାବେ ଅନୁଷ୍ଠାନିକ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି । ୧୯୯୮ ମସିହାର ଓଡ଼ିଶା ଜିଲ୍ଲା ଯୋଜନା କମିଟି ଅଧିନିୟମ ଅନୁସାରେ ରାଜ୍ୟ ସରକାର ଏହି ଗୁରୁତ୍ୱପୂର୍ଣ୍ଣ ନିଯୁକ୍ତି ଦେଇଛନ୍ତି। ସୂଚନାଯୋଗ୍ୟ ଯେ, ଡାକ୍ତର ନାୟକ ଜଣେ ଉଚ୍ଚଶିକ୍ଷିତ ବ୍ୟକ୍ତିତ୍ୱ। ସେ ବ୍ରହ୍ମପୁର ମହାରାଜା କୃଷ୍ଣଚନ୍ଦ୍ର ଗଜପତି ମେଡିକାଲ୍ କଲେଜ ଏବଂ ହସ୍ପିଟାଲ ରୁ ଡାକ୍ତରୀ ଡିଗ୍ରୀ ହାସଲ କରିବା ପରେ ଦୀର୍ଘ ସମୟ ଧରି ଜନସାଧାରଣଙ୍କ ସେବାରେ ନିଜକୁ ନିୟୋଜିତ କରିଥିଲେ। ସେ ୨୦୨୪ ଓଡ଼ିଶା ବିଧାନସଭା ନିର୍ବାଚନରେ ​​ଜୟଲାଭ କରି ତେଲକୋଇ ନିର୍ବାଚନ ମଣ୍ଡଳୀର ବିଧାୟକ ଭାବେ କାର୍ଯ୍ୟ କରୁଛନ୍ତି। ଏହି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ପାଇବା ପରେ ଡାକ୍ତର ନାୟକ ଜିଲ୍ଲାବାସୀଙ୍କ ଉନ୍ନତି ପାଇଁ ନିଜକୁ ଉତ୍ସର୍ଗ କରିବେ ବୋଲି କହିଛନ୍ତି। ସେ କହିଛନ୍ତି ଯେ, କେନ୍ଦୁଝର ଜିଲ୍ଲାର ଉନ୍ନତି ପାଇଁ ସେ ଦୂରଦୃଷ୍ଟିସମ୍ପନ୍ନ କାର୍ଯ୍ୟଧାରା ଗ୍ରହଣ କରିବେ । ଜିଲ୍ଲାର ପ୍ରତ୍ୟେକ ବ୍ଲକ ଓ ପଞ୍ଚାୟତରେ ଚାଲିଥିବା ବିଭିନ୍ନ ସରକାରୀ ଯୋଜନାର ସଠିକ୍ ସମୀକ୍ଷା କରି ଏହାର ସୁଫଳ ଯେପରି ସାଧାରଣ ଲୋକଙ୍କ ପାଖରେ ପହଞ୍ଚିବ, ସେଥିପ୍ରତି ସେ ଧ୍ୟାନ ଦେବେ। ଜିଲ୍ଲାର ଶିକ୍ଷା, ସ୍ୱାସ୍ଥ୍ୟ ଏବଂ ଗମନାଗମନ ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବା ସହ ବିଶେଷ କରି ଖଣି ଅଞ୍ଚଳର ବିକାଶକୁ ପ୍ରାଥମିକତା ଦିଆଯିବ। ଲୋକଙ୍କ ସମସ୍ୟାକୁ ବୁଝି ସେଗୁଡ଼ିକର ସମାଧାନ ପାଇଁ ଏକ ସ୍ୱଚ୍ଛ ଓ ସୁସଂଗଠିତ ଯୋଜନା ପ୍ରସ୍ତୁତ କରାଯିବ। ନୂତନ ଅଧ୍ୟକ୍ଷ କାର୍ଯ୍ୟାଳୟରେ ପହଞ୍ଚିବା ପରେ ମୁଖ୍ୟ ଉନ୍ନୟନ ଅଧିକାରୀ ଶ୍ରୀ କୁମାର ନାଗଭୂଷଣ ଏବଂ ଉପ-ନିର୍ଦ୍ଦେଶକ ଯୋଜନା ଶ୍ରୀ ଗଜେନ୍ଦ୍ର କୁମାର ବେହେରା ତାଙ୍କୁ ସମ୍ବର୍ଦ୍ଧିତ କରି ଆଦରର ସହ ପାଛୋଟି ନେଇଥିଲେ ଜଣେ ଅଭିଜ୍ଞ ଜନପ୍ରତିନିଧି ଭାବେ ଡ଼ଃ.ନାଏକଙ୍କୁ ଏହି ଗୁରୁତ୍ୱପୂର୍ଣ୍ଣ ପଦବୀ ମିଳିଥିବାରୁ ଜିଲ୍ଲାର ବିଭିନ୍ନ ମହଲରେ ଶୁଭେଚ୍ଛାର ସୁଅ ଛୁଟିଛି । କେନ୍ଦୁଝରକୁ ଏକ ଆଦର୍ଶ ଜିଲ୍ଲା ଭାବେ ଗଢ଼ିତୋଳିବା ପାଇଁ ସେ ସମସ୍ତଙ୍କର ସହଯୋଗ କାମନା କରିଛନ୍ତି।

ଖଣ୍ଡାଧାର ନିଉଜ- ବରିଷ୍ଠ ସାମ୍ବାଦିକ ଦିଲ୍ଲିପ କୁମାର ସାହୁଙ୍କ ରିପୋର୍ଟ।

4
523 views

Comment