logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ତେଲକୋଇ ବିଧାୟକଙ୍କୁ ଜିଲ୍ଲା ଯୋଜନା ବୋର୍ଡ଼ ଅଧ୍ୟକ୍ଷ ଦାୟିତ୍ୱ।

ତେଲକୋଇ ବିଧାୟକଙ୍କୁ ଜିଲ୍ଲା ଯୋଜନା ବୋର୍ଡ଼ ଅଧ୍ୟକ୍ଷ ଦାୟିତ୍ୱ।

କେନ୍ଦୁଝର:୦୨/୦୪ (ଖଣ୍ଡାଧାର ନିଉଜ) ତେଲକୋଇ ବିଧାୟକ ଡକ୍ଟର ଫକୀର ମୋହନ ନାଏକଙ୍କୁ ରାଜ୍ୟ ସରକାର କେନ୍ଦୁଝର ଜିଲ୍ଲା ଯୋଜନା ବୋର୍ଡ଼ ଅଧ୍ୟକ୍ଷ ଭାବେ ନିଯୁକ୍ତି ପ୍ରଦାନ କରିଛନ୍ତି। ପାଖାପାଖି ଦୁଇ ବର୍ଷ ପରେ ଜିଲ୍ଳାର ଗୁରୁତ୍ୱପୂର୍ଣ୍ଣ ପଦବୀକୁ ସରକାର ପୂରଣ କରିଥିବାବେଳେ ପ୍ରଥମ ଥର ପାଇଁ ଉପାନ୍ତ ଅଞ୍ଚଳ କୁହାଯାଉଥିବା ତେଲକୋଇ ବିଧାୟକଙ୍କୁ ଏହି ଗୁରୁତ୍ୱପୂର୍ଣ୍ଣ ପଦ ମିଳିଛି। ପୂର୍ବ ସରକାର ସମୟରେ ପାଟଣାରୁ ପ୍ରତିନିଧିତ୍ବ କରୁଥିବା ଏହି ବିଧାୟକମାନଙ୍କୁ ଏହି ସମ୍ମାନଜନକ ପଦବୀ ମିଳୁଥିଲା। ଅନେକ ବିଚାରବିମର୍ଶ ପରେ ରାଜ୍ୟ ସରକାର ଏହି ସାମ୍ବିଧାନିକ ପଦବୀକୁ ପୂରଣ କରିବା ସହିତ କେନ୍ଦୁଝରର ବିକାଶ ପାଇଁ ଜିଲ୍ଲାର ଜଣେ ଟାଣୁଆ ବିଧାୟକଙ୍କୁ ଏହି ଗୁରୁଦାୟିତ୍ୱ ପ୍ରଦାନ କରିଛନ୍ତି।
(ସାମ୍ବାଦିକ ସତ୍ୟଜିତ ମିଶ୍ରଙ୍କ ରିପୋର୍ଟ)

24
807 views

Comment