logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ଉତ୍କଳ ଦିବସରେ ଜାତୀୟ ସେବା ଯୋଜନାର ସ୍ବତନ୍ତ୍ର ଶିବିର ଉଦଘାଟିତ, ସେମିଳିଗୁଡା,କୋରାପୁଟ, ଓଡ଼ିଶା,ତା୨/୪/୨୬

*ଉତ୍କଳ ଦିବସରେ ଜାତୀୟ ସେବା ଯୋଜନାର ସ୍ୱତନ୍ତ୍ର ଶିବିର ଉଦ୍ଘାଟିତ।*
ସେମିଳିଗୁଡା ମହାବିଦ୍ୟାଳୟ ରେ ଉଚ୍ଚ ଶିକ୍ଷା ବିଭାଗର ନିର୍ଦ୍ଦେଶ କ୍ରମେ ଓଡ଼ିଆ ପକ୍ଷ ପାଳନ ଅବସରରେ ଜାତୀୟ ସେବା ଯୋଜନାର ଗ୍ରୀଷ୍ମକାଳୀନ ସ୍ୱତନ୍ତ୍ର ଶିବିର ଏବଂ ଉତ୍କଳ ଦିବସ ମହାସମାରୋହରେ ପାଳିତ ହୋଇଯାଇଛି। ସର୍ବପ୍ରଥମେ ଜାତୀୟ ସେବା ଯୋଜନାର ସ୍ୱେଚ୍ଛାସେବୀଗଣ ଏନ୍ ଏସ ଏସ କ୍ଲାପ୍ ଦେଇ ଅତିଥି ସମୂହଙ୍କୁ କଲେଜ ପରିସରରେ ନୂତନ ଭାବେ ପ୍ରତିଷ୍ଠା ହୋଇଥିବ ନିଶଣି ମୁଣ୍ଡା ପାଖରେ ଚଇତି ପର୍ବ ଅବସରରେ ପୂଜା ଅର୍ଚ୍ଚନା କରି ଅତିଥି ସମୂହଙ୍କୁ ମଞ୍ଚକୁ ନିଆ ଯାଇଥିଲା। ଓଡ଼ିଆଙ୍କ ଇଷ୍ଟ ଦେବ ପ୍ରଭୁ ଜଗନ୍ନାଥଙ୍କ ଧୂପ,ପୁଷ୍ପ,ଦ୍ୱୀପ ଦାନ କରି ସଭାକାର୍ଯ୍ୟ ଆରମ୍ଭ କରା ଯାଇଥିଲା। ମହାବିଦ୍ୟାଳୟର ଅଧ୍ୟକ୍ଷା ଡ . ଝାନ୍ ସୀ ସିଂହଙ୍କ ସଭାପତିତ୍ୱରେ ଆରମ୍ଭ ହୋଇଥିବା ଏହି କାର୍ଯକ୍ରମରେ ମୁଖ୍ୟ ଅତିଥି ଭାବେ କଲେଜର ପ୍ରତିଷ୍ଠାତା ଶ୍ରୀ କୃଷ୍ଣ ସିଂହ, ମୁଖ୍ୟ ବକ୍ତା ଭାବେ ସୁବକ୍ତା ପ୍ରାଧ୍ୟାପକ ଡ଼. ଅମ୍ବିକା ବଲ୍ଲଭ ବାହିନୀପତି, ସ୍ଵତନ୍ତ୍ର ଅତିଥି ଭାବେ ବାଲେଶ୍ୱର ଫକୀର ମୋହନ ବିଶ୍ୱବିଦ୍ୟାଳୟରୁ ଆସିଥିବା ଅବସର ପ୍ରାପ୍ତ ପ୍ରଫେସର ଡ଼. ଉମାକାନ୍ତ ଦାସ ଯୋଗ ଦେଇ ସଭାର ମାନ ବୃଦ୍ଧି କରିଥିଲେଏବଂ ଅନ୍ୟତମ ଅତିଥି ଭାବରେ ଡ଼. ଚିତ୍ତରଞ୍ଜନ ମିଶ୍ର ମଞ୍ଚାସିନ ଥିଲେ। ମୁଖ୍ୟଅତିଥି ଛାତ୍ରଛାତ୍ରୀମାନେ ମନନଶିଳ ହୁଅନ୍ତୁ, ଓଡ଼ିଆ ଭାଷା ସାହିତ୍ୟ ସଂସ୍କୃତି ର ରକ୍ଷା କରିବା ସହ ସମାଜର ସୁନାଗରିକ ହୁଅନ୍ତୁ ବୋଲି ମତ ରଖିଥିବାବେଳେ, ମୁଖ୍ୟବକ୍ତା ଡ଼. ବାହିନୀପତି ସ୍ଵତନ୍ତ୍ର ଉତ୍କଳ ପ୍ରଦେଶ ଗଠନରେ ମହାପୁରୁଷମାନଙ୍କ ତ୍ୟାଗ ସଂପର୍କରେ ମତବ୍ୟକ୍ତ କରି ଅତୀତର ଇତିହାସକୁ ଉନ୍ମୋଚନ କରିଥିଲେ। ପ୍ରଫେସର ଦାସ ସେଚ୍ଛାସେବୀ ମାନଙ୍କ ଦାୟିତ୍ଵ ଏବଂ କର୍ତ୍ତବ୍ୟ ଉପରେ ଆଲୋକପାତ କରିଥିଲେ। ଏହି ଅବସରରେ ଓଡ଼ିଆ ବିଭାଗର ପ୍ରାକ୍ତନ ଛାତ୍ର ଶ୍ରୀ ସ୍ଵସ୍ତିକ କୁମାର ବେହେରା, ଇ. ଶୁଭଙ୍କର ସ୍ୱର୍ଣପତି ଉତ୍କଳ ଦିବସ ସମ୍ପର୍କିତ ପ୍ରବନ୍ଧ ପାଠ କରିଥିଲେ । ଏନ୍.ଏସ୍.ଏସ୍ ତରଫରୁ ମହାନଦୀ ଜଳକ୍ରୀଡା ଉତ୍ସବରେ ଯୋଗଦେଇଥିବା ପଦ୍ମନ୍ ହନ୍ତାଳ ଓ ସାନୁ ଖିଲଙ୍କୁ ସମ୍ଵର୍ଦ୍ଧିତ କରାଯାଇଥିଲା। କାର୍ଯ୍ୟକ୍ରମ ଅଧିକାରୀ ଡ଼ ରମେଶ ମଲ୍ଲିକ ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥବା ସ୍ଥଳେ କାର୍ଯ୍ୟକ୍ରମ ଅଧିକାରୀ ଶ୍ରୀମତୀ ସ୍ନିଗ୍ଧା ପଟ୍ଟନାୟକ ଧନ୍ୟବାଦ୍ ଅର୍ପଣ କରିଥିଲେ। ସମ୍ପୂର୍ଣ୍ଣ କାର୍ଯ୍ୟକ୍ରମ କୁ ଡ଼ ବିଦ୍ୟୁତ୍ ପ୍ରଭା ରାଉତ ପରିଚାଳନା କରିଥିଲେ। ସ୍ୱେଚ୍ଛାସେବୀ ମାନେ କଲେଜ ପରିସରକୁ ସଫା କରିବା ସହ ଚଇତି ପର୍ବ ପାଳନ ଅବସରରେ ଢେମସା ନାଚି ଅତିଥିମାନଙ୍କୁ ମୁଗ୍ଧ କରିଥିଲେ।

30
1275 views

Comment