logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ସ୍ତ୍ରୀ ଉବାଚ ମାନସ କୁମାର ମହାନ୍ତ

*// ସ୍ତ୍ରୀ ଉଵାଚ //*
-ମାନସ କୁମାର ମହାନ୍ତ
ବାପଘରକୁ ଖାଲି ଆସିଲେ ଚାଲି
ପିଠି କିଆଁ କୁଣ୍ଡାଇ ହୁଏ ସବୁଦିନ,
ତଣ୍ଟି ଯାଏଁ ଗିଳି ଗୋଡ଼କୁ ଲମ୍ବେଇ
ମୁଁ ଶୋଇଥାଏ ଜାକି ନାକ କାନ II

କି ଚିନ୍ତା ଆମର, ସବୁ ଟେନସନ
ସ୍ୱାମୀ ଦେବତା ନେବାକୁ ତୟାର,
ଜୀବନର ଗାଡି ଗଡେ ଘିଡ଼ି ଘିଡ଼ି
ଆହାରେ କି ମୁସ୍କିଲ ସୁଖ ଆମର II

ଆମେ ତ ଅଟୁ ସୁପର ଭୂତିଆ ଗୁମ୍ଫା,
ସ୍ୱାମୀ ତୁମେ ଶକ୍ତ କୈଳାସ ପର୍ବତ,
ଆମର ଏଇ ଅପୂର୍ବ ଚଣ୍ଡିଆ ମୁଣ୍ଡରେ
ନେଣ୍ଡିଆ ବୁଦ୍ଧି ସଦା ହୁଏ ପ୍ରବାହିତ II

ତୁମ କଥା ସବୁବେଳେ ମନେପଡ
ହେ ମୋହର ପିଣ୍ଡପ୍ରିୟ ପ୍ରାଣନାଥ,
ସ୍ତ୍ରୀ ଆମେ ଘର ସିମେଣ୍ଟ ଆଉ ବାଲି,
ସ୍ୱାମୀ ତୁମେ ହେଉଛ କଂକ୍ରିଟି ଛାତ II

ଝୁରି ହୁଏ ମୁଁ, ତୁମର ନରମ ହାତର
ସେଇ ଶକ୍ତ ରକେଟ ଲଞ୍ଚର ଥାପଡ,
ସତେକି ତାହା ନବରତ୍ନ ମସଲା ଦିଆ
କୁଡୁକୁଡୁଆ ମହା ସୁଆଦିଆ ପାମ୍ପଡ II

ଅତି ପ୍ରିୟ ତୁମର ଫିଲିମି ଷ୍ଟାଇଲି
ଫୁଟୁବଲ ଗୋଇଠା ମାଡ଼ର ପ୍ରହାର,
ଲାଗେ ସେତ ଛେନାପୁର ଦିଆ ପିଠା
ତାବିନା ମୁଣ୍ଡ କାମ କରେନା ଆମର II

ପେଟେଣ୍ଟ ମେଡ଼ିସିନି ଲେଖିଦେଇ
ଚାଲିଗଲେ ପ୍ରିୟ ଫକିର ମୋହନ,
ସ୍ତ୍ରୀ ପ୍ରଜାତିଙ୍କ ପାଇଁ କହିଲେନି କିଛି
ସେଥିପାଇଁ ତ ଆମେ ଭଙ୍ଗା ଲଲ୍ଠନ II

ଆଧୁନିକ ଯୁଗରେ ଏ ଧରା ପୃଷ୍ଟରେ
ନୂଆ ନୂଆ କୌଶଳ ଆସେ ପ୍ରଦିଦିନ,
ସେଇ ପ୍ରଣାଳୀରେ ହେ ସ୍ୱାମୀ ଦେବତା
ସଦା ସର୍ବଦା ରଖିବ ଟି ଆମର ଧ୍ୟାନ II

*ନିଉଣ୍ଡି, ଚମ୍ପୁଆ, କେନ୍ଦୁଝର -୭୫୮୦୩୨
ରିପୋର୍ଟର: ଡମ୍ବରୁ ମହାନ୍ତ
ଉପସ୍ଥାପନା; ବାବୁଲାଲ ପଲେଇ ଆଇମା ମିଡିଆ
ମୋବାଇଲ୍: ୯୪୩୭୧୫୨୯୩୬

14
4597 views

Comment