logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ଶିଶୁ ମନ୍ଦିର ଗୁରୁଜୀଙ୍କ ଅବସର କାଳୀନ ସମ୍ବର୍ଦ୍ଧନା

ଚମ୍ପୁଆ : -ତା ୩୧/୦୩ : ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରଠାରେ ବିଦ୍ୟାଳୟର ବରିଷ୍ଠ ଆଚାର୍ଯ୍ୟ ଅନିରୁଦ୍ଧ ନାଥ ଗୁରୁଜୀଙ୍କ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଅଛି । ଏହି ଅବସରରେ ମୁଖ୍ୟ ଅତିଥିଭାବେ ଶିକ୍ଷା ବିକାଶ ସମିତି ଓଡିଶା, ଉତ୍ତର ସମ୍ଭାଗ ସମ୍ପାଦକ ଗଙ୍ଗାଧର କର ଯୋଗ ଦେଇ ଅନିରୁଦ୍ଧ ଗୁରୁଜୀ ଜଣେ କର୍ମଠ, ନିଷ୍ଠାବାନ, ସମୟାନୁବର୍ତ୍ତୀ , ମେଳାପୀ ଓ ଭଦ୍ର ସ୍ୱଭାବର ବ୍ୟକ୍ତିତ୍ବ ବୋଲି କହିବା ସହିତ ତାଙ୍କର ପରବର୍ତ୍ତୀ ଜୀବନ ନିରାମୟ ଓ ସୁଖ କାମନା କରିଥିଲେ । ବିଦ୍ୟାଳୟର ପରିଚାଳନା ସମିତିର ସଭାପତି ରମାକାନ୍ତ ପ୍ରଧାନ ଯୋଗଦେଇ ଅନିରୁଦ୍ଧ ଗୁରୁଜୀ ଜଣେ ଛାତ୍ର ବତ୍ସଳ ବୋଲି କହିଥିଲେ । ସମ୍ମାନିତ ଅତିଥି ଭାବେ ଅବସରପ୍ରାପ୍ତ ପ୍ରଧାନ ଆଚାର୍ଯ୍ୟ ଧରଣୀଧର ଦାସ ଯୋଗ ଦେଇ ଗୁରୁଜୀଙ୍କ ଅବସର କାଳୀନ ପରବର୍ତ୍ତୀ ଜୀବନ ନିରାମୟ ଓ ସୁଖ ସମୃଦ୍ଧି କାମନା କରିଥିଲେ । ଅନ୍ୟତମ ସମ୍ମାନିତ ଅତିଥି ଭାବେ ବିଦ୍ୟାଳୟର ଅବସରପ୍ରାପ୍ତ ଆଚାର୍ଯ୍ୟ ବସନ୍ତ କୁମାର ମହାନ୍ତ ଯୋଗଦେଇ ଗୁରୁଜୀଙ୍କ ଭଲଗୁଣ ଗୁଡ଼ିକୁ ସ୍ମୃତି ଚାରଣ କରିଥିଲେ । ଆଚାର୍ଯ୍ୟ ଉଗ୍ରସେନ ମହାନ୍ତ, ଆଚାର୍ଯ୍ୟା ସରଳା ପ୍ରଧାନ, ଗୀତାଞ୍ଜଳି ପ୍ରଧାନ ଆଦି ଗୁରୁଜୀଙ୍କ ବିଷୟରେ ସ୍ମୃତି ଚାରଣ କରିଥିଲେ । ପ୍ରଧାନ ଆଚାର୍ଯ୍ୟ ଶରତ ଚନ୍ଦ୍ର ପ୍ରଧାନ ସମ୍ବର୍ଦ୍ଧନା ସଭାର ଆଭିମୁଖ୍ୟ କଥନ କରିଥିଲେ । ଆଚାର୍ଯ୍ୟ ଭାସ୍କର ଚନ୍ଦ୍ର ମହାକୁଡ଼ ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ ।
ଆଚାର୍ଯ୍ୟ ଉମେଶ ଚନ୍ଦ୍ର ମହାନ୍ତ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ବିଦ୍ୟାଳୟ ତରଫରୁ ତାଙ୍କୁ ପୁଷ୍ପଗୁଚ୍ଛ , ଉପଢ଼ୌକନ, ମାନପତ୍ର, ଉତ୍ତରୀୟ ଓ ଚେକ ପ୍ରଦାନ କରାଯାଇ ସମ୍ମାନିତ କରାଯାଇଥିଲା ।‌ ଏଥିରେ ସମସ୍ତ ଆଚାର୍ଯ୍ୟ ଆଚାର୍ଯ୍ୟା ଓ ସେବକ ସେବିକା ଯୋଗ ଦେଇ କାର୍ଯ୍ୟକ୍ରମକୁ ସଫଳ କରିଥିଲେ ।

3
8 views

Comment