logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ଶ୍ରୀମଦ୍ ଭାଗବତ କଥା ମହୋତ୍ସବର ଦ୍ବିତୀୟ ସଂନ୍ଧ୍ଯାରେ ପ୍ରବଳ ଭକ୍ତ ସମାଗମ, ଓମ୍ ନମଃ ଭଗବତେ ବାସୁଦେବାୟ ,ଦାମନଯୋଡି,କୋରାପୁଟ, ଓଡ଼ିଶା,୩୦/୩/୨୬

ଶ୍ରୀମଦ୍ ଭାଗବତ କଥା ମହୋତ୍ସବ
ପବିତ୍ର ହନୁମାନ ଜୟନ୍ତୀ ଉପଲକ୍ଷେ
ଦାମନଯୋଡି:-୩୦/୩ ଶିଳ୍ପାଞ୍ଚଳ ଦାମନଯୋଡିର ହନୁମାନ ବାଟିକା ପରିସରରେ ସାତଦିନ ବ୍ଯାପୀ ଭାଗବତ ପାରାୟଣ କାର୍ଯ୍ୟକ୍ରମ ଚାଲୁ ରହିଛି ।ଦ୍ବିତୀୟ ସଂନ୍ଧ୍ଯାରେ ପ୍ରବକ୍ତା ଶ୍ରୀପାଦ ଅକ୍ଷୟ ହରି ଦାସ ଭାଗବତର ଅଜାମ୍ବିଳ ଉପାଖ୍ୟାନ ପ୍ରସଙ୍ଗ ସମବେତ ଭକ୍ତବୃନ୍ଦଙ୍କୁ ଶ୍ରବଣ କରାଇଥିଲେ ।ନାଲକୋର ମୁଖ୍ଯ ମହାପ୍ରବନ୍ଧକ ସଂଜୟ ପଟ୍ଟନାୟକ, ଇଂ ଅନାମ ଚରଣ ନାୟକ, ହନୁମାନ ବାଟିକାର ସଂପାଦକ ଆଲୋକ ଚୌଧୁରୀ ଅତିଥିରୂପେ ଉପସ୍ଥିତ ରହି ଶୁଭ ଦୀପ ପ୍ରଜ୍ବଳନ ପୂର୍ବକ ପ୍ରବକ୍ତାଙ୍କୁ ସାଦର ସ୍ବାଗତ ଓ ଆମନ୍ତ୍ରଣ କରିଥିଲେ ।ପ୍ରତି ସଂନ୍ଧ୍ଯାରେ ଶତାଧିକ ଭକ୍ତ ସମବେତ ହୋଇ ଭାଗବତ ଶ୍ରବଣ କରୁଛନ୍ତି ।ସଂନ୍ଧ୍ଯା ୭ଟାରୁ ରାତ୍ର ୯ଟା ପର୍ଯ୍ୟନ୍ତ ଏହି ପାରାୟଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି ।ଆସନ୍ତା ୪/୪/୨୬ରିଖ ପର୍ଯ୍ୟନ୍ତ ପାରାୟଣ କାର୍ଯ୍ୟକ୍ରମ ଚାଲୁ ରହିବ। ଇସ୍କନ ତରଫରୁ ଆୟୋଜିତ ଏହି କାର୍ଯ୍ୟକ୍ରମକୁ ମାଥାଲପୁଟ, ଅଂଳାବାଡି,ଭେଜାପୁଟ ,ସେମିଳିଗୁଡା ଓ ସୁନାବେଡ଼ାର ଭକ୍ତମାନେ ପରିଚାଳନା କରୁଛନ୍ତି ।

0
99 views

Comment