ଗୁଜୁରାଟ ରାଜ୍ଯର ସୁରଟ ସହର ସ୍ଥିତ ଠକ ଲୁଗା ବେପାରୀ ପ୍ରତି ସାବଧାନ!
ଗୁଜୁରାଟ ରାଜ୍ଯର ସୁରଟ ସହର ସ୍ଥିତ ଠକ ଲୁଗା ବେପାରୀ ପ୍ରତି ସାବଧାନ!
ଆପଣମାନେ ଏବିଷୟ ରେ ଜାଣି ଆଶ୍ଚର୍ଯ୍ୟ ଓ ଚକିତ ହେବା ସୁନିଶ୍ଚିତ। ବର୍ତ୍ତମାନ କେନ୍ଦ୍ର ସରକାର ତଥା ଏନଡିଏ ସରକାର ଶାସନ ସମୟରେ ବିଭିନ୍ନ ପ୍ରକାରର ଅନଲାଇନ୍ ଫ୍ରଡ୍, ବିଶ୍ବାସ ଘାତକ, ବିଭିନ୍ନ ପ୍ରକାରର ପ୍ରଲୋଭିତ କରି ଟଙ୍କା ନେଇଥିବା ଲୋକମାନେ ଧକ୍କା ଧାଡି କରୁଥିବା ସୂଚନା ପାଉଥିବେ। ଏହା ପଛରେ ରହିଥିବା ଗୁମର କଥା ଜାଣିବା ଉଚିତ୍। ନଚେତ୍ ଆଗକୁ ବାରମ୍ବାର ବିଭିନ୍ନ ପ୍ରକାରର ପ୍ରଲୋଭନ କରି ଲୋକଙ୍କ ଅର୍ଜିତ ଟଙ୍କା ଠକାମି କରୁଥିବା ଦୁର୍ବୁତ୍ତମାନେ ଲୁଟି ନେବାକୁ ପଛଘୁଞ୍ଚା ଦେବେ ନାହିଁ। ସରକାରଙ୍କ ତରଫରୁ ଲୋକଙ୍କୁ ପ୍ରଲୋଭନ ରେ ନପଡିବା ପାଇଁ ବିଭିନ୍ନ ପ୍ରକାରର ସଚେତନ ବାର୍ତ୍ତା, ସୂଚନା, ଖବର ବିଜ୍ଞାପନ ପ୍ରଚାର ପ୍ରସାରଣ କରୁଛନ୍ତି। କିନ୍ତୁ ଏହା ପଛରେ ଅର୍ଥାତ୍ ଲୋକଙ୍କୁ ପ୍ରଲୋଭିତ କରି ଧକ୍କା ଧାଡି କାର୍ଯ୍ୟ କରିବା ପାଇଁ ଶାସନାଧିନ ନେତା ମନ୍ତ୍ରୀ ମାନଙ୍କର ହିଁ ପ୍ରଚ୍ଛନ୍ନ ପ୍ରେରଣା ରହିଥିବା କଥା ଜାଣିବା ପାଇଁ ମିଳୁଅଛି। ଏଥିପାଇଁ ଜନସାଧାରଣ ସର୍ବଦା ସଚେତନ ରହିବା ନିତାନ୍ତ ଆବଶ୍ୟକତା ରହିଛି। ଯେକୌଣସି ବ୍ୟକ୍ତିବିଶେଷଙ୍କ ସହିତ ବ୍ୟବସାୟୀ ତଥା ଅନ୍ୟକିଛି କାରବାର କରିବା ପାଇଁ ଟଙ୍କା ଦେବାନେବା କରିବା ପୂର୍ବରୁ ସବିଶେଷ ତଥ୍ଯ ଜାଣିବା ଉଚିତ୍। ନଚେତ୍ ଥରେ ସେମାନଙ୍କୁ ଟଙ୍କା ଦେବାପରେ ସେହିସବୁ ଟଙ୍କା ପୁନର୍ବାର ଫେରିପାଇବାରେ ବହୁତ କଷ୍ଟକର ପରିସ୍ଥିତି ସୃଷ୍ଟି ହେବ। ନିମ୍ନରେ ଗୋଟିଏ ଉଦାହରଣ ସ୍ବରୂପ ବାସ୍ତବ ଘଟଣା ସମ୍ପର୍କରେ ବର୍ଣ୍ଣନା କରାଯାଇଛି। ସମସ୍ତଙ୍କୁ ବିନମ୍ର ଅନୁରୋଧ ଥରୁଟିଏ ନିଶ୍ଚିତ ଭାବରେ ପଢନ୍ତୁ, ସତ୍ୟତାକୁ ଜାଣନ୍ତୁ। ଠକାମି କରୁଥିବା ବେପାରୀ କୁ ମଧ୍ଯ ଚିହ୍ନିବା ପାଇଁ ନିମ୍ନରେ ଫୋଟ ପ୍ରକାଶ କରାଯାଇଛି।
ଗୁଜରାଟ ରାଜ୍ଯର ସୁରଟ ସହର ସ୍ଥିତ ଗୋଟିଏ ଠକାମି କରୁଥିବା ଲୁଗା ବ୍ୟବସାୟୀ ଭଗୀରଥ ସିଂହ ଓରଫ ରାଜୁ ନାମକ ବ୍ଯକ୍ତି, ବିଶେଷ ଭାବରେ ବିଭିନ୍ନ ପ୍ରକାରର ସୋସିଆଲ ମିଡିଆ ପ୍ଲାଟଫର୍ମ ରେ ଲାଭଦାୟକ ଲୁଗା ବ୍ୟବସାୟୀ ସମ୍ପର୍କରେ ପ୍ରଲୋଭିତ କରିବା ଭଳି ବାର୍ତ୍ତା ପ୍ରସାରିତ କରିଥିବା ଦେଖିବାକୁ ମିଳୁଅଛି। ସେହି ବ୍ଯକ୍ତିର ନିଜସ୍ବ କୌଣସି ପ୍ରକାରର ବ୍ୟବସାୟୀ ପ୍ରତିଷ୍ଠାନର କୌଣସି ପ୍ରକାରର ଚିହ୍ନବର୍ଣ୍ଣ ନାହିଁ। କିନ୍ତୁ ବିଭିନ୍ନ ପ୍ରକାରର ସୋସିଆଲ ମିଡିଆ ପ୍ଲାଟଫର୍ମ ରେ ଲାଭଦାୟକ ତଥା ପ୍ରଲୋଭିତ କରି ଲୋକଙ୍କଠାରୁ ଟଙ୍କା ନେବାପରେ ସିଧାସଳଖ ବିଶ୍ବାସ ଘାତକ ଓ ଠକାମି କରିଥିବା ସମ୍ପର୍କରେ ଖବର ପ୍ରସାରିତ କରାଯାଇଛି। ଉକ୍ତ ଠକାମି କରୁଥିବା ଭଗୀରଥ ସିଂହ ଓରଫ ରାଜୁ ନିର୍ଦ୍ଦିଷ୍ଟ ରାଜନୈତିକ ଦଳର ଛତ୍ରଛାୟା ତଳେ ଆଶ୍ରିତ ହୋଇଥିବା ଜାଣିବା ପାଇଁ ମିଳିଛି। ଦେଶବାସୀ ତଥା ରାଜ୍ଯ ବାସୀଙ୍କୁ ଏକଥା ଭଲକରି ଜଣା ଅଛି ଯେ ଗୁଜରାଟ ରାଜ୍ଯରେ ଏବଂ ଓଡ଼ିଶା ରାଜ୍ଯରେ କେଉଁ ରାଜନୈତିକ ଦଳର ଶାସନ କ୍ଷମତା ରହିଛି? ମାନ୍ୟବର ବିଶ୍ବ ଗୁରୁ ବଡ଼ବଡ଼ ଭାଷଣରେ ଜନସାଧାରଣଙ୍କୁ ଦିବା ସ୍ବପ୍ନ ଦେଖାଇ, ନିଜ ରାଜ୍ଯର ଲୋକଙ୍କୁ ଠକାମି କରି ସ୍ବାବଲମ୍ବୀ କରୁଥିବା ଦେଖିବାକୁ ମିଳୁଅଛି। ଏପରି ଅଭିନବ ଉପାୟ ଅବଲମ୍ବନ କରାଯାଉଛି ଯେ ସାଧାରଣ ପ୍ରଶାସନ ହେଉ ଅଥବା ପୋଲିସ ପ୍ରଶାସନ ହେଉ, ସେମାନଙ୍କ ବିରୁଦ୍ଧରେ ଆଇନ୍ ଅନୁସାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଶହେ ଥର ଚିନ୍ତା କରିବା ପାଇଁ ବାଧ୍ଯ ହେଉଛନ୍ତି। କାରଣ କେନ୍ଦ୍ରରେ ଏନଡିଏ ସରକାର ଶାସନ ସେଥିରେ ବିଜେପି ର ପ୍ରାଧାନ୍ଯ ଅଧିକ, ଗୁଜରାଟ ରାଜ୍ଯରେ ଦିର୍ଘକାଳୀନ ବିଜେପି ଶାସନ ସରକାର ଏବଂ ଓଡ଼ିଶା ରାଜ୍ଯରେ ନୂତନ ଭାବରେ ବିଜେପି ଶାସନାଧିନ ସରକାରଙ୍କ କ୍ଷମତାସୀନ ପ୍ରଭାବକୁ ଅବଜ୍ଞା କରିବାକୁ ସାହସ କରିବ କିଏ!
ଦେଶବାସୀ ତଥା ସର୍ବସାଧାରଣ ନାଗରିକ ବର୍ତ୍ତମାନ କେନ୍ଦ୍ର ସରକାର ଙ୍କୁ ଏପରି ଆଖିବୁଜି ଭରସା ଓ ବିଶ୍ବାସ କରୁଥିବା ଦେଖିବାକୁ ମିଳୁଅଛି ଯେ ମାନ୍ୟବର ବିଶ୍ବ ଗୁରୁ "ହାତୀ କୁ ଘୋଡ଼ା" ବୋଲି କହି ଦେଲେ ମଧ୍ଯ ତାହା ସତ୍ଯ ବୋଲି ଧରିନେବାକୁ ବାଧ୍ଯ। କାରଣ ସ୍ବୟଂ ବିଶ୍ବ ଗୁରୁ ତାଙ୍କର ଦିବ୍ୟ ପ୍ରବଚନରେ ଦେସବାସୀଙ୍କୁ ବିମୋହିତ କରିଦେଇଛନ୍ତି। ଯାହା ଫଳରେ ଆଖି ଥିବା ଲୋକଙ୍କୁ ଅନ୍ଧ ଭକ୍ତ କରିଦିଆଯାଇଛି। ଏଠାରେ ଆର୍ଥିକ ବିକାଶର ବଡ଼ବଡ଼ ଦିବା ସ୍ବପ୍ନ ଦେଖାଇ ଦିଆଯାଏ। କିନ୍ତୁ ବାସ୍ତବ ଘଟଣା ଦେଖିଲେ, ଯେକୌଣସି ବ୍ୟକ୍ତିବିଶେଷଙ୍କୁ ଆଶ୍ଚର୍ଯ୍ୟ ଓ ଚକିତ କରିଦିଆଯାଏ। ଖୁଲମଖୁଲା ଲୋକଙ୍କୁ ପ୍ରଲୋଭିତ କରି ଠକାମି କରୁଥିବା ଲୋକଙ୍କୁ ପୋଲିସ ପ୍ରଶାସନ ତରଫରୁ ଆଇନ୍ ଅନୁସାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ମଧ୍ଯ ବିଶ୍ବ ଗୁରୁଙ୍କଠାରୁ ପରାମର୍ଶ ଓ ନିର୍ଦ୍ଦେଶ ପ୍ରତି ଅପେକ୍ଷା କରିବା ପାଇଁ ପଡିଥାଏ। ଏହା କଣ ଲୋକତନ୍ତ୍ର ର ମୂଳ ଉଦ୍ଦେଶ୍ଯ; ନା ଲୁଟ ତନ୍ତ୍ରର ବିକାଶଧାରା? ଏହି ସୂଚନା ସର୍ବସାଧାରଣଙ୍କ ଜାଣିବା ପାଇଁ ପ୍ରକାଶିତ କରାଯାଉଛି। ଏପରିକି ଠକାମି କରୁଥିବା ଉକ୍ତ ମିଥ୍ଯା ଲୁଗା ବ୍ୟାପାରୀ ସମ୍ପର୍କରେ ନିମ୍ନରେ ଆବଶ୍ଯକ ସୂଚନା ପ୍ରକାଶ କରାଯାଇଛି। ଏହି ଠକ ବେପାରୀ ସମ୍ପର୍କରେ ଯଦି କେହି କିଛି ସଠିକ୍ ସୂଚନା ପାଆନ୍ତି, ତେବେ ଓଡ଼ିଶା ରାଜ୍ଯର କେନ୍ଦୁଝର ଜିଲ୍ଲାସ୍ଥିତ ଟାଉନ ପୋଲିସ୍ ଷ୍ଟେସନ କୁ ସୂଚନା ଦେବା ଉଚିତ୍। ଉକ୍ତ ଠକ ବେପାରୀ ବିରୁଦ୍ଧରେ କେନ୍ଦୁଝର ଟାଉନ ଥାନା ରେ ଲିଖିତ ଅଭିଯୋଗ ଦାଖଲ କରାଯାଇଛି। କେନ୍ଦୁଝର ଟାଉନ ଥାନା ପୋଲିସ୍ ଦ୍ବାରା ଉକ୍ତ ଠକାମି କରୁଥିବା ଲୋକକୁ ଗିରଫ କରିବା ନିମନ୍ତେ ଉପଯୁକ୍ତ ପଦକ୍ଷେପ ଗ୍ରହଣ କରାଯାଇଥିବା ଜାଣିବା ପାଇଁ ମିଳୁଅଛି।
ଉପସ୍ଥାପନା: ପୁରୁଷୋତ୍ତମ ପାତ୍ର, କେନ୍ଦୁଝର। ମୋବାଇଲ: 8456052876