logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

କୋଇମେଟଲା ଅଙ୍ଗନବାଡି କେନ୍ଦ୍ରରେ ଖଡିଛୁଆଁ କାର୍ଯ୍ୟକ୍ରମ ଅନୁଷ୍ଠିତ

କୋଇମେଟଲା ଅଙ୍ଗନବାଡି କେନ୍ଦ୍ରରେ ଖଡିଛୁଆଁ କାର୍ଯ୍ୟକ୍ରମ ଅନୁଷ୍ଠିତ
ମାଲକାନଗିରି (୦୨/୦୪)
ଏପ୍ରିଲ ମାସ ପ୍ରଥମ ଦିନରୁ ୧୪ ତାରିଖ ପର୍ଯ୍ୟନ୍ତ ଓଡ଼ିଆ ପକ୍ଷ ପାଳନ କରାଯାଉଛି | ତେଣୁ ଆଜି ଦ୍ୱିତୀୟ ଦିନରେ ବିଭିନ୍ନ ଅଙ୍ଗନବାଡି କେନ୍ଦ୍ରରେ ଖଡି ଛୁଆଁ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି | ଆଜି ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ କୋଇମେଟଲା ଅଙ୍ଗନବାଡି କେନ୍ଦ୍ର ରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ କାଲିମେଳା ପ୍ରଦୀପ କୁମାର କର ଙ୍କ ଦ୍ୱାରା ଖଡି ଛୁଆଁ କାର୍ଯ୍ୟକ୍ରମ କରାଯାଇଛି | ଏହି କାର୍ଯ୍ୟକ୍ରମ ରେ କୋଇମେଟଲା ପଞ୍ଚାୟତ ର ସରପଞ୍ଚ ମୁନା ପଡିଆମୀ, ପଞ୍ଚାୟତ ନିର୍ବାହୀ ଅଧିକାରୀ ଦେବେନ୍ଦ୍ର ନାୟକ, ସି ପି ଅଜିତ କୁ ପାଣିଗ୍ରାହୀ,ଜି ପି ଡି ଇ ଓ ଜଗନ୍ନାଥ ମଣ୍ଡଳ, ବ୍ଲକ ର ବରିଷ୍ଠ କିରାଣୀ ଶ୍ୟାମ ସୁନ୍ଦର ନାୟକ,ଅରୁଣ ମହାରଣା, ଅଙ୍ଗନବାଡି ସୁପରଭାଇଜର ଗୀତା ଦାସ,ପ୍ରତିମା ସାହୁ, ପଞ୍ଚାୟତ ର ଗ୍ରାମ ରୋଜଗାର ସେବିକା ରଖି ଦେବନାଥ, ଅଙ୍ଗନବାଡି ର କର୍ମଚାରି ଏବଂ ଅଭିଭାବକ ମାନେ ଉପସ୍ଥିତ ଥିଲେ

21
1064 views

Comment