logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ଆବାସିକ ଶିଶୁ ବିଦ୍ୟା ମନ୍ଦିର ର ଅଷ୍ଟମ ବାର୍ଷିକ ଉତ୍ସବ।

ଆବାସିକ ଶିଶୁ ବିଦ୍ୟା ମନ୍ଦିର ର ଅଷ୍ଟମ ବାର୍ଷିକ ଉତ୍ସବ।

ପାଟଣା-୩୦/୦୩, ପାଟଣା ବ୍ଲକ ମୁଖ୍ୟାଳୟ ଅନ୍ତର୍ଗତ ସଅଁରାପଶି ଆବାସିକ ଶିଶୁ ବିଦ୍ୟା ମନ୍ଦିର ର ଅଷ୍ଟମ ବାର୍ଷିକ ଉତ୍ସବ ଆଜି ଅନୁଷ୍ଠିତ ହୋଇ ଯାଇଛି।ଏହି କାର୍ଯ୍ୟକ୍ରମ ବିଦ୍ୟାମନ୍ଦିର ଗୁରୁମା କଳ୍ପନା ମହାନ୍ତ ଙ୍କ ସଭାପତିତ୍ଵ ରେ ଅନୁଷ୍ଠିତ ହୋଇଛି।ପ୍ରଧାନ ଆଚାର୍ଯ୍ୟା ବିଶ୍ୱକଲ୍ୟାଣି ମହାନ୍ତ ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ।ଗୁରୁମା ଲକ୍ଷ୍ମୀ କାନ୍ତି ବେହେରା ବାର୍ଷିକ ବିବରଣୀ ପାଠ କରିଥିଲେ। ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ସରପଞ୍ଚ ବିନତୀ ବାନରା , ମୁଖ୍ୟ ବକ୍ତା ଭାବେ ଅବସରପ୍ରାପ୍ତ ଶିକ୍ଷା ଅଧିକାରୀ ତଥା କବି ଭରତ ଚନ୍ଦ୍ର ସାହୁ, ସମ୍ମାନିତ ଅତିଥି ଭାବେ ଉତ୍ତର ଓଡ଼ିଶା ସାହିତ୍ୟ ସଂସ୍କୃତି ସମ୍ମେଳନ ର ସଭାପତି ନୃସିହ ନାଥ ସିଂହ, ବିଦ୍ୟାମନ୍ଦିର ପ୍ରତିଷ୍ଠାତା ରଇଦାସ ମହାନ୍ତ,୨୯ ନମ୍ୱର ଜୋନ ଜିଲ୍ଲା ପରିଷଦ ସଦସ୍ୟା ରୁନୁ ମହାନ୍ତ,ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ କରୁଣା କର ମହାନ୍ତ,ସମିତି ସଭ୍ୟ ମୋହନ ସୁନ୍ଦର ମହାନ୍ତ ଯୋଗଦେଇ ଛାତ୍ରଛାତ୍ରୀ ମାନଙ୍କୁ ମାର୍ଗ ଦର୍ଶନ ଦେଇଛନ୍ତି। ଏହି ଅବସରରେ ବିଦ୍ୟାମନ୍ଦିର ର କୃତି ଛାତ୍ରଛାତ୍ରୀ ମାନଙ୍କୁ ଅତିଥି ମାନଙ୍କ ଦ୍ୱାରା ପ୍ରମାଣପତ୍ର ଓ ପୁରସ୍କାର ପ୍ରଦାନ କରାଯାଇଛି। ଏହି କାର୍ଯ୍ୟକ୍ରମ ରେ ବିଦ୍ୟାମନ୍ଦିର ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଥିବା ବେଳେ ଛାତ୍ରଛାତ୍ରୀ ମାନଙ୍କ ଅଭିଭାବକ ଓ ଅଞ୍ଚଳବାସୀ କାର୍ଯ୍ୟକ୍ରମ ରେ ଉପସ୍ଥିତ ଥିଲେ।

ଖଣ୍ଡାଧାର ନିଉଜ- ସାମ୍ବାଦିକ ବିଜୟ ରତ୍ନ ପତିଙ୍କ ରିପୋର୍ଟ।

3
581 views

Comment